ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ ବିଦ୍ୟାଳୟରେ ପହଞ୍ଚିଥିବା ଛାତ୍ରଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ମାଡମାରି ଲହୁଲୁହାଣ କରିଥିବା ଘଟଣା ଏବେ ଅଭିଭାବକ ମହଲରେ ଚିନ୍ତା ବଢାଇଦେଇଛି। ଅମାନୁଷିକ ଭାବେ ଶିକ୍ଷୟିତ୍ରୀ ଜଣଙ୍କ ନିଜ ହିତାହିତ ଜ୍ଞାନ ଭୁଲି ଛାତ୍ରଙ୍କୁ ମାରିବା ଘଟଣା ଏବେ ଥାନାରେ ପହଞ୍ଚିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ରହିଥିବା ଘରୋଇ ଅନୁଷ୍ଠାନ ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ।

ପ୍ରକାଶ ଯେ, ପ୍ରତିଦିନ ଭଳି ଉକ୍ତ ଥାନା ସିମନବାଡି ଗ୍ରାମର କାରିପାଙ୍ଗା ସାହିର ଅମରେନ୍ଦ୍ର ପ୍ରଧାନଙ୍କ ୯ ବର୍ଷର ପୁଅ ପ୍ରିନ୍ସ ପ୍ରଧାନ ବିଦ୍ୟାଳୟକୁ ଯାଇଥିଲେ । ସେ ଉକ୍ତ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ର । ତେବେ ସେ ଓ ତାଙ୍କ କିଛି ସହପାଠୀ ବିଦ୍ୟାଳୟକୁ ଗଣିତ ନୋଟ୍‌ ବୁକ୍‌ ନେବାକୁ ଭୁଲିଯାଇଥିଲେ। ଗଣିତ ଶିକ୍ଷୟିତ୍ରୀ ଗଣିତ ନୋଟ୍‌ ବୁକ୍‌ ଆଣିନଥିବା ଛାତ୍ରୀଛାତ୍ରଙ୍କୁ ଏକ ବାଉଁଶ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ । ଏଥିରେ ଅଧିକା ପ୍ରିନ୍ସଙ୍କୁ ପିଟିଥିଲେ । ଫଳରେ ତାଙ୍କର ପିଠି, ୨ ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ମାଡ଼ ମାରିବା ପରେ କୁଆଡେ ଶିକ୍ଷୟିତ୍ରୀ ଜଣଙ୍କ ପିଲାଙ୍କୁ ଘରେ କହିଲେ ଆହୁରି ମାଡ଼ ମାରିବି ଓ ଏଠାରେ ପାଠ ପଢ଼ୁଥିବା ପର୍ଯ୍ୟନ୍ତ ଯେତେ ଉପର କ୍ଲାସ ଯିବ ସେତେ ମାଡ଼ ଭୟଙ୍କର ମରାଯିବ ବୋଲି ଧମକ ଦେଇ ଛାଡ଼ିଥିଲେ । ତେବେ ଛାତ୍ର ଜଣଙ୍କ ଘରକୁ ଆସି କିଛି ନକହି ଶୋଇ ପଡିଥିଲେ ତାଙ୍କ ସ୍ବଭାବରେ ପରିବର୍ତ୍ତନ ଓ ଦେହରେ ଜ୍ୱର ଦେଖି ପ୍ରିନ୍ସଙ୍କ ଜେଜେ ମା’ କ’ଣ ହୋଇଛି ବୋଲି ପ୍ରିନ୍ସଙ୍କୁ ପଚାରିବାରୁ ସେ ପ୍ରବଳ ଭୟଭୀତରେ କାନ୍ଦିବା ଆରମ୍ଭ କରିଥିଲେ। ତାଙ୍କ ଶରୀରରୁ ପୋଷାକ ଖୋଲି ଯାଞ୍ଚ କରିବା ସମୟରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ଦାଗ , ଯାହାକି କୌଣସି ବାଡ଼ିରେ ପ୍ରହାର ପରେ ପ୍ରହାର କରାଯାଇଥିବା ଦେଖିଥିଲେ ଓ ପରିବାର ଲୋକ ପ୍ରିନ୍ସଙ୍କୁ ବାରମ୍ବାର ପଚାରିବାରେ ସେ ସତ କହିବା ସହ ତାଙ୍କୁ ତାଙ୍କ ଶିକ୍ଷୟିତ୍ରୀ ବାଡ଼ିରେ ପିଟିଥିବା କହିଥିଲେ। ପରେ ପ୍ରିନ୍ସଙ୍କ ମାନସିକ ଓ ଶାରୀରିକ ସ୍ଥିତି ବିଗିଡିବା ପରେ ପରିବାର ଲୋକ ତାଙ୍କୁ ତୁରନ୍ତ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅବିନାଶ ମଲିକ ପ୍ରିନ୍ସଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ । ଡାକ୍ତର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପିଲାଟିକୁ କୌଣସି ଏକ ବାଡ଼ିରେ ପ୍ରହାର କରାଯାଇଛି । ଏବେ ମାନସିକ ଚାପଗ୍ରସ୍ତ ଓ ଶରୀରରେ ବ୍ୟଥା ସହ ଜ୍ୱର ସାମାନ୍ୟ ରହିଥିବା ଡାକ୍ତର କହିଛନ୍ତି । ପ୍ରିନ୍ସଙ୍କ ବାପା ଅମରେନ୍ଦ୍ର ପୁଅର ଏଭଳି ବର୍ବର ମାଡ଼କୁ ନିନ୍ଦା କରିବା ସହ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏନେଇ ପାଦ୍ରୀପିଓ ଇଂରାଜୀ ମିଡିୟମ ବିଦ୍ୟାଳୟର ଅଧ୍ୟକ୍ଷା ଇତିଶ୍ରୀ ପରିଛାଙ୍କ ପ୍ରତିକ୍ରିୟା ନିଆଯାଇଥିବାବେଳେ ସେ କହିଛନ୍ତି ଯେ ପ୍ରିନ୍ସଙ୍କ ଅଭିଭାବକ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି । କିଏ ଓ କାହିଁକି ଏଭଳି ମାଡ଼ ମାରିଛନ୍ତି ମଙ୍ଗଳବାର ତାର ପଚରାଉଚରା କରିବି ବୋଲି କହିଛନ୍ତି । ଏଭଳି ମାଡ଼ ଘଟଣାକୁ ନେଇ ଅଧ୍ୟକ୍ଷା ମଧ୍ୟ ଚିନ୍ତିତ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଶିକ୍ଷା ବର୍ଷରେ କିଛି ଛାତ୍ରୀଛାତ୍ର ସଠିକ ସମୟରେ ବିଦ୍ୟାଳୟର ଫି ଦେଇ ପାରିନଥିବାରୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରର ଖବର ପ୍ରକାଶିତ ପରେ ପିଲାଙ୍କୁ ପରୀକ୍ଷା ଦେବାକୁ ଓ ବଞ୍ଚିତ ପିଲାଙ୍କୁ ସ୍ବତନ୍ତ୍ର ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟଟି ଘରୋଇ ହୋଇଥିଲେ ମଧ୍ୟ ସରକାର ଏନଓସି ପ୍ରଦାନ କରୁଛନ୍ତି । ସରକାରୀ ବିଦ୍ୟାଳୟ ଭଳି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ଦାରିଙ୍ଗବାଡି ବିଇଓଙ୍କ ଅଧୀନରେ ଆସୁଛି ।ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ଓ ସାମାଜିକ ସୁରକ୍ଷା ପ୍ରତି ବିଇଓ ତଦାରଖ କରିବା ଜରୁରୀ । ଯାହାକି କରାଯାଉନଥିବା ଅଭିଭାବକ ମହଲରେ ଚିନ୍ତା ପ୍ରକଟ କରୁଛି । ଉକ୍ତ ବିଦ୍ୟାଳୟରେ ଛାତ୍ରାବାସ ମଧ୍ୟ ରହିଛି । ତେବେ ଚାରିକାନ୍ଥ ଭିତରେ ଏଭଳି ଛାତ୍ରୀଛାତ୍ରଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଉଥିବା ଏବେ ଅଭିଭାବକଙ୍କ ମହଲରେ ଚିନ୍ତା ବଢାଇଛି। ଏନେଇ ବିଇଓ ମହେଶ୍ୱର ମାଝୀଙ୍କ ପ୍ରତିକ୍ରିୟା ନେବାରୁ କହିଛନ୍ତି ସେ ବାହାରେ ଅଛନ୍ତି, ଏବଂ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?