Posted inଖେଳ

ତଥାପି ଖାତା ଖୋଲି ପାରିଲା ନାହିଁ ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ,୨୩।୧: ୨୮୮ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୪୦ ସୁଦ୍ଧା ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସାରିଥିଲା। ବିଜୟ ଆଶା ନ ଥିଲା। କିନ୍ତୁ ବିଶ୍ୱାସହରା ନ ହୋଇ ଖେଳିଥିଲେ ଦୀପକ ଚହର। ୩୪ ବଲରେ ୫୪ ରନ୍‌ର ପାଳି ଖେଳି ସବୁ କିଛି ବଦଳି ରଖି ଦେଇଥିଲେ। ତଥାପି ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ ଦୂରରେ ରହିଯାଇଥିଲା। ଫଳରେ ସମ୍ମାନ ବଞ୍ଚାଇବାରେ ବିଫଳ ହୋଇଛି ଟିମ୍‌ ଇଣ୍ଡିଆ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ୍‌ ହାସଲ କରିଛି। ୨୦୨୨ରେ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିବାରେ ସଫଳ ହୋଇ ନାହିଁ ଭାରତୀୟ ଦଳ।

୨୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କ୍ୟାପଟେନ ଲୋକେଶ ରାହୁଲ (୯)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶିଖର ଧାଓ୍ବନ (୬୧ ରନ୍‌, ୫ ଚୌକା ଓ ୧ ଛକା) ଓ ବିରାଟ କୋହଲି (୬୫ ରନ୍‌, ୫ ଚୌକା) ଦ୍ୱିତୀୟ ଉଇକେଟ ପାଇଁ ୯୮ ରନ୍‌ ଯୋଡ଼ିଥିଲେ। କିନ୍ତୁ କ୍ରମାଗତ ଉଇକେଟ ପତନ କାରଣରୁ ୪୦ ଓଭର ସୁଦ୍ଧା ଭାରତ ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସମ୍ପୂର୍ଣ୍ଣ ସଙ୍କଟରେ ପଡ଼ିଯାଇଥିଲା। ଶ୍ରେୟାସ ଆୟାର (୨୬), ସୂର୍ଯ୍ୟକୁମାର ଯାଦବ (୩୯) ଆଉଟ୍‌ ହୋଇ ସାରିଥିଲେ। ଶେଷକୁ ୩୪ ବଲରେ ୫ ଚୌକା ଓ ୨ ଛକା ସହ ଦୀକକ (୫୪) ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ। ହେଲେ ଏହା ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଭାରତୀୟ ଦଳ ୪୯.୨ ଓଭରରେ ୨୮୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପୂର୍ବରୁ ଦୀପକ ଆରମ୍ଭରୁ ଦୁଇ ଉଇକେଟ ନେଇ ଘରୋଇ ଦଳକୁ ଚାପରେ ପକାଇ ଦେଇଥିଲେ। କିନ୍ତୁ କୁଇଣ୍ଟନ ଡି’ କକ୍‌ (୧୨୪ ରନ୍‌, ୧୨ ଚୌକା ଓ ୨ ଛକା)ଙ୍କ ଶତକ ଏବଂ ରାସି ଭାନ ଡର ଡୁସେନ (୫୨ ରନ୍‌, ୪ ଚୌକା ଓ ୧ ଛକା)ଙ୍କ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ୨୮୭ ରନ୍‌ରେ ପହଞ୍ଚି ପାରିଥିଲା। ଭ୍ରମଣକାରୀ ଦଳ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର ଓ ଯଶପ୍ରୀତ ବୁମରା ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ମିଳିଲା ଖୁସି ଖବର

ଲଣ୍ଡନ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଓଭାଲରେ ଖେଳାଯିବ। ଏହି ସିରିଜରେ ଉଭୟ ଦଳ ୧-୧ ରେ ରହିଛନ୍ତି...

ମହିଳା କ୍ରିକେଟ୍‌ ଦଳ ଗଠନ କଲେ ଅମିତାଭ ବଚ୍ଚନ, ଦଳର ଅଧିନାୟକଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି...

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି।...

ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍‌...

ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୩ ସ୍ବର୍ଣ୍ଣ ଓ...

ଘରୋଇ କ୍ରିକେଟରଙ୍କୁ ସହାୟତା ଯୋଜନା ଅଧୁରା

ନୂଆଦିଲ୍ଲୀ,୨୫।୫(ପି.ଟି.): କୋଭିଡ୍‌-୧୯ ପାଇଁ ଗତବର୍ଷ ରଣଜୀଟ୍ରଫି ସେସନ ବାତିଲ ହୋଇଥିଲା। ଦେଶର ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ସହାୟତା ତଥା ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ...

କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଭାରତର କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ଆଜୀବନ ସଦସ୍ୟ ସଞ୍ଜୀବ...

ବଳାତ୍କାର ଧମକ ଚିନ୍ତାରେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ, ଗଲେ ହାଇକୋର୍ଟ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ତଥାପି ହସିନ ତଥାପି ସର୍ବଦା ଚର୍ଚ୍ଚାରେ ରହୁଛନ୍ତି।...

Advertisement
Archives

Model This Week