Posted inଖେଳ

ଟିମ୍‌ ଇଣ୍ଡିଆରେ ଫାଟ: ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନାହିଁ

ନୂଆଦିଲ୍ଲୀ,୯।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଭାରତୀୟ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ ଜିତି ନ୍ୟୁଜିଲାଣ୍ଡ ଇତିହାସ ସୃଷ୍ଟି କରିଥିଲା। ଏହି ପରାଜୟ ପରେ କ୍ରମାଗତ ଭାବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠିଛି। ବିସିସିଆଇ ଶୁକ୍ରବାର ଏକ ସମୀକ୍ଷା ବୈଠକ କରିଛି। ବିସିସିଆଇ ସମୀକ୍ଷା ବୈଠକରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର, ମୁଖ୍ୟ କୋଚ ଗୌତମ ଗମ୍ଭୀର, ବିସିସିଆଇ ସଚିବ ଜୟ ଶାହା ଏବଂ ସଭାପତି ରୋଜର ବିନି ଉପସ୍ଥିତ ଥିଲେ, କିନ୍ତୁ ପ୍ରଶ୍ନ ଉଠୁଛି ଏହି ବୈଠକ ପରେ କଣ ହେଲା?

ଭାରତୀୟ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମା ଅନେକ ପ୍ରସଙ୍ଗରେ ସର୍ବସମ୍ମତ ନୁହଁନ୍ତି। ଭାରତୀୟ ଦଳରେ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଚୟନରେ ଗମ୍ଭୀରଙ୍କର ଏକ ବଡ଼ ଅବଦାନ ଥିଲା ବୋଲି ବିଶ୍ୱାସ କରାଯାଏ, କିନ୍ତୁ ତାଙ୍କ ନିଷ୍ପତ୍ତିରେ ଦଳ ପରିଚାଳନାରେ ଅନ୍ୟ ଲୋକମାନେ ଖୁସି ନ ଥିଲେ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଏଥି ସହିତ ବିସିସିଆଇର ସମୀକ୍ଷା ବୈଠକରେ ଭାରତର ପରାଜୟର କାରଣ ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଏକ ଘଣ୍ଟିଆ ମାରାଥନ ବୈଠକ ଥିଲା, ଯାହା ଏଭଳି ପରାଜୟ ପରେ ଧାର୍ଯ୍ୟ କରାଯାଇଥିଲା। ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛି ଏବଂ ବିସିସିଆଇ ନିଶ୍ଚିତ କରିବାକୁ ଚାହୁଁଛି ଯେ, ଦଳ ଟ୍ରାକକୁ ଫେରିବ। ଗମ୍ଭୀର-ରୋହିତ-ଅଗରକର ଏ ବିଷୟରେ କ’ଣ ଚିନ୍ତା କରୁଛି ତାହା ବୋର୍ଡ ଜାଣିବାକୁ ଚାହିଁବ। ସମ୍ପ୍ରତି ଗମ୍ଭୀର ଭାରତୀୟ ଦଳ ସହିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ତେଣୁ ସେ ଭିଡିଓ କଲ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚଳିତ ମାସରେ ବାହା ହେବେ ସିନ୍ଧୁ, ଜଣାନ୍ତୁ କାହାକୁ

ନୂଆଦିଲ୍ଲୀ,୨ା୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ...

ପାକିସ୍ତାନର ଦାବିକୁ ଭାରତର ନା: ପୁଣି ବଢିଲା ଚାମ୍ପିୟନ୍ସ ଟ୍ରଫି ବିବାଦ

ନୂଆଦିଲ୍ଲୀ,୨।୧୨: ପୁଣି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାହୁଁଥିଲା ଯେ, ହାଇବ୍ରିଡ ମଡେଲକୁ ଗ୍ରହଣ...

ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲରେ ଖେଳିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨।୧୨: ନଭେମ୍ବର ୨୪ ଏବଂ ୨୫ରେ ଆଇପିଏଲ ୨୦୨୫ର ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୮୨ ଖେଳାଳି କିଣିବା ପାଇଁ ୬୩୯.୧୯ କୋଟି ଟଙ୍କା...

ଭାରତକୁ ସେଇଠି ଜବାବ ଦେଇ ଆସ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଧମକ ଦେଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୨:୨୦୨୫ ଚାମ୍ପିଅନ୍ସ ଟ୍ରଫି ଉପରେ ବିବାଦର ଅନ୍ତ ନାହିଁ। ଅନେକ ଦିନ ମନା କରିବା ପରେ ପିସିବି ଶେଷରେ ହାଇବ୍ରିଡ ମଡେଲରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ...

ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ…

ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍‌କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା,...

ବାଜିଲା ମୋହର! ଆୟରଙ୍କଠାରୁ ୨୨.୨୫ କୋଟି ଟଙ୍କା କମ୍‌ରେ କିଣା ହୋଇଥିବା ଖେଳାଳି ହେବେ KKR ଅଧିନାୟକ

ନୂଆଦିଲ୍ଲୀ,୨।୧୨: କେକେଆର୍‌ ୨୩.୭୫ କୋଟି ଟଙ୍କାରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଭେଙ୍କଟେଶ ଆୟରଙ୍କୁ କିଣିଥିଲା। ଏହା ପରଠାରୁ ତାଙ୍କୁ ଦଳ ଅଧିନାୟକ କରିବ ବୋଲି...

୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍‌

ନୂଆଦିଲ୍ଲୀ,୨।୧୨: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଜାମାଇକର କିଙ୍ଗଷ୍ଟନ୍‌ରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ...

‘ବିଶ୍ୱ ରେକର୍ଡ’ଠାରୁ ମାତ୍ର କିଛି ପାଦ ଦୂରରେ ବିରାଟ କୋହଲି: ଲାରାଙ୍କୁ ପଛରେ ପକାଇବେ…

ଆଡିଲେଡ୍‌,୨।୧୨: ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୮ ଚୌକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri