ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ। ଏହିପରି ସମସ୍ୟା ଦେଖିବାକୁ ମିଳିଛି ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା ପଟ୍ଟାଙ୍ଗି ବ୍ଲକ ଶିକ୍ଷା ବିଭାଗ କ୍ଷେତ୍ରରେ।

ସୂଚନାନୁଯାୟୀ, ଉକ୍ତ ବ୍ଲକ ତଥା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରହିଥିବା ଏକ୍ସ କ୍ୟାଡର ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ଜେଟି, ଜିଏସ ଏବଂ ଗେଷ୍ଟ ଟିଚର ପ୍ରମୁଖ କ୍ୟାଟାଗୋରିରେ ୧୩୮ ଜଣ କାର୍ଯ୍ୟରତ ଶିକ୍ଷୟିତ୍ରୀ-ଶିକ୍ଷକଙ୍କ ସହ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଏସ୍‌ଏସ୍‌ଏ ଅନୁଦାନରୁ ଦରମା ପାଉଥିବା ବେଳେ ଏମାନେ ବର୍ତ୍ତମାନ ଚଳିତ ମାସର ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେପଟେ ଆଉ କିଛି ଦିନ ପରେ ରଜ ପର୍ବ ଆସୁଥିବା ବେଳେ ବର୍ତ୍ତମାନ ଯାଏ ବିଭାଗୀୟ କର୍ତ୍ତୃପକ୍ଷ ଏହାପରେ କୈଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଶିକ୍ଷୟିତ୍ରୀ/ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଉକ୍ତ ବିଭାଗରେ କାର୍ଯ୍ୟରତ ଦୁଇ ଏବିଓ ବଦଳି ହେବା ପରେ ଆଜିଯାଏ କାହାରିକୁ ନିଯୁକ୍ତି ଦିଆ ଯାଇ ନ ଥିବା ଯୋଗୁ ଏହିପରି ସମସ୍ୟା ଉପୁଜିଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କୁ ପଚାରିବାରୁ କାର୍ଯ୍ୟରତ ଦୁଇ ଏବିଓଙ୍କ ବଦଳି ହୋଇଥିବାରୁ ଏହିପରି ସମସ୍ୟା ସୃଷ୍ଟି ହୋଇଥିବାରୁ ଅତିଶୀଘ୍ର ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଜଣେ ଏବିଓଙ୍କୁ ନିଯୁକ୍ତି ନିମନ୍ତେ ଜିଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?