ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଅବସର ନେବାର ଦୀର୍ଘଦିନ ପରେ ବି ସମ୍ପୂର୍ଣ୍ଣ ପେନ୍‌ସନ୍‌ ପାଇନାହାନ୍ତି। ଅବସରପ୍ରାପ୍ତ ଶିକ୍ଷକମାନେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ ସୁଫଳ ପାଇନାହାନ୍ତି। ଭବାନୀପାଟଣା ସଦର ବ୍ଲକରେ ୯୯ଜଣ ଅବସରପ୍ରାପ୍ତ ଶିକ୍ଷକ ସମ୍ପୂର୍ଣ୍ଣ ପେନ୍‌ସନ୍‌ ପାଇ ନ ଥିବା ଜଣାପଡିଛି। ସେହିପରି କେସିଙ୍ଗା ବ୍ଲକର ୫୧ଜଣ, ନର୍ଲା ବ୍ଲକର ୧୪,ଏମ୍‌ ରାମପୁର ବ୍ଲକର ୯, କର୍ଲାମୁଣ୍ଡା ଓ ଲାଞ୍ଜିଗଡ ବ୍ଲକର ୧୭, ଥୁଆମୂଳ ରାମପୁର ବ୍ଲକର ୯, ଜୁନାଗଡ ବ୍ଲକର ୨୬, କଲମପୁର ବ୍ଲକର ୨୧, ଧର୍ମଗଡ ବ୍ଲକର ୧୬ ଓ ଗୋଲାମୁଣ୍ଡା ବ୍ଲକର ୯ ଜଣ ଓ ଅବଶିଷ୍ଟ ଜୟପାଟଣା ଓ କୋକସରା ବ୍ଲକକୁ ମିଶାଇ ଜିଲାରେ ସମୁଦାୟ ୩୩୪ ଜଣ ଶିକ୍ଷକ ଅବସର ପରେ ମଧ୍ୟ ସମ୍ପୂର୍ଣ୍ଣ ବା ନିୟମିତ ପେନ୍‌ସନ୍‌ ପାଇନାହାନ୍ତି।
ଭବାନୀପାଟଣା ସହରର ସ୍ବର୍ଗତ ଆବାସ ହୁସେନ ପୂର୍ବରୁ ସଦର ବ୍ଲକ ଅନ୍ତର୍ଗତ କାଶିପଦର ସ୍କୁଲରେ ଶିକ୍ଷକତା କରୁଥିଲେ। ହେଲେ ତାଙ୍କ ମୃତ୍ୟୁର ୩ବର୍ଷ ପରେ ମଧ୍ୟ ତାଙ୍କ ସ୍ତ୍ରୀ ସମସୁନ ନିଶା ପରିବାର ପେନସନ୍‌ ସମ୍ପୂର୍ଣ୍ଣ ଭାବେ ପାଇ ପାରୁନାହାନ୍ତି। ଏପରି କି ଗ୍ରାଚୁଇଟି, ଗ୍ରୁପ ଇନ୍‌ସ୍ୟୁରାନ୍ସ ଇ୍ଯଯାଦି ମଧ୍ୟ ମିଳିନାହଁି। ପେନସନ୍‌ ଉପରେ ସ୍ତ୍ରୀ ସାମସୁନ ନିଶା ଓ ପୁଅ ନିର୍ଭରଶୀଳ। କିନ୍ତୁ ସ୍ଥାୟୀ ପେନ୍‌ସନ୍‌ ନ ପାଇ ସେମାନେ ହଇରାଣ ହେଉଛନ୍ତି। ସେହିପରି ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ଚଲାନ ଜଣେ ଭିନ୍ନକ୍ଷମ। ଶାରୀରିକ ଭାବେ ସେ ୭୦ ପ୍ରତିଶତ ଭିନ୍ନକ୍ଷମ ବୋଲି ସରକାରୀ ପ୍ରମାଣପତ୍ର ରହିଛି। ଗୋଟିଏ ସ୍ଥାନରେ ବେଶୀ ସମୟ ବସିବା ତାଙ୍କ ପକ୍ଷରେ ସମ୍ଭବ ମଧ୍ୟ ନୁହଁ। ଅଥଚ ତାଙ୍କ ଅବସରର ୨ବର୍ଷ ପରେ ମଧ୍ୟ ଅସ୍ଥାୟୀ ପେନ୍‌ସନ୍‌ରେ ସନ୍ତୁଷ୍ଟ ହେବାକୁ ପଡୁଛି। ଏହାକୁ ନେଇ ସେ ବାରମ୍ବାର ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିଥିଲେ ମଧ୍ୟ ନିରାଶ ହେବାକୁ ପଡିଥିଲା। ଏପରି ବ୍ୟତିକ୍ରମ ନେଇ ଗତ ମେ ମାସରେ ସେ ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ପଚାରିବାରୁ କାଗଜପତ୍ର ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଜିଲାର ସମସ୍ତ ବ୍ଲକରେ ଥିବା ବିଇଓଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?