ଟାଟୁ ଫାଟୁ

ଡ. କୁଳାଙ୍ଗାର

ଝିଅ ବଡ଼ ହେଲା ବୋଲି କେମିତି ଜାଣିବ? ଏ ପ୍ରଶ୍ନର ଉତ୍ତର ପିଢ଼ି ପରେ ପିଢ଼ି ବଦଳି ଏବେ ଏହି ସ୍ତରରେ ପହଞ୍ଚତ୍ଛି କି, ଯେବେ ଝିଅ ଦେହରେ ଟାଟୁ ଅଙ୍କନ କରାଇଲା; ଜାଣିବେ ଝିଅ ଏଥର ବଡ଼ ହୋଇଗଲା।
ସିଏ ଜଣେ ଝିଅର ବାପ। ସିଏ ଝିଅ ବଡ଼ ହେବାର ସେମିତି କିଛି ସୂଚନା ପାଇବା ପରେ ଝିଅ ପାଇଁ ବିବାହ ପ୍ରସ୍ତାବ ଖୋଜିବାରେ ଲାଗି ପଡ଼ିଲା। ଝିଅକୁ ପଚାରିଲା କାଳେ ସିଏ ନିଜେ କାହାକୁ ପସନ୍ଦ କରିଥିବ! ଝିଅ ଉତ୍ତର ଦେବା ପାଇଁ କିଛିଦିନ ସମୟ ନେଲା ଏବଂ ତା’ ପରେ ମନା କରିଦେଲା କି ତା’ର ସେମିତି କେହି ପସନ୍ଦ ନାହାନ୍ତି। ସିଏ ଝିଅକୁ ପଚାରିଲା- ତୁ ସେଦିନ ତ ମନା କରିପାରିଥାନ୍ତୁ। ନାହିଁ କରିବାକୁ ଏତେ ଦିନ ସମୟ ନେଲୁ କାହିଁକି? ଏହା ପଛର ଭିତ୍ତିରି କଥାଟା ଟିକେ ଖୋଲି କହ! ଝିଅ କହିଲା- ମୋର ଚାରିଜଣ ବୟଫ୍ରେଣ୍ଡ୍‌ ଅଛନ୍ତି। ସେମାନେ ମୋ ପାଇଁ ବହୁତ କିଛି କରିଛନ୍ତି। ତେବେ ତମେ ବିବାହ କରିବା କଥା କହିବା ପରେ ସେଥି ମଧ୍ୟରୁ ଜଣକୁ ବାଛିବା ପାଇଁ ମୁଁ ସମୟ ନେଇଥିଲି। ସିଏ ବିସ୍ମିତ ହୋଇ ପଚାରିଲା- ତେବେ କଲୁନି କାହିଁକି? ସିଏ କ’ଣ ନାହିଁ କରିଦେଲା କି? ଝିଅ କହିଲା- ନାଇଁ ଚାରି ଜଣଯାକ ତ ମୋତେ ବିବାହ କରିବା ପାଇଁ ବ୍ୟାକୁଳ ଥିଲେ। ଏବେ ମଧ୍ୟ ମୋତେ ନ ପାଇଲେ କିଏ ଆତ୍ମହତ୍ୟା କରିଦେବ ତ କିଏ ହାତ କାଟି ପକେଇବ ବୋଲି ଧମକ ଦେଉଛି। କିନ୍ତୁ ମୁଁ ନିଜକୁ ମନା କରିଦେଲି କି ମୁଁ ସେମାନଙ୍କ ଭିତରୁ କାହାକୁ ବାହା ହେବି ନାହିଁ।
ଝିଅ କଥାଶୁଣି ତା’ ମୁଣ୍ଡ ଖରାପ। ସିଏ କେମିତି ଭଲ ବରଟିଏ ଯୋଗାଡ଼ କରିବ ବୋଲି ଚିନ୍ତାଗ୍ରସ୍ତ। ହେଲେ ଇଏ ଚାରିଚାରିଟା ରାଜକୁମାରଙ୍କ ଭିତରୁ ଗୋଟିଏକୁ ସ୍ବୟମ୍ବର କରି ଚୟନ କରିପାରୁନି? ସିଏ ଝିଅକୁ କହିଲା- ତୁ ସେଥି ମଧ୍ୟରୁ ଯିଏ ସୁନ୍ଦର ଏବଂ ଅଧିକ ରୋଜଗାରିଆ ତାକୁ ବାଛି ଦେଇଥିଲେ କ’ଣଟା ଅସୁବିଧା ହୋଇଥାଆନ୍ତା? ଝିଅ କହିଲା- ସେ ଦୃଷ୍ଟିରୁ ତ ସଭିଏ ସଭିଙ୍କୁ ବଳି। ତେବେ ମୋର ପରୀକ୍ଷାରେ କେହିହେଲେ ଉତ୍ତୀର୍ଣ୍ଣ ନ ହେବାରୁ ମୁଁ ସମସ୍ତଙ୍କୁ ଛାଡ଼ିବାକୁ ବାଧ୍ୟ ହେଲି।
ସିଏ ପଚାରିଲା- ତୁ କ’ଣ କେମିତି ପରୀକ୍ଷା କଲୁ ଟିକେ ଖୋଲି କହୁନୁ! ଝିଅ କହିଲା- ମୁଁ ସମସ୍ତଙ୍କୁ ଜଣ ଜଣ କରି ଦେଖାକଲି ଏବଂ ତମେ ବାହାଘର ପାଇଁ ମୋର ମତ ଚାହିଁଥିବା କଥା କହିଲି ଏବଂ ସମସ୍ତଙ୍କ ପାଇଁ ଗୋଟିଏ ସର୍ତ୍ତ ରଖିଲି କି ଏଥିପାଇଁ ତାଙ୍କୁ ନିଜ ବାହୁରେ ଏବଂ ଛାତିରେ ମୋ ନାଆଁର ସ୍ଥାୟୀ ଟାଟୁ କରିବାକୁ ପଡ଼ିବ! ଡାଡି, ସେ ବଦମାସ୍‌ ପୁଅଙ୍କ ଭିତରୁ କେହି ଜଣେ ବି ମୋ ସର୍ତ୍ତ ମାନିବାକୁ ରାଜି ହେଲେ ନାହିଁ। ଜଣେ କହିଲା- ଭିତରେ ଥିବା ହୃଦୟ ତ ତମକୁ ଦେଇଛି, ଛାତି ଉପରେ ଲେଖିଦେଲେ କ’ଣ ପାଇବ? ଆଉ ଜଣେ କହିଲା- ଏଇ ହାତରେ ତମ ହାତ ଧରି ତ ଜୀବନ ଜିଇବି, ସେଥିରେ ନାଆଁଟା ଲେଖିଦେଲେ କ’ଣଟା ଅସୁବିଧା ହେବ? ତୃତୀୟ ଜଣକ କହିଲା- ଟାଟୁ କରିବାକୁ ମୋର ଇଚ୍ଛା ଅଛି କିନ୍ତୁ ମୋର ସେଥିପ୍ରତି ଆଲର୍ଜି, ଦେହ ଖରାପ ହେବ! ଚତୁର୍ଥ ଜଣକ କହିଲା – ନା ଧନ, ସେମିତି କଲେ ମମି ରାଗିବେ! ସିଏ ଝିଅର କଥା ଶୁଣି ଚକିତ ହୋଇ କହିଲା- ସବୁ ଉତ୍ତର ତ ଠିକ୍‌ ଅଛି। ତୁ ଏମିତି ଅଜବ ସର୍ତ୍ତ ରଖିଲୁ କାହିଁକି? ଆମର ତ ବାହାଘରରେ ମତଲବ, ସେ ଟାଟୁଫାଟୁରୁ କ’ଣ ମିଳିବ?
ଝିଅ କହିଲା- ଡାଡି! ତମେ ତ ପୁରୁଣା ଜମାନାର ଲୋକ। ଏବର କଥା ଜାଣିବ କେମିତ। ଏବେ ପଚାଶ ବର୍ଷ ପାର୍‌ ହୋଇଯାଇଥିବା ଲୋକ ବି ନିଜକୁ ଯୁବକ ବୋଲି କହେ। ସୋସିଆଲ ମିଡିଆରେ ନିଜକୁ ଅବିବାହିତ ବୋଲି ଲେଖେ। ଉଦ୍ଦେଶ୍ୟ ହେଉଛି ବିବାହ ପରେ ମଧ୍ୟ ଏକାଧିକ ମହିଳା/ଯୁବତୀଙ୍କ ସହିତ ସମ୍ପର୍କ ରକ୍ଷା କରିବା। ଏକପତ୍ନୀ ବ୍ରତ ପାଇଁ କାହାର ମଧ୍ୟ ଇଚ୍ଛା ନାହିଁ। ସେଥିପାଇଁ ମୁଁ ଏମିତି ସର୍ତ୍ତ ରଖିଲି। ଦେହରେ କେଉଁ ଝିଅର ନାଆଁ ଦେଖିଲେ ଯେ କେହି ପ୍ରଶ୍ନ କରିବ କି ନାଇଁ? ସିଏ ତମର କ’ଣ ହେବ ବୋଲି ପଚାରିବ କି ନାହିଁ? ସିଏ ଝିଅର ବୁଦ୍ଧିକୁ ମନେମନେ ତାରିଫ୍‌ କଲା ଏବଂ ବିବାହ ପ୍ରସ୍ତାବ ଖୋଜିବାରେ ଲାଗି ପଡ଼ିଲା। ଚିହ୍ନାଜଣାରେ, ଟାଉଟର ମଧ୍ୟସ୍ଥଙ୍କ ଜରିଆରେ ମନମୁତାବକ ପ୍ରସ୍ତାବ ନ ମିଳନ୍ତେ ସିଏ ମାଟ୍ରିମୋନି ସାଇଟ୍‌ରେ ଝିଅର ବିବରଣୀ ଦାଖଲ କଲା ଏବଂ ଏକାଧିକ ପ୍ରସ୍ତାବରୁ ଗୋଟିଏ ଆଗକୁ ବଢ଼ିଲା।
ଦିନେ ବରପକ୍ଷ ସପରିବାରେ ଝିଅକୁ ଦେଖିବାକୁ ଆସିଲେ। ଉପଯୁକ୍ତ ଚର୍ଚ୍ଚା ସହିତ ଝିଅଦେଖା ଏବଂ କଥାବାର୍ତ୍ତା ପରେ ପୁଅର ମାଆ କହିଲେ- ସବୁ ଭଲ, ଝିଅ ଆମ ମନକୁ ପାଉଛି ଯେ ଝିଅର ବେକ ତଳେ ସେ ଟାଟୁଟା ଅଡୁଆ କରିଦେଲା। ଝିଅର ମାଆ ଉତ୍ତର ଫେରେଇଲେ- ସେଥିର କି ଅଡୁଆ? ଏଇଟା ଆଜିକାଲିର ଫ୍ୟାଶନ । ସବୁ ଛୁଆମାନେ କରୁଛନ୍ତି। ପୁଅର ମାଆ କହିଲେ- ମୁଁ ଝିଅକୁ ସମ୍ପୂର୍ଣ୍ଣ ଦେଖିଲା ପରେ ଯାଇ ବୋହୂ କରିବି କି ନାହିଁ ନିଷ୍ପତ୍ତି ନେବି।
ଝିଅର ମାଆ ବିରକ୍ତ ଗଳାରେ କହିଲେ- କ’ଣ ଏମିତି କହୁଛନ୍ତି? ମୋ ପିଲାକୁ ଆପଣ କ’ଣ ପାଇଲେ କି?
ପୁଅର ମାଆ କହିଲେ- ଦେଖନ୍ତୁ, ମୁଁ ବୁଝିପାରୁଛି ମୋ କଥାଟା ଆପଣଙ୍କୁ ଭଲ ଲାଗିଲାନି । କିନ୍ତୁ ମୁଁ ନାଚାର। ବାହାଘର ପରେ ଜଣାପଡ଼ି ଦୁଇ ପରିବାର ଘାଣ୍ଟି ହେବା ଅପେକ୍ଷା ଆଗୁଆ କଥାଟା ସଫା ହୋଇଯିବା ଭଲ। କାରଣ ଝିଅ ଆଉ କୋଉଠି ଆଉ କାହା ନାଆଁର ଟାଟୁ କରିଥିବ, କହିଲ ଭଲା କୋଉ ସ୍ବାମୀ ତାକୁ ସହ୍ୟ କରିପାରିବ? ସିଏ ହାତ ଯୋଡ଼ି କହିଲା- ଆଜ୍ଞା ଆପଣମାନେ ଦୟାକରି ଯାଆନ୍ତୁ। ଆମେ ଏ ସମ୍ପର୍କ ବଢ଼ାଇବା ପାଇଁ ଇଚ୍ଛୁକ ନୁହେଁ!
ସେମାନେ ଚାଲିଯିବା ପରେ ସିଏ ସପତ୍ନିକ ଝିଅ ପାଖରେ ବସି କହିଲା- ଆଗରୁ ଅତ୍ୟାଚାରୀ ରାଜା କବଳରୁ ରକ୍ଷା ପାଇବା ପାଇଁ ନିଜର ସୁନ୍ଦର ମୁହଁକୁ ସୁନ୍ଦରୀମାନେ କଦର୍ଯ୍ୟ କରିବା ଉଦ୍ଦେଶ୍ୟରେ ଟାଟୁ କରୁଥିଲେ। ପୂର୍ବରୁ ଏତେ ଯୋଗାଯୋଗ ବ୍ୟବସ୍ଥା ନ ଥିବାରୁ କେହି କେହି ହଜିଲେ ଖୋଜି ପାଇବାକୁ ସହଜ ହେବ ବୋଲି ଟାଟୁ କରି ନାଆଁ ଲେଖାଉଥିଲେ। ଆଉ କିଏ ମନଖୁସି କରିବା ପାଇଁ ଚିତା କୁଟାଉଥିଲେ। ଘରଣୀ କହିଲେ- ହେଲେ ଏବେ ତ ଏ ଟାଟୁ ଓଲଟି ମନଦୁଃଖ କରୁଛି। ମୁଁ ଶୁଣିଛି କାଳେ ତାହା କରିବାକୁ ମଧ୍ୟ କଷ୍ଟ ସହିବାକୁ ହୁଏ।
ସିଏ ଏଥର ଝିଅକୁ ଚାହିଁଲା ଏବଂ କହିଲା- ଏ ବୟସ, ଏ ଶରୀର ସ୍ବଭାବତଃ ଅସ୍ଥାୟୀ, ସେଥିରେ ସ୍ଥାୟୀ ଚିତ୍ର ଆଙ୍କି ରଖିବାର ବିଚିତ୍ର ପ୍ରୟାସ କରି ତୁ ଆମକୁ ଆଉ ଏତେ କଷ୍ଟ ଦେ ନା…!
ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri