ହାଇଦ୍ରାବାଦ, ୨୨।୧୨: ଦେଶରେ ଗୋଟିଏ ପରେ ଗୋଟିଏ ବଡ଼ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ବିଜୟ ମାଲ୍ୟା, ନୀରବ ମୋଦିଙ୍କ ପରେ ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍ ହାଇଛି। ହାଇଦ୍ରାବାଦର ଟ୍ରାନ୍ସଷ୍ଟ୍ରୟ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୯,୩୯୪ କୋଟି ଟଙ୍କାର ଋଣ ନେଇ ଠକିଦେଇଛି। ଉକ୍ତ କମ୍ପାନୀର ମାଲିକ ହେଉଛନ୍ତି ଟିଡିପିର ପୂର୍ବତନ ଏମ୍ପି ରାୟପତି ସାମ୍ବାଶିବ ରାଓ। ସେ ଘରର ଚାକରାଣୀ, ଝାଡ଼ୁଦାର, ଡ୍ରାଇଭରଙ୍କ ନାଁରେ ଜାଲ୍ କମ୍ପାନୀମାନ ଖୋଲି ଦୁର୍ନୀତିରେ ଲିପ୍ତ ରହିଥିଲେ ବୋଲି ତଦନ୍ତରୁ ଜଣାପଡିଛି।
ବ୍ୟାଙ୍କ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏହାର ଏତଲାରେ ଦର୍ଶାଇଛି, ଅଭିଯୁକ୍ତ କମ୍ପାନୀ ଟ୍ରାନ୍ସଷ୍ଟ୍ରୟ ବିଭିନ୍ନ ନାମରେ ମିଛ କମ୍ପାନୀ ଚଳାଉଥିଲା। ପଦ୍ମାବତୀ ଏଣ୍ଟରପ୍ରାଇଜେସ୍, ୟୁନିକ୍ ଇଞ୍ଜିନିୟର୍ସ, ବାଲାଜୀ ଏଣ୍ଟରପ୍ରାଇଜେସ୍, ରୁଥ୍ବିକ୍ ଆସୋସିଏଟ୍ସ ଭଳି ଜାଲ୍ କମ୍ପାନୀ ମାଧ୍ୟମରେ ୬,୬୪୩ କୋଟି ଟଙ୍କା ଜାଲିଆତି ହୋଇଥିଲା। କେବଳ କାଗଜପତ୍ରରେ ଚାଲିଥିବା ୯ଟି କମ୍ପାନୀ ଦ୍ୱାରା ଜାଲିଆତି କାରବାର ଚାଲିଥିଲା ବୋଲି ସିବିଆଇ ଅଭିଯୋଗ କରିଛି।
କେପିଏମ୍ଜି ଫୋରେନ୍ସିକ ଅଡିଟ୍ ଅନୁଯାୟୀ ଅଭିଯୁକ୍ତ କାନାରା ବ୍ୟାଙ୍କ ସମେତ ୧୩ଟି ବ୍ୟାଙ୍କରୁ ୯,୩୯୪ କୋଟି ଟଙ୍କା ଋଣ ନେଇଥିଲେ। ବେଙ୍ଗାଲୁରୁର ବ୍ୟାଙ୍କିଙ୍ଗ ଫ୍ରଡ୍ ଆଣ୍ଡ ସିକ୍ୟୁରିଟି ସେଲ୍ (ବିଏସ୍ଏଫ୍ସି) ପକ୍ଷରୁ ଟ୍ରାନ୍ସଷ୍ଟ୍ରୟ ଇଣ୍ଡିଆ ଲିମିଟେଡ, ଏହାର ସିଏମ୍ଡି ଚେରୁକୁରୀ ଶ୍ରୀଧର, ପୂର୍ବତନ ଏମ୍ପି ରାୟପତି ସାମ୍ବାଶିବ ରାଓ ଏବଂ ଅକିନେନି ସତୀଶଙ୍କ ନାଁରେ ଏତଲା ଦାଏର କରାଯାଇଛି। ସେମାନଙ୍କ ନାଁରେ ଅପରାଧ ଷଡ଼ଯନ୍ତ୍ର, ଠକେଇ, ଜାଲିଆତି, ମିଥ୍ୟା ଦସ୍ତାବିଜ୍ ଦାଖଲ ଓ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଛି। ଟ୍ରାନ୍ସଷ୍ଟ୍ରୟ ଆକାଉଣ୍ଟରୁ ୯ଟି ଜାଲ୍ କମ୍ପାନୀକୁ ୭,୧୫୩ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ତଦନ୍ତରୁ ଜଣାପଡିଛି। ୮ ଭେଣ୍ଡର କମ୍ପାନୀ ସେଥିରୁ ୬,୨୦୨ କୋଟି ଟଙ୍କା ଟ୍ରାନ୍ସଷ୍ଟ୍ରୟ ଆକାଉଣ୍ଟକୁ ଫେରାଇ ଦେଇଛନ୍ତି। ଉକ୍ତ ଫେରସ୍ତ ଅର୍ଥକୁ ବିଭିନ୍ନ ପାର୍ଟି, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଗଢ଼ାଯାଇଥିବା ସଂସ୍ଥା ଓ ଅନ୍ୟମାନଙ୍କ ପାଖକୁ ପଠାଯାଇଛି। ପ୍ରମୋଟରମାନଙ୍କ ଖାତାକୁ ଯାଇଛି ୩୫୦ କୋଟି ଟଙ୍କା।
୨୦୧୨ରୁ ୨୦୧୪ ମଧ୍ୟରେ ସିଏମ୍ଡି ଶ୍ରୀଧର ଚେରୁକୁରୀ ଏବଂ ଆର୍ ଲୀଲା କୁମାରଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ଆକାଉଣ୍ଟରୁ ସେମାନଙ୍କ ଆକାଉଣ୍ଟକୁ ୪୫୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ପଦ୍ମାବତୀ ଏଣ୍ଟରପ୍ରାଇଜେସ୍ର ନିର୍ଦ୍ଦେଶକ ଥିବା ସୁଧାକର ବାବୁ ଗୋରାନ୍ତଲା ଟ୍ରାନ୍ସଷ୍ଟ୍ରୟର ଜଣେ କର୍ମଚାରୀ। ଉକ୍ତ କମ୍ପାନୀ୧,୮୪୮ କୋଟି ଟଙ୍କା ହେରଫେର କରିଛି। ସେହିପରି ୟୁନିକ୍ ଇଞ୍ଜିନିୟର୍ସ କମ୍ପାନୀ ଏମ୍ ସାମ୍ବାଶିବ ରାଓଙ୍କ ନାଁରେ ଚାଲିଥିଲା। ସେ ଟ୍ରାନ୍ସଷ୍ଟ୍ରୟର ପୂର୍ବତନ ନିର୍ଦ୍ଦେଶକ।
ବିଭିନ୍ନ ପ୍ରକଳ୍ପ ସ୍ଥାନରେ କମ୍ପାନୀର ୧,୭୫୩ କୋଟି ଟଙ୍କାର ଉପକରଣ ଗଚ୍ଛିତ ଥିବା ୨୦୧୮ ଅକ୍ଟୋବର ୧୦ରେ ଦର୍ଶାଇଥିଲା। ସେଥିରୁ ପୋଲାଭରମ୍ ପ୍ରକଳ୍ପରେ ୧,୫୨୭ କୋଟି ଟଙ୍କାର ଉପକରଣ ଥିବା କୁହାଯାଇଥିଲା। ତେବେ କମ୍ପାନୀ ବାଲାନ୍ସ ଶିଟ୍ରେ ଜାଲିଆତି କରିଥିବା ସିବିଆଇ ଅଭିଯୋଗ କରିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

