ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଟାଟୁ

ଆଜିକାଲିର ଫ୍ୟାଶନ ଦୁନିଆରେ ଷ୍ଟାଇଲିଶ୍‌ ଦେଖାଯିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ ନାନା ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରନ୍ତି ତ ଆଉ କିଏ ମଡର୍ନ ଆଉଟ୍‌ଫିଟ୍‌କୁ ଟ୍ରାଏ କରିଥାନ୍ତି। ସେହିପରି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଦେହରେ ଟାଟୁ କରିବା ବି ଏବେ ଏକ ନୂଆ ଟ୍ରେଣ୍ଡରେ ପରିଣତ ହେଲାଣି। ତେବେ ଏହି ଟାଟୁକୁ ଶରୀରର କେଉଁ ସ୍ଥାନରେ କଲେ ଅଧିକ ଆକର୍ଷଣୀୟ ଲାଗିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ବେକର ପଛ ଭାଗରେ: ବେକର ପଛପଟେ ଟାଟୁ କରିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌ କରି ମଡର୍ନ ଯୁବତୀମାନେ ଏହାକୁ ପସନ୍ଦ କରିଥାନ୍ତି। ଜିନ୍ସ, ଟି-ଶାର୍ଟ ସାଙ୍ଗକୁ ବନ୍‌ ହେୟାର୍‌ ଷ୍ଟାଇଲ୍‌ରେ ବେକ ପଛପଟେ କରାଯାଇଥିବା ଏହି ଟାଟୁ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

*କଚଟିରେ: କଚଟିରେ ଟାଟୁ କରିବା ପାଇଁ ସମୟ ଟିକେ କମ୍‌ ଲାଗିଥାଏ। ତେବେ ମନେ ରଖିବେ, ଯେବେ ବି କଚଟିରେ ଟାଟୁ କରିବେ, ଏହାର ଦରଜ ନ କମିବା ପର୍ଯ୍ୟନ୍ତ ହାତରେ କୌଣସି ଜୁଏଲେରୀ ପିନ୍ଧିବେ ନାହିଁ। ନଚେତ୍‌ ଏହାଦ୍ୱାରା ଇନ୍‌ଫେକସନ୍‌ ହେବାର ସମ୍ଭାବନା ରହିଥାଏ। ସେହିପରି ଆବଶ୍ୟକ ପଡିଲେ ଚୁଡି କିମ୍ବା ହାତଘଣ୍ଟା ପିନ୍ଧି ଏହାକୁ ଆରାମରେ ଲୁଚାଇ ମଧ୍ୟ ପାରିବେ।

*ହାତ ଆଙ୍ଗୁଠିରେ: ହାତର ଆଙ୍ଗୁଠିରେ ବି ଯୁବତୀମାନେ ଚାହିଁଲେ ଟାଟୁ କରି ଆକର୍ଷଣୀୟ ଲୁକ୍‌ ପାଇ ପାରିବେ। ତେବେ ଆଙ୍ଗୁଠିରେ କରାଯାଉଥିବା ଏହି ଟାଟୁ ଖୁବ୍‌ ଛୋଟ ଛୋଟ ଦେଖାଯାଉ ଥିବାରୁ ଏହା ବେଶ୍‌ କ୍ୟୁଟ୍‌ ଲାଗିଥାଏ।

*ଗୋଇଠି: ଗୋଇଠିରେ ବି ଟାଟୁ କରିବାର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି, କିନ୍ତୁ ଏହା ବେଶ୍‌ କଷ୍ଟଦାୟକ ହୋଇଥାଏ। ଯିଏ ଏହି କଷ୍ଟ ସହିପାରିଲା ତାହା ପାଇଁ ଏ ଟାଟୁ କରିବାରେ କୌଣସି ଅସୁବିଧା ନାହିଁ। ବିଶେଷକରି ଫ୍ଲାଓ୍ବାର୍‌ ଡିଜାଇନ୍‌ର ଟାଟୁ ଗୋଇଠିକୁ ଭଲ ମାନିଥାଏ। ସଟର୍‌ସ କିମ୍ବା ଆଙ୍କେଲ୍‌ ଲେଙ୍ଗ୍‌ଥ ଜିନ୍ସ ସାଙ୍ଗକୁ ହାଇହିଲ୍‌ ପିନ୍ଧି ଏହି ଟାଟୁକୁ ଆରାମରେ ହାଇଲାଇଟ୍‌ କରିହୁଏ।

*କାନର ଭିତର ପାର୍ଶ୍ୱ ଓ ବାହାର ପାର୍ଶ୍ୱରେ: ଆଜିକାଲି କାନ ପାଖରେ ବି ଟାଟୁ କରି ଭିନ୍ନ ଲୁକ୍‌ ପାଇବାର ପ୍ରୟାସ କରାଯାଉଛି, ଯାହାକି ଏବେ ଲାଟେଷ୍ଟ ଟ୍ରେଣ୍ଡରେ ପରିଣତ ହୋଇଛି। କିନ୍ତୁ କାନ ଭଳି ଏକ ସୂକ୍ଷ୍ମ ସ୍ଥାନରେ ଟାଟୁ କରିବା ଏତେ ସହଜ କଥା ନୁହେଁ। ଏହା ଖୁବ୍‌ ପୀଡ଼ାଦାୟକ ହୋଇଥାଏ। ତେଣୁ ଖୁବ୍‌ ହୁସିଆର୍‌ ସହକାରେ ଏହି ଟାଟୁ କରିବା ଆବଶ୍ୟକ।

*ବାହୁରେ: ନିଜ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ଟିକେ ବଡ ସାଇଜ୍‌ର ଟାଟୁ ବାହୁରେ କଲେ ଖୁବ୍‌ ଆକର୍ଷଣୀୟ ଲାଗିଥାଏ, ତେଣିକି ସେ ଫ୍ଲାଓ୍ବାର୍‌ ଡିଜାଇନ୍‌ ହେଉ ଅବା କିଛି ବି ଥିମ୍‌ ଡିଜାଇନ୍‌ର ଟାଟୁ ହେଉ। କିନ୍ତୁ ଏହି ଟାଟୁକୁ ହାଇଲାଇଟ୍‌ କରିବା ପାଇଁ ସ୍ଲିଭ୍‌ ଲେସ୍‌ ଟପ୍ସ୍‌ ପିନ୍ଧିବା ବି ଜରୁରୀ।

*ନାଭି କିମ୍ବା ଅଣ୍ଟାରେ: ମହିଳାମାନଙ୍କର ଅଣ୍ଟା ଭାଗଟି ଖୁବ୍‌ ଆକର୍ଷଣୀୟ ହୋଇଥାଏ। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ କୌଣସି ସୁନ୍ଦର ଡିଜାଇନ୍‌ର ଟାଟୁ ବି ସେଠାରେ କରିପାରିବେ। ନାଭି ଅଂଶରେ ମଧ୍ୟ ଟାଟୁ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ସରୁ, ପତଳା ଅଣ୍ଟା ସାଙ୍ଗକୁ ଆକର୍ଷଣୀୟ ଟାଟୁ ଡିଜାଇନ୍‌ ମହିଳାମାନଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।

ପିଠିରେ: ମହିଳାମାନେ ଚାହିଁଲେ ପିଠିରେ ବି ଟାଟୁ କରିପାରିବେ। ତେବେ ଏହି ଟାଟୁକୁ ହାଇଲାଇଟ୍‌ କରିବାକୁ ହେଲେ କୌଣସି ଡିପ୍‌ ବେକ ଥିବା ଆଉଟ୍‌ଫିଟ୍‌ କିମ୍ବା ଡିପ୍‌ ନେକ୍‌ର ବ୍ଲାଉଜ୍‌ ସାଙ୍ଗକୁ ଆକର୍ଷଣୀୟ ଶାଢି ପିନ୍ଧିଲେ ଲୁକ୍‌ ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ।

ତେବେ ଟାଟୁ କରିବା ଖୁବ୍‌ କଷ୍ଟଦାୟକ ହୋଇଥାଏ। ବେଳେବେଳେ ଏହାଦ୍ୱାରା ଇନ୍‌ଫେକ୍ସନ୍‌ ବି ହୋଇଯାଏ। ତେଣୁ ଟାଟୁ କରିବା ପୂର୍ବରୁ ଏହା ଶରୀରକୁ ସୁଟ୍‌ କରିବ ନା ନାହିଁ ସେ ନେଇ ପ୍ରଥମେ ତର୍ଜମା କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ବଡ଼ ଗୋଚର: ୩ ରାଶି ରୁହନ୍ତୁ ସାବଧାନ! ପାଖରୁ ଚାଲିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅକ୍ଟୋବର ମଧ୍ୟଭାଗରେ ଗ୍ରହ ସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରକୃତରେ, ବୈଦିକ କ୍ୟାଲେଣ୍ଡର ଅନୁସାରେ, ଆସନ୍ତା ଅକ୍ଟୋବର ୧୭…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?