Posted inଫୁରସତ

କ୍ଲାସରେ ରିଲେଶନଶିପ୍‌ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସ୍କୁଲ-କଲେଜରେ ଶିକ୍ଷୟତ୍ରୀ ଓ ଶିକ୍ଷକ ବହିଜ୍ଞାନ ବ୍ୟତୀତ ଜୀବନ ସହ ଜଡିତ ଜରୁରୀ କଥା ମଧ୍ୟ କହିଥାନ୍ତି। ଯାହା ବୟସ ବଢିବା ସହ ପିଲାଙ୍କ ପ୍ରତିଟି ପଦକ୍ଷେପରେ ସାହାଯ୍ୟ କରିଥାଏ। ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଜଣେ ଶିକ୍ଷୟତ୍ରୀ ସମ୍ପର୍କକୁ ନେଇ ପିଲାଙ୍କୁ ବୁଝାଉଛନ୍ତି। ୫୩ସେକେଣ୍ଡର ଏହି କ୍ଲିପ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷୟତ୍ରୀ କହୁଛନ୍ତି, ଯେଉଁ ସମ୍ପର୍କକୁ ଆପଣ ସୁରୁଖୁରୁରେ ରହିପାରିବେ ସେହି ସମ୍ପର୍କରେ ବାନ୍ଧି ହୁଅନ୍ତୁ। ଆପଣ କାହା ସହ ବେଶୀ ଇଣ୍ଟିମେଣ୍ଟ ବା ଜଡିତ ଅଛନ୍ତି। କିମ୍ବା ରିଲେଶନଶିପରେ ଅଛନ୍ତି ତେବେ ଦେଖିଚାହିଁ ସମ୍ପର୍କର ସେତୁ ବାନ୍ଧନ୍ତୁ। ଯଦି ସମ୍ପର୍କ ଭଲ ଲାଗୁ ନାହିଁ ତେବେ ଛାଡି ଦିଅନ୍ତୁ।

 

ଏପରି ଏକ ଆପଣଙ୍କ ଜୀବନରେ ଆସିପାରେ ଯେଉଁଠି ଆପଣ ଆପଣଙ୍କ ପ୍ରିୟ ମଣିଷଙ୍କୁ କହିପାରନ୍ତି କି, ମୋତେ ପିତାମାତାଙ୍କ ହିସାବରେ ଚାଲିବାର ଅଛି। ଅଭିଭାବକଙ୍କ ରାସ୍ତାରେ ଯିବା ଖରାପ ନୁହେଁ। ହେଲେ ସମ୍ପର୍କରେ କାହାକୁ ଏତେ ଜଡିତ କରିଦିଅ ନାହିଁ ଯାହାଦ୍ୱାରା ତା ପରିବାର ଛାରଖାର ହୋଇଯିବ। ବହୁବାର ଶୁଣିବାକୁ ମିଳିଛି ଯେ, ପୁଅଟି ଏହିସବୁ ପରିସ୍ଥିତିରେ ପଡି ଆତ୍ମହତ୍ୟା କରିଦିଏ।

ଶିକ୍ଷୟତ୍ରୀ ଆହୁରି କହିଛନ୍ତି, କେଉଁ ଝିଅ ପାଇଁ ଆତ୍ମହୁତି ଦେବା ଉଚିତ ନୁହେଁ। କାରଣ ଝିଅମାନେ ଏଭଳି କରନ୍ତି ନାହିଁ। ଏପରି କ୍ଷେତ୍ରରେ ପୁଅଟି ବେଶି ଭାବବିହ୍ବଳ ହୋଇଯାଏ। କାହା ଭାବାବେଗ ସହ କେବେ ବି ଖେଳିବ ନାହିଁ। ସୁନ୍ଦର ସମ୍ପର୍କ ତାକୁ କୁହାଯାଏ ଯାହା ଉଭୟ ପକ୍ଷଙ୍କୁ ଅନୁଭୂତି ହୋଇଥାଏ। ପରସ୍ପର ଗୋଟିଏ ସୂତାରେ ବାନ୍ଧି ହୋଇଥାନ୍ତି। ଏମିତି ନୁହେଁ କି ପରସ୍ପରଙ୍କୁ ଧୋକା ଦେବା।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri