ଶିକ୍ଷାଦାନ ପେସା, ସେବା କରିବା ନିଶା

ସମ୍ବଲପୁର,୫ା୯(ବ୍ୟୁରୋ):ଶିକ୍ଷାଦାନକୁ ପେସା କରି ନିଜର ଜୀବିକା ନିର୍ବାହ କରୁଥିଲେ। ସରକାରୀ ସ୍କୁଲରେ ପ୍ରାୟ ୩୫ ବର୍ଷ ଚାକରି କରି ନିଜ ପେସାରୁ ଅବସର ନେଲେ। ହେଲେ ଏବେ ସେବା କରିବା ତାଙ୍କ ନିଶା ପାଲଟି ଯାଇଛି। ବାର୍ଦ୍ଧକ୍ୟରେ ଉପନୀତ ହୋଇ ମଧ୍ୟ ଗ୍ରାମ ନିକଟସ୍ଥ ଯୁଯୁମୁରା ହାଇସ୍କୁଲରେ ମାଗଣାରେ ଶିକ୍ଷାଦାନ କରି ଶିକ୍ଷକ ପ୍ରମୋଦ ପ୍ରଧାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଗୁରୁଦିବସ ଅବସରରେ ଏଭଳି ନିଆରା ବ୍ୟକ୍ତିତ୍ୱଙ୍କୁ ନେଇ ବିଶେଷ ଉପସ୍ଥାପନା।
ପ୍ରମୋଦ ପ୍ରଧାନ। ବୟସ ୬୩। ଘର ଯୁଯୁମୁରା ବ୍ଳକ ଡଙ୍ଗାପାଲ ଗ୍ରାମରେ। ହେଲେ ବରଗଡ ଜିଲାରେ ତାଙ୍କର କର୍ମମୟ ଜୀବନ ଶେଷ ହୋଇଥିଲା। ୧୯୮୭-୮୮ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ। ବରଗଡର ଚଡେଇଗଁା ପଞ୍ଚାୟତ ହାଇସ୍କୁଲରୁ ୨୦୧୯ରେ ଅବସର ନେଇଥିଲେ। ଅବସର ନେବା ସମୟରେ କୋଭିଡ କଟକଣା ଲାଗି ରହିଥିଲା। ତେବେ କୌଣସି ସ୍କୁଲକୁ ଯାଇ ଶିକ୍ଷାଦାନ କରିବାକୁ ମନରେ ପ୍ରବଳ ଇଚ୍ଛା ଶକ୍ତି ଥିଲା। ହେଲେ କଟକଣା ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ ଆଶା ମଉଳି ଯାଇଥିଲା। କୋଭିଡ ସମୟରେ ମଧ୍ୟ ଗ୍ରାମର ଛାତ୍ରୀଛାତ୍ରମାନଙ୍କୁ ଘରକୁ ଡାକି ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରୁଥିଲେ। ସ୍କୁଲ ଖୋଲିବା ପରେ ଗ୍ରାମ ନିକଟସ୍ଥ ଯୁଯୁମୁରା ହାଇସ୍କୁଲରେ ଶିକ୍ଷାଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଉକ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଳମଣି ପ୍ରଧାନ ଓ ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ କମିଟି ଶିକ୍ଷକ ପ୍ରମୋଦଙ୍କ ଆବେଦନକୁ ଗ୍ରହଣ କରି ଶିକ୍ଷାଦାନ କରିବାକୁ ଅନୁମତି ଦେଇଥିଲେ। ପ୍ରାୟ ଦେଢ ବର୍ଷ ହେବ ସେ ସ୍କୁଲରେ ଶିକ୍ଷାଦାନ କରି ଆସୁଛନ୍ତି। ଇଂରାଜୀ ଓ ଭୂଗୋଲ ବିଷୟ ଉପରେ ଶିକ୍ଷାଦାନ କରୁଛନ୍ତି। ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାୟ ତିନୋଟି କ୍ଳାସ କରନ୍ତି। ଅନ୍ୟପଟେ ସ୍କୁଲରେ ଥିବା ହଷ୍ଟେଲକୁ ଯାଇ ମଧ୍ୟ ରାତିରେ ପିଲାମାନଙ୍କୁ ପାଠ ପଢାଇଥାନ୍ତି। ନିଜ ସମ୍ପର୍କରେ ଶିକ୍ଷକ ପ୍ରମୋଦ କହିଛନ୍ତି ଯେ, ଅବସର ପରେ ଖାଲି ବସିବା ବହୁତ କଷ୍ଟକର। ନିଜକୁ ବ୍ୟସ୍ତ ରଖିଲେ ମାନସିକ ଓ ଶାରରିକ କ୍ଷେତ୍ରରେ ଶାନ୍ତି ମିଳିଥାଏ। ତେଣୁ ଏଭଳି ନିଷ୍ପତ୍ତି ନେଇଛି। ସ୍କୁଲଟି ଘରଠାରୁ କମ ଦୂରତାରେ ରହିଛି। ତେଣୁ ସ୍କୁଲକୁ ଯିବା ପାଇଁ ଖର୍ର୍ଚ୍ଚାନ୍ତ ହେବାକୁ ପଡେ ନାହିଁ। ଗ୍ରାମର ତଥା ଅଞ୍ଚଳର ଛାତ୍ରୀଛାତ୍ରମାନେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ପରିବାର ସହିତ ସମ୍ପର୍କ ରହିଛି। ତେଣୁ ଛାତ୍ରୀଛାତ୍ରମାନଙ୍କ ସହ ଏକ ପରିବାର ଭଳିଆ ଶିକ୍ଷାର ଆଦାନ ପ୍ରଦାନ ହୋଇଥାଏ। ସେମାନେ ପାଠ ପଢାକୁ ନେଇ ମନରେ ଥିବା ଦ୍ୱନ୍ଦ୍ୱ ମନ ଖୋଲି ପଚାରିଥାନ୍ତି। ମୋତେ ମଧ୍ୟ ବହୁତ ଖୁସି ମିଳିଥାଏ। ପାଠପଢା ସହିତ ଜଡିତ ରହିଥିଲେ କେବଳ ଶିକ୍ଷାଦାନ ନୁହେଁ, ନିଜକୁ ମଧ୍ୟ କିଛି ଶିଖିବାକୁ ମିଳିଥାଏ। ସ୍କୁଲ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ପରିଚାଳନା କମିଟି, ଶିକ୍ଷାବିଭାଗର ଅଧିକାରୀମାନେ ସହଯୋଗ କରୁଛନ୍ତି। ତେଣୁ ଜୀବନ ଥିବା ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରଖିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି: ଗୋଡ଼ ଖସିଯିବାରୁ ପୋଖରୀ ଗଭୀର ପାଣିରେ ବୁଡ଼ି ଚାଲିଗଲା…

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri