Posted inଫୁରସତ

ପ୍ରଥମ ଦରମାରେ ବାପାଙ୍କର ପ୍ରିୟ ବହି କିଣିଥିଲି: ଲକ୍ଷ୍ମଣ କୁମାର

ଜୀବନରେ ପ୍ରଥମ ରୋଜଗାର କଥା ଭାବିଲା ମାତ୍ରକେ ମୋତେ ଅନେକ ବର୍ଷ ପଛକୁ, ମୋର ଆଦ୍ୟ କଲେଜ ଜୀବନ ପାଖକୁ ଫେରିଯିବାକୁ ପଡ଼ୁଛି। ଶୈଶବକାଳରୁ ମୋ ଭିତରେ ଯିଏ ସାହିତ୍ୟ ସଂପ୍ରୀତି ସଞ୍ଚାର କରିଥିଲେ- ସେ ହେଉଛନ୍ତି ମୋ ପୂଜ୍ୟ ବାପା ଦୟାନିଧି ପ୍ରଧାନ। ମୋର ଗପ ଓ କବିତା କେଉଁଠି ପ୍ରକାଶ ପାଇଲେ ବାପାଙ୍କର ଯେଉଁ ଆନନ୍ଦ ତାହାକୁ ଭାଷାରେ ପ୍ରକାଶ କରିବାକୁ ମୁଁ ଅକ୍ଷମ। ତେବେ ପ୍ରଥମେ ପ୍ରଥମେ କବିତା ଲେଖାରୁ ମୋର ସୃଜନ ଯାତ୍ରା ଆରମ୍ଭ କରିଥିଲି। ଆଦ୍ୟ କଲେଜ ଜୀବନରେ ପ୍ରଚୁର ଉତ୍ସାହର ସ୍ଫୁଲିଙ୍ଗ ଭରି ଦେଇଥିଲେ ମୋର ପୂଜ୍ୟ ସାର୍‌ ପ୍ରଫେସର୍‌ ମଣୀନ୍ଦ୍ର କୁମାର ମେହେର। ବରପାଲି ମହାବିଦ୍ୟାଳୟରେ ଯୁକ୍ତ୨ ପଢୁଥିବାବେଳେ ମୋର ଦୁଇଟି କବିତା ଆକାଶବାଣୀ ସମ୍ବଲପୁରର ଯୁବବାଣୀ କାର୍ଯ୍ୟକ୍ରମର ସାହିତ୍ୟ ପତ୍ରିକା ପାଇଁ ପଠାଇଥିଲ। ୧୯୯୨ ଡିସେମ୍ବର ସତର ତାରିଖ ଥିଲା ସେ କବିତାର ରେକର୍ଡିଂ। ମୋର ବଡ଼ଭାଇଙ୍କ ସହ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଯାଇଥିଲି। ସେଦିନ ମୋର ରେକର୍ଡିଂ ନେଇଥିଲେ,ଏଇ କିଛିଦିନ ତଳେ ଆକାଶବାଣୀର ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିବା ପ୍ରଫୁଲ୍ଲ କୁମାର ମାଝୀ। ମାଝୀ ସାର୍‌ ସେତେବେଳେ ଯୁବବାଣୀ କାର୍ଯ୍ୟକ୍ରମର ପ୍ରସାର କାର୍ଯ୍ୟନିର୍ବାହୀ ଥାଆନ୍ତି। ସେଦିନ ପ୍ରୋଗ୍ରାମ୍‌ ରେକର୍ଡିଂ ପରେ ପ୍ରଫୁଲ୍ଲ ସାର୍‌ ଆକାଶବାଣୀର ଡ୍ୟୁଟି ରୁମ୍‌ରେ ମୋ ହାତକୁ ଶହେ ପନ୍ଦର ଟଙ୍କାର ଚେକ୍‌ ଖଣ୍ଡିଏ ବଢାଇ ଦେଇଥିଲେ। ସେଦିନ ଚେକ୍‌ଟି ଆଣି ଷ୍ଟେଟ୍‌ ବ୍ୟାଙ୍କ୍‌ରେ ମୋ ଆକାଉଣ୍ଟରେ ଜମା କରିଥିଲି। ତା’ର କିଛିଦିନ ପରେ ସେ ଟଙ୍କା କାଢିଥିଲି; ଯାହାକି ଥିଲା ମୋ ପ୍ରଥମ ଉପାର୍ଜନ। ସେହି ଟଙ୍କାରେ ସେଦିନ ବାପାଙ୍କ ପ୍ରିୟ ପୁସ୍ତକଙ୍କ ମଧ୍ୟରୁ ଅନ୍ୟତମ କବି ଗଙ୍ଗାଧରଙ୍କ ଅବିସ୍ମରଣୀୟ କାବ୍ୟ ତପସ୍ବିନୀ କିଣିଥିଲି ବାପାଙ୍କ ପାଇଁ ଗଙ୍ଗାଧର ପୁସ୍ତକାଳୟରୁ। ମୋ ପାଇଁ କିଣିଥିଲି କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ସଞ୍ଚୟନର ଦ୍ୱିତୀୟ ଭାଗ। ସେତେବେଳେ କବି ବିନୋଦ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ଥାନ୍ତି। ମୋତେ ଏକ ଚିଠିର ପ୍ରତ୍ୟୁତ୍ତରରେ ସେ ଲେଖିଥିଲେ ତାଙ୍କର ସମସ୍ତ କବିତା ଗ୍ରନ୍ଥାବଳୀ ଆକାରରେ ପ୍ରକାଶ ପାଇଯାଇଛି। ସେହି ବର୍ଷ ମଧ୍ୟ ଗଙ୍ଗାଧର ଜୟନ୍ତୀ ଅବସରରେ ବରପାଲି ଆସିଥିବାବେଳେ କବି ବିନୋଦ ଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ପ୍ରଚୁର ଆନନ୍ଦ ଲାଭ କରିଥିଲି। ସୁତରାଂ ଏହି ବହି ଦୁଇଟି- ଗୋଟିଏ ବାପାଙ୍କ ପାଇଁ ଓ ଅନ୍ୟଟି ମୋ ଲାଗି କିଣି ମୁଁ ଭାରି ଖୁସି ଥିଲି। ଘରକୁ ଆସି ବାପାଙ୍କୁ ତପସ୍ବିନୀ କାବ୍ୟଟି ବଢାଇ ଦେଇଥିଲି ଏବଂ କହିଥିଲି: ରେଡିଓ ପ୍ରୋଗ୍ରାମ୍‌ରୁ ପାଇଥିବା ପଇସାରେ ଏ ବହି କିଣିଛି ବୋଲି। ବାପା ଭାରି ଆନନ୍ଦିତ ହୋଇଥିଲେ। କହିବା ବାହୁଲ୍ୟ, ବାପାଙ୍କ ଠାରୁ ବହୁ ବିଖ୍ୟାତ କବିଙ୍କ କାବ୍ୟ ଏବଂ ରାମାୟଣ, ମହାଭାରତର କେତେ ପୁଲକପ୍ରଦ ଅଧ୍ୟାୟ ଶୁଣି ମୋ ଅଜାଣତରେ ମୋ ଚେତନାକୁ ନିର୍ମାଣ କରିଛି। ବାପା ଆଜି ସ୍ବର୍ଗତ। ୨୦୧୯ ଏପ୍ରିଲ୍‌ ୨୫ରୁ ସେ ଆମମାନଙ୍କୁ ଛାଡି ବାହୁଡି ଗଲେଣି। କିନ୍ତୁ ବାପା ମୋ ଭିତରେ ଭରି ଦେଇଥିବା ସ୍ବପ୍ନ, ସୃଜନ ଓ ସଂକଳ୍ପ ହିଁ ମୋତେ ନିରନ୍ତର ବାଟ ଦେଖାଉଛି। କେତେ ଝଡ଼, କେତେ ଅନ୍ଧକାର ଆସିଛି ଜୀବନରେ, ମୁଁ କିନ୍ତୁ ହାରି ଯାଇନାହିଁ କେବେ ବି। ଯାହାବି ଯେତିକି ସ୍ବଳ୍ପ ଅର୍ଥ ଏଯାବତ୍‌ ଆସିଛି ମୋ ଜୀବନରେ- ତା’ର ବହୁଳାଂଶ ମୋର ସୃଜନ ଜୀବନର ନିର୍ମାଣରେ ବ୍ୟୟ କରିଛି। ବହିଟିଏ କିଣିଲେ ମୋତେ ଲାଗେ ମୁଁ ଦୀପଟିଏ କିଣୁଛି। ବହି ସବୁ ମୋ ପାଇଁ ଦୀପଂ ଜ୍ୟୋତି। ମୋ ଚେତନାର କୋଠରିକୁ ସେମାନେ ଆଲୋକିତ କରନ୍ତି। ନୂଆ ନୂଆ ବହି ଅଧ୍ୟୟନରେ ମୁଁ ଯେମିତି ଆଲୋକ ସ୍ନାନ କରୁଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri