ଶିକ୍ଷକ ଅଭାବ: ପ୍ରାଥମିକ ଶିକ୍ଷା ରସାତଳଗାମୀ

ଯାଜପୁର,୨୩ା୭(ହର୍ଷବର୍ଦ୍ଧନ ବେହେରା)ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଯାଜପୁର ଜିଲାରେ ଶିକ୍ଷକଙ୍କ ଅଭାବ ସମସ୍ୟାର ସମାଧାନ ହୋଇପାରୁନାହିଁ। ଜିଲାର ସମୁଦାୟ ୧୪୦ଟି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ(ୟୁପି) ୬୦୯ ସ୍କିମ ଏବଂ ୯୧୬ ସ୍କିମ ବିଦ୍ୟାଳୟରେ ୧ା୬ା୨୦୨୩ ସୁଦ୍ଧା ୩୯ ଜଣ ପ୍ରଧାନ ଶିକ୍ଷକ(ଏଚ୍‌ଏମ୍‌) ଏବଂ ୩୪ ଜଣ ସହକାରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହା ଜିଲାର ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରିଛି ବୋଲି ମତପ୍ରକାଶ ପାଇଛି।
ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗି ରହିଛି। ପାଠ୍ୟପୁସ୍ତକ ପ୍ରଦାନରେ ବିଳମ୍ବ, ବିଭିନ୍ନ ଦାବି ନେଇ ଶିକ୍ଷକଙ୍କ ଆନ୍ଦୋଳନ, ଜନଗଣନା, ଭୋଟର ତାଲିକା ଆଦି କାର୍ଯ୍ୟରେ ଶିକ୍ଷକଙ୍କୁ ନିୟୋଜନ ଆଦି ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷା ଅଧିକାର ଆଇନରେ ସମସ୍ତଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ ରହିଛି। ସରକାରୀସ୍ତରରେ ନୀତି ନିର୍ଦ୍ଧାରଣରେ ତ୍ରୁଟି ଯୋଗୁ ସେସବୁ ଆଇନ ଦିଗହରା ହୋଇ ପଡ଼ିଛି। କେଉଁଠି ୭ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ତ, କେଉଁଠି ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଏହିସବୁ ସ୍କୁଲର ଶିକ୍ଷକ ଯଦି କେବେ ଛୁଟିରେ ରୁହନ୍ତି ତେବେ ସେହି ସ୍କୁଲରେ ସେଦିନ ତାଲା ପଡୁଛି। ଜିଲାରେ ଶତାଧିକ ସ୍କୁଲର ନିଜସ୍ବ ସୁଦୃଢ଼ ଘର ସମେତ ଆବଶ୍ୟକ ଶ୍ରେଣୀ ଗୃହର ଅଭାବ ରହିଛି।
ସର୍ବଶିକ୍ଷା ଅଭିଯାନରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ୫୫ଟି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(୬୦୯ ସ୍କିମ) ରହିଛି। ଏଥିରେ ୫୫ ପ୍ରଧାନ ଶିକ୍ଷକ ଓ ୫୫ ସହକାରୀ ଶିକ୍ଷକ ନିଯୁକ୍ତ ହେବା କଥା। କିନ୍ତୁ ସେଥିରୁ ୨୧ ଜଣ ପ୍ରଧାନଶିକ୍ଷକ ଏବଂ ୨୨ ସହକାରୀ ଶିକ୍ଷକ ପଦବୀ ଖାଲି ପଡିଛି। ସେଥିରୁ ଧର୍ମଶାଳା ବ୍ଲକରେ ସର୍ବାଧିକ ୧୫ ଶିକ୍ଷକ ପଦବୀ ପୂରଣ ହୋଇପାରିନାହିଁ। ସେହିପରି ଜିଲାରେ ୮୫ଟି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (୯୧୬ ସ୍କିମ) ରହିଛି। ଏଥିରେ ୮୫ ଜଣ ଲେଖାଏ ମୋଟ ୧୭୦ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତି ମିଳିବା କଥା। କିନ୍ତୁ ଏଥିରେ ୧୮ ପ୍ରଧାନ ଶିକ୍ଷକ ଓ ୧୨ ସହକାରୀ ଶିକ୍ଷକ ପଦବୀ ଖାଲି ପଡିଛି। ଏଥିରେ ବିଞ୍ଝାରପୁର ବ୍ଲକର ସମସ୍ତ ୭ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି। ଉପରୋକ୍ତ ପଦବୀଗୁଡ଼ିକୁ ପୂରଣ କରିବାକୁ ଯାଜପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ କିଛି ସୁଫଳ ମିଳୁ ନ ଥିବା ସୂଚନା ମିଳିଛି। ଏପରିଭାବେ ଉପରୋକ୍ତ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ କରା ନ ଯାଇ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଶିକ୍ଷକ ବଦଳିରେ ମନମୁଖି କାର୍ଯ୍ୟ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ଏଠାରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବଦଳିକୁ ନେଇ ଏକ ପ୍ରକାର ବ୍ୟବସାୟ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ସରକାରଙ୍କ ପ୍ରଦତ୍ତ ଗାଇଡ୍‌ଲାଇନ୍‌କୁ ନ ମାନି କେତେଜଣ ନେତାଙ୍କ ନିର୍ଦ୍ଦେଶରେ ବଦଳି କରାଯାଉଥିବା ଅଭିଯୋଗ ହେଉଛି। ନିର୍ବାଚିତ ଲୋକପ୍ରତିନିଧି ବଦଳି କମିଟିରେ ସଭ୍ୟ ଥିବାରୁ ସେମାନଙ୍କ ପତିଆରାରେ ବଦଳି ପାଲା ଚାଲିଛି ବୋଲି ଅଭିଯୋଗ ହେଉଛି। ଏହି କାରଣରୁ ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ପରିଲକ୍ଷିତ ହେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ୬୦୯ ବର୍ଗ ୟୁପି ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କୁ ପଦୋନ୍ନତି ଦେଇ ପ୍ରଧାନଶିକ୍ଷକ ପଦବୀ ପୂରଣ କରାଯାଇଛି। ୯୧୬ ସ୍କିମ ବିଦ୍ୟାଳୟ ସମ୍ପର୍କରେ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?