Posted inଖେଳ

ତଥାପି ଖାତା ଖୋଲି ପାରିଲା ନାହିଁ ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ,୨୩।୧: ୨୮୮ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୪୦ ସୁଦ୍ଧା ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସାରିଥିଲା। ବିଜୟ ଆଶା ନ ଥିଲା। କିନ୍ତୁ ବିଶ୍ୱାସହରା ନ ହୋଇ ଖେଳିଥିଲେ ଦୀପକ ଚହର। ୩୪ ବଲରେ ୫୪ ରନ୍‌ର ପାଳି ଖେଳି ସବୁ କିଛି ବଦଳି ରଖି ଦେଇଥିଲେ। ତଥାପି ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ ଦୂରରେ ରହିଯାଇଥିଲା। ଫଳରେ ସମ୍ମାନ ବଞ୍ଚାଇବାରେ ବିଫଳ ହୋଇଛି ଟିମ୍‌ ଇଣ୍ଡିଆ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ୍‌ ହାସଲ କରିଛି। ୨୦୨୨ରେ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିବାରେ ସଫଳ ହୋଇ ନାହିଁ ଭାରତୀୟ ଦଳ।

୨୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କ୍ୟାପଟେନ ଲୋକେଶ ରାହୁଲ (୯)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶିଖର ଧାଓ୍ବନ (୬୧ ରନ୍‌, ୫ ଚୌକା ଓ ୧ ଛକା) ଓ ବିରାଟ କୋହଲି (୬୫ ରନ୍‌, ୫ ଚୌକା) ଦ୍ୱିତୀୟ ଉଇକେଟ ପାଇଁ ୯୮ ରନ୍‌ ଯୋଡ଼ିଥିଲେ। କିନ୍ତୁ କ୍ରମାଗତ ଉଇକେଟ ପତନ କାରଣରୁ ୪୦ ଓଭର ସୁଦ୍ଧା ଭାରତ ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସମ୍ପୂର୍ଣ୍ଣ ସଙ୍କଟରେ ପଡ଼ିଯାଇଥିଲା। ଶ୍ରେୟାସ ଆୟାର (୨୬), ସୂର୍ଯ୍ୟକୁମାର ଯାଦବ (୩୯) ଆଉଟ୍‌ ହୋଇ ସାରିଥିଲେ। ଶେଷକୁ ୩୪ ବଲରେ ୫ ଚୌକା ଓ ୨ ଛକା ସହ ଦୀକକ (୫୪) ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ। ହେଲେ ଏହା ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଭାରତୀୟ ଦଳ ୪୯.୨ ଓଭରରେ ୨୮୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପୂର୍ବରୁ ଦୀପକ ଆରମ୍ଭରୁ ଦୁଇ ଉଇକେଟ ନେଇ ଘରୋଇ ଦଳକୁ ଚାପରେ ପକାଇ ଦେଇଥିଲେ। କିନ୍ତୁ କୁଇଣ୍ଟନ ଡି’ କକ୍‌ (୧୨୪ ରନ୍‌, ୧୨ ଚୌକା ଓ ୨ ଛକା)ଙ୍କ ଶତକ ଏବଂ ରାସି ଭାନ ଡର ଡୁସେନ (୫୨ ରନ୍‌, ୪ ଚୌକା ଓ ୧ ଛକା)ଙ୍କ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ୨୮୭ ରନ୍‌ରେ ପହଞ୍ଚି ପାରିଥିଲା। ଭ୍ରମଣକାରୀ ଦଳ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର ଓ ଯଶପ୍ରୀତ ବୁମରା ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?