Posted inଫୁରସତ

ଧାର୍ମିକ ମହତ୍ତ୍ୱରେ ଭରା ଅଓ୍ବନ୍ତିପୋରା

ଜମ୍ମୁ-କଶ୍ମୀରକୁ ପୃଥିବୀର ସ୍ବର୍ଗ ବୋଲି କୁହାଯାଇଥାଏ। ଏହା ନିଜର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଅପୂର୍ବ ସଂସ୍କୃତି, ବ୍ୟଞ୍ଜନ ତଥା ଧାର୍ମିକସ୍ଥଳ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ଏଥିସହିତ ଅନେକ ପ୍ରାଚୀନ ମନ୍ଦିର ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ମାରକୀ ପାଇଁ ବି ଏହାର ବହୁ ଖ୍ୟାତି ରହିଛି। ଅଓ୍ବନ୍ତିପୋରା ହେଉଛି ଜମ୍ମୁ-କଶ୍ମୀରର ଏମିତି ଏକ ପର୍ଯ୍ୟଟନସ୍ଥଳୀ; ଯାହା ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଧାର୍ମିକ ମାନ୍ୟତା ପାଇଁ ମଧ୍ୟ ଜଣାଯାଇଥାଏ। ପୁଲଓ୍ବାମା ଜିଲାରେ ଅବସ୍ଥିତ ଅଓ୍ବନ୍ତିପୋରାରେ ଦେଖିବା ପାଇଁ ରହିଛି ଅନେକ ଆକର୍ଷଣୀୟ ସ୍ଥାନ, ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌ ସେଥିପାଇଁ ଏଠାରେ ପ୍ରାୟ ଆଗନ୍ତୁକଙ୍କ ଭିଡ଼ ଦେଖିବାକୁ ମିଳେ।

ଇତିହାସ: ଅଓ୍ବନ୍ତିପୋରାର ନାମ ଉତ୍ପଳ ରାଜବଂଶର ପ୍ରଥମ ରାଜା ଅଓ୍ବନ୍ତିବର୍ମନଙ୍କ ନାମାନୁସାରେ ରଖାଯାଇଥିବା ସୂଚନା ରହିଛି; ଯିଏକି କଶ୍ମୀରରେ ୮୫୫ ଖ୍ରୀଷ୍ଟାବ୍ଦରୁ ୮୮୩ ଖ୍ରୀଷ୍ଟାବ୍ଦ ଯାଏଁ ଶାସନ କରିଥିଲେ। ତା’ସହିତ ସିଏ ଅଓ୍ବନ୍ତିପୋରାରେ ଅଓ୍ବନ୍ତିସ୍ବାମୀ ଓ ଅଓ୍ବନ୍ତିଶ୍ୱର ନାମରେ ଦୁଇଟି ହିନ୍ଦୁ ମନ୍ଦିର ମଧ୍ୟ ନିର୍ମାଣ କରାଇଥିଲେ, ଯାହାକୁ ଏବେ ଲୋକପ୍ରିୟ ଧାର୍ମିକପୀଠ ଭାବେ ଗଣାଯାଉଛି। କେବଳ ଏହି ଦୁଇଟି ମନ୍ଦିର ନୁହେଁ ଅଓ୍ବନ୍ତିପୋରାରେ ଆହୁରି ଅନେକ ଛୋଟବଡ଼ ମନ୍ଦିର ବି ଅଛି, ଯାହାକୁ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗ ଦ୍ୱାରା ସଂରକ୍ଷିିତ କରି ରଖାଯାଇଛି।

ଅଓ୍ବନ୍ତିସ୍ବାମୀ ଓ ଅଓ୍ବନ୍ତିଶ୍ୱର ମନ୍ଦିର: ଅଓ୍ବନ୍ତିସ୍ବାମୀ ଏକ ସୁନ୍ଦର ମନ୍ଦିର, ଯାହା ଝେଲମ୍‌ ନଦୀର ତଟଦେଶରେ ଅବସ୍ଥିତ। ଉତ୍ପଳ ରାଜବଂଶର ପ୍ରଥମ ରାଜା ଅଓ୍ବନ୍ତିବର୍ମନଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ସେହିପରି ଏହି ମନ୍ଦିରଠାରୁ କିଛି ଦୂରରେ ରହିଛି ଅଓ୍ବନ୍ତିଶ୍ୱର ମନ୍ଦିର, ଯାହାକୁ ମଧ୍ୟ ରାଜା ଅଓ୍ବନ୍ତିବର୍ମନ ନିର୍ମାଣ କରାଇଥିଲେ। ଆଉ ଏହି ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ। ତେବେ ଏହି ମନ୍ଦିର ଦୁଇଟିକୁ ୟୁନାନୀ ବାସ୍ତୁକଳା ଦ୍ୱାରା ନିର୍ମାଣ କରାଯାଇଥିଲା, ଯାହା ଖୁବ୍‌ ଆକର୍ଷଣୀୟ ଲାଗୁଥିଲା। କିନ୍ତୁ ପ୍ରାକୃତିକ ବିତ୍ପାତ ଯୋଗୁ ସମୟକ୍ରମେ ଏହି ମନ୍ଦିର ଦୁଇଟି ମାଟିରେ ପୋତି ହୋଇଯାଇଥିଲା। ଆଉ ଅଷ୍ଟାଦଶ ଶତାବ୍ଦୀ ବେଳକୁ ଇଂରେଜମାନଙ୍କ ଦ୍ୱାରା ମାଟି ଖୋଳାଯିବାରୁ ଏହି ମନ୍ଦିର ଦୁଇଟିର ଭଗ୍ନାବଶେଷ ମିଳିଥିଲା। ଆଜିବି ଏହି ମନ୍ଦିର ଦୁଇଟିର ଭଗ୍ନାବଶେଷ ନିଜର ସୌନ୍ଦର୍ଯ୍ୟପୂର୍ଣ୍ଣ ଇତିହାସର ପରିଚୟ ଦେଇଚାଲିଛି। ଆଉ ମନ୍ଦିରରେ ପୂଜା ପାଉଥିବା ଭଗବାନଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତୁଟ ବିଶ୍ୱାସ ରହିଛି। ସେଥିପାଇଁ ଏଠାରେ ସର୍ବଦା ଭକ୍ତଗଣଙ୍କର ଭିଡ଼ ଦେଖିବାକୁ ମିଳିଥାଏ। ତେବେ ଏହି ଦୁଇ ମନ୍ଦିରଠାରୁ କିଛି ଦୂରରେ ରହିଛି ତୁଲିଆନ୍‌ ନାମକ ଏକ ହ୍ରଦ, ଯାହାର ଆକର୍ଷଣୀୟ ରୂପ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ତୁଲିଆନ୍‌ ହ୍ରଦ: ଏହି ହ୍ରଦଟି ସ୍ଥାନୀୟ ପୁଲ୍‌ଓ୍ବାମା ଓ ଅନ୍ତନନାଗ ଜିଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୩,୬୮୪ ମିଟର ଉଚ୍ଚତାରେ ଅବସ୍ଥିତ। ଏତେ ଉଚ୍ଚରେ ରହିଥିବା କାରଣରୁୁ ଏଠାରେ ଥଣ୍ଡା ପ୍ରଚୁର ହୁଏ ଏବଂ ଶୀତଦିନେ ଏହି ହ୍ରଦର ପାଣି ବରଫ ପାଲଟିଯାଏ। ଆଉ ଖରାଦିନେ ବି ଏହି ହ୍ରଦରେ ବରଫ ଖଣ୍ଡ ଭାସୁଥିବାର ପ୍ରାୟ ଦେଖିବାକୁ ମିଳେ। ତେବେ ଦେବଦାରୁ ଜଙ୍ଗଲ ଓ ଉଚ୍ଚ ଉଚ୍ଚ ପାହାଡ଼ ଘେରା ଏହି ହ୍ରଦ ନିକଟରେ କଶ୍ମୀରର ପ୍ରକୃତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ରହିଛି।

ଆଉ କ’ଣ ଦେଖିବେ: ଅଓ୍ବନ୍ତିପୋରାରୁ ମାତ୍ର ୨୮ କି.ମି. ଦୂରରେ ଥିବା ଶ୍ରୀନଗରରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ଉପଭୋଗ କରିପାରିବେ। ଯେମିତିକି: ଡାଲ୍‌ ହ୍ରଦ, ସାଲିମାର୍‌ ଗାର୍ଡେନ୍‌, ମୁଗଲ୍‌ ଗାର୍ଡେନ୍‌, ପରୀ ମହଲ, ହରି ପର୍ବତ ଦୁର୍ଗ ଇତ୍ୟାଦି ଅନ୍ୟତମ।

କେବେ ଓ କେମିତି ଯିବେ: ଅଓ୍ବନ୍ତିପୋରାକୁ ବୁଲିଯିବା ପାଇଁ ଏପ୍ରିଲ୍‌ରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ, ଯଦ୍ଦ୍ବାରା ବୁଲାବୁଲି କରିବାକୁ ସୁବିଧା ହୁଏ। ନଚେତ୍‌ ଅନ୍ୟ ଦିନଗୁଡ଼ିକରେ ଏଠାରେ ପ୍ରଚୁର ଥଣ୍ଡା ହୁଏ, ଏପରିକି ବେଳେବେଳେ ପ୍ରବଳ ତୁଷାରପାତ ମଧ୍ୟ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଟ୍ରେନ୍‌ ହେଉ ଅବା ବସ୍‌ ତଥା ବିମାନର ମଧ୍ୟ ଭଲ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri