ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…

ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ। ଏହା କିଭଳି ଏପରି ସମ୍ଭବ ବୋଲି ଭାବି ମଧ୍ୟ ପାରନ୍ତି। ହେଲେ ବାସ୍ତବରେ ଏଭଳି ସମ୍ଭବ। ଆମେ କଥା ହେଉଛୁ ସେଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ ପେସାରେ ଜଣେ ଶିକ୍ଷକ। ଗୁଜରାଟର ଖେଡ଼ା ଜିଲାରେ ସେ ରୁହନ୍ତି। ତାଙ୍କର ସ୍ବତନ୍ତ୍ରତା ହେଉଛି ସେ ଓଲଟା ଗାଇ ପାରନ୍ତି। ସେ ମଧ୍ୟ ସବୁ ପ୍ରକାର ସ୍ବର, ତାଳ ଦେଇ। ଯେ କେହି ତାଙ୍କ ଗୀତ ଶୁଣନ୍ତି, ସେ କିମ୍ବା ପ୍ରକୃତ ଗାୟକ ଗାଇଛନ୍ତି ତାହା ଜାଣିବା ମୁସ୍କିଲ ହୋଇଯାଏ।

ବିରଳ ପ୍ରତିଭାର ଅଧିକାରୀ ଶିକ୍ଷକ ଜଣଙ୍କ ହେଲେ ଗୋପାଳଭାଇ ପଟେଲ। ସେ ଖେଡ଼ା ଜିଲାର ଆନ୍ତରସୁବା ଗାଁରେ ଥିବା ଜେ.ସି. ଦାନି ସ୍କୁଲରେ ଶିକ୍ଷକତା କରନ୍ତି। ଦୀର୍ଘ ୫ ବର୍ଷ ଧରି ସେ ପିଲାଙ୍କୁ ପଢ଼ାଇ ଆସୁଛନ୍ତି। ପିଲାମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି। ପ୍ରଥମେ ସେ ଓଲଟା ଲେଖିବାକୁ ନେଇ ଲେକପ୍ରିୟ ଥିଲେ। ହେଲେ ଏବେ ସେ ଓଲଟା ଗାଇବାକୁ ନେଇ ଚର୍ଚ୍ଚାରେ।

ଯେକୌଣସି ଗୁଜରାଟୀ କିମ୍ବା ହିନ୍ଦୀ ଗୀତକୁ ଓଲଟା ଗାଇଲେ କିମ୍ବା କହିଲେ ଗୋପାଳଭାଇ ତୁରନ୍ତ ଉକ୍ତ ଗୀତକୁ ଓଲଟା ଗାଇ ପାରନ୍ତି। କେବଳ ସେତିକି ନୁହେଁ ଗୁଜରାଟୀ, ହିନ୍ଦୀର ଅକ୍ଷରସବୁ ଏବଂ ୧ ରୁ ୧୦୦ ଅଙ୍କ ସଂଖ୍ୟାକୁ ଚଟାପଟ୍‌ ସେ ଓଲଟା କରି କହିପାରନ୍ତି। ଛାତ୍ରମାନେ ତାଙ୍କୁ ଏଭଳି କହୁଥିବା ଦେଖି ଆନନ୍ଦିତ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରେଷ୍ଟୁରାଣ୍ଟରେ ଦେହରୁ କପଡ଼ା ଖୋଲି ଡିନର କରିଥାନ୍ତି ଗ୍ରାହକ

ଘରଖାଦ୍ୟ ଖାଇଖାଇ ଯେତେବେଳେ ପାଟି ଅରୁଚି ହୋଇଯାଏ ଲୋକେ ରେଷ୍ଟୁରାଣ୍ଟ ଯାଇଥାନ୍ତି କିଛି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ। ଖାଦ୍ୟ ତ ମିଳିଯାଏ ମାତ୍ର ରେଷ୍ଟୁରାଣ୍ଟ ଅଜବ...

କଂଗ୍ରେସ ୯୧ଥର ଦୁର୍ବ୍ୟବହାର କରିଛି, ଏହିି ସମୟ ସୁୁଶାସନରେ ଲଗାଇଥିଲେ ଦୟନୀୟ ସ୍ଥିତି ହୋଇନଥାନ୍ତା: ମୋଦି

ବିଦର,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ନାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ବିଦରରେ ଅନୁଷ୍ଠିତ ଏକ ସଭାକୁ ମୋଦି ସମ୍ବୋଧନ କରି କହିଛନ୍ତି...

ପୁଣି ଇଡି ଜାଲରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩।୧: କିଛି ଦିନର ବିରାମ ପରେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଲରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌। ଶୁକ୍ରବାର ଏୟାର ଇଣ୍ଡିଆ ଦ୍ୱାରା କିଣାଯାଇଥିବା ବିମାନର...

ଶିବମୋଗାରେ ପୋଲିସ ଛାଉଣି

ବେଙ୍ଗାଲୁରୁ,୨୧।୨: ଦକ୍ଷିଣପନ୍ଥୀ ଗୋଷ୍ଠୀ ବଜରଙ୍ଗ ଦଳର ୨୬ ବର୍ଷୀୟ ସଦସ୍ୟଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ କର୍ନାଟକର ଶିଭମୋଗା ଅଞ୍ଚଳରେ ସୃଷ୍ଟି...

ୟୁପି: ପ୍ରବଳ ବର୍ଷାରେ ୨୨ ମୃତ

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶରେ ଗୁରୁବାର ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ମୋଟ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଦିଲକୁଶ...

ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ...

‘ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ’

ଭୋପାଳ,୧୭।୨: ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ନ ଦିଆଯିବାରୁ କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ବିବାଦ ଏବେ ବିଭିନ୍ନ ରାଜ୍ୟକୁ ବ୍ୟାପିଛି।...

୨୪ ହଜାର କୋଟିର କମ୍ପାନୀ ଦାନକଲେ ପରିବେଶପ୍ରେମୀ

ଓ୍ବାଶିଂଟନ୍‌:ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ପ୍ରାକୃତିକ ବିପର୍ଯ୍ୟୟ, ଯୁ୍‌ଦ୍ଧ ଆଦି ବିଭିନ୍ନ କାରଣରୁ ପୃଥିବୀ ବିନାଶ ମୁହଁା ହେବାରେ ଲାଗିଛି। ଏଥିରେ ବ୍ୟଥିତ ହୋଇ ଜଣେ ଅରବପତି...

Advertisement
Archives

Model This Week