Posted inଖେଳ

ଶୁକ୍ରବାର ନାଗପୁରରେ ଟିମ୍‌ ଇଣ୍ଡିଆ-ଅଷ୍ଟ୍ରେଲିଆ ଭେଟ, ବିଦର୍ଭ ଷ୍ଟାଡିୟମରେ ୬ ବର୍ଷ ଧରି ପରାଜିତ ହୋଇନି ଭାରତୀୟ ଦଳ…

ନୂଆଦିଲ୍ଲୀ, ୨୨।୯ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ମ୍ୟାଚ ସିରିଜର ଦ୍ୱିତୀୟ ମ୍ୟାଚ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଶୁକ୍ରବାର (୨୩ସେପ୍ଟେମ୍ବର) ଟିମ ଇଣ୍ଡିଆ ଏହି ସିରିଜକୁ ବରାବର କରିବା ପାଇଁ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚରେ ଚାରି ୱିକେଟରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଯଦି ଭାରତୀୟ ଦଳ ଏହି ମ୍ୟାଚ ନ ଜିତେ ତେବେ ସିରିଜ ହାରିଯିବ। ବିଦର୍ଭ ଷ୍ଟାଡିୟମରେ ଭାରତର ରେକର୍ଡକୁ ଦେଖିଲେ ଜଣାଯାଏ ଯେ, ଘରୋଇ ଦଳ ଏହା ଗତ ୬ ବର୍ଷ ଧରି ଏଠାରେ ହାରିନାହିଁ ।

ପଞ୍ଚମ ଥର ପାଇଁ ବିଦର୍ଭ ଷ୍ଟାଡିୟମରେ ଟିମ ଇଣ୍ଡିଆ ଟି-୨୦ମ୍ୟାଚ ଖେଳିବ। ଦଳ ଶେଷ ଥର ପାଇଁ ୧୦ ନଭେମ୍ବର ୨୦୧୯ ରେ ବାଂଲାଦେଶ ବିପକ୍ଷରେ ବିଦର୍ଭ ଷ୍ଟାଡିୟମରେ ଖେଳିଥିଲା। ନାଗପୁରରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ଚାରିଟି ଟି-୨୦ ମ୍ୟାଚରେ ଭାରତୀୟ ଦଳ ଦୁଇଟି ଜିତିଛି। ଏଥି ସହିତ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ପ୍ରଥମ ଥର ପାଇଁ ଏଠାରେ ଟି-୨୦ ଖେଳିବ।

ନାଗପୁରର ବିଦର୍ଭ ଷ୍ଟାଡିୟମରେ ଭାରତର ଶେଷ ପରାଜୟ ୧୫ ମାର୍ଚ୍ଚ ୨୦୧୬ ରେ ହୋଇଥିଲା। ସେହି ପରାଜୟ ପରେ ଭାରତ ବିଦର୍ଭ ଷ୍ଟାଡିୟମରେ ଗୋଟିଏ ବି ମ୍ୟାଚ ହାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାକୁ ଆସିଲା ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଜାନୁୟାରୀ ୯ରୁ କଳିଙ୍ଗ ସୁପର୍‌ କପ୍‌

ନୂଆଦିଲ୍ଲୀ,୨୮ା୧୧: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ଦୁଇଟି ଭେନ୍ୟୁରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଏହି ଟୁର୍ନାମେଣ୍ଟ...

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ଦୁର୍ଭାଗ୍ୟଜନକ: ପିଟରସେନ

ଜମ୍ମୁ,୨୯।୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟକୁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ। ସେହିଭଳି ନିଜ ଟିମ୍‌ର ପ୍ରଦର୍ଶନକୁ...

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ, ସୌରାଷ୍ଟ୍ର ବିପକ୍ଷରେ ୯୯ ରନରେ ଅଲ୍‌ଆଉଟ

ଭୁବନେଶ୍ୱର,୨୯।୧୧: ବ୍ୟାଟିଂ ବିଫଳତା କାରଣରୁ ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବୁଧବାର ସୌରାଷ୍ଟ୍ରଠାରୁ ୪ ଉଇକେଟରେ ହାରି ଯାଇଛି।...

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ...

ବିଶ୍ୱକପ ଆଉ ନୁହେଁ, ରାହୁଲ କୋଚ ହେବା ନେଇ ପ୍ରଶଂସକଙ୍କ ମନ୍ତବ୍ୟ ପରେ ଗମ୍ଭୀରଙ୍କ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ଭାଇରାଲ…

କୋଲକାତା,୨୯।୧୧ : ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁନର୍ବାର ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର କୋଚ ଭାବରେ ନିଯୁକ୍ତ କରିଛି। ବିଶ୍ୱକପ ୨୦୨୩ ପରେ...

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦...

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି।...

ବିରାଟ ଅବସର ନେବା ଉଚିତ କି ? ଉତ୍ତର ଦେଲେ ସଚିନ,ଭିଡିଓ ଭାଇରାଲ…

ମୁମ୍ବାଇ,୨୯।୧୧ : ଆଇସିସି ବିଶ୍ୱକପ ୨୦୨୩ ଶେଷ ହେବା ପରଠାରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ କ୍ୟାରିୟର ଉପରେ ସସପେନ୍ସ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri