Posted inଖେଳ

ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା

ନୂଆଦିଲ୍ଲୀ ,୧୯ା୧: ଟାଟା ଗ୍ରୁପ୍ ସଫଳତାର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ୍ ପ୍ରୟୋଜକ ଅଧିକାର ବଜାୟ ରଖିଛି ଏବଂ ୨୦୨୮ ପର୍ଯ୍ୟନ୍ତ ଚୁକ୍ତିନାମାକୁ ବଢ଼ାଇ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଧିକାର ସୁରକ୍ଷିତ କରିଛି। ଚୁକ୍ତି ଅନୁଯାୟୀ ପ୍ରତି ସିଜିନରେ ଟାଟା ଗ୍ରୁପ୍ ୫୦୦ କୋଟି ଟଙ୍କା ପ୍ରଦାନ କରିବ।

ଚାଇନା ବିରୋଧୀ କ୍ୟାମ୍ପେନ ପ୍ରଭାବରେ ଭିଭୋକୁ ଚୁକ୍ତିରୁ ବାଦ ଦେବା ପରେ ୨୦୨୨ରେ ଟାଟା ଏହି ଅଧିକାର ହାସଲ କରିଥିଲେ। ଭିଭୋ ୨୦୧୮ ସିଜିନ୍ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷର ଅବଧି ପାଇଁ ୨୧୯୯ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା।ସେହିପରି ଶେଷ ବର୍ଷରେ ଚୁକ୍ତି ଶେଷ କରିବାର ମୂଲ୍ୟ ୫୧୨ କୋଟି ଟଙ୍କା ରହିଥିଲା। ତେବେ ମହାମାରୀ ସମୟରେ ଏକ ବର୍ଷ ପାଇଁ ଅଟକି ରହିଥିବାରୁ ଶେଷରେ ଏହି ଚୁକ୍ତି ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।

ଭାରତ ଏବଂ ଚାଇନା ମଧ୍ୟରେ କୂଟନୈତିକ ତିକ୍ତତା ହେତୁ ଆଇପିଏଲ୍-ଭିଭୋ ଚୁକ୍ତି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ଯାହାର ସୁଯୋଗ ନେଇ ଟାଟା ଗ୍ରୁପ୍ ୨୦୨୨ ମସିହାରେ ପାଦ ଦେଇଥିଲା ଏବଂ ଗୋଟିଏ ସିଜିନ୍ରୁ ପାଇଁ ୩୬୫ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଡିଲେଡ ଟେଷ୍ଟ ହାରିବାର ଅସଲ କାରଣ କହିଲେ ରୋହିତ ଶର୍ମା

ଆଡିଲେଡ,୮।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ହାତରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବରରୁ ଖେଳାଯିବ। ପିଙ୍କ ବଲ...

କୋହଲିଙ୍କୁ ନେଇ ଏମିତି କମେଣ୍ଟ କଲେ ଗାଭାସ୍କର, କ୍ରିକେଟ ଜଗତରେ ଉଠିଲା ଝଡ଼

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଶତକ ସହ ଫର୍ମକୁ ଫେରିଥିଲେ। ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଶଂସକମାନେ ତାଙ୍କଠାରୁ ସମାନ...

ଟ୍ରାଭିସ ହେଡଙ୍କୁ କାହିଁକି ଗାଳିଦେଲେ ମହମ୍ମଦ ସିରାଜ? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୭।୧୨: ଆଡିଲେଡରେ ଖେଳାଯାଉଥିବା ଦିନରାତି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ଏକ ଚମତ୍କାର ଶତକ ଖେଳିଥିଲେ। ଏହି ଇନିଂସ ଭାରତର ଚିନ୍ତାକୁ ବଢାଇ...

ଟ୍ରାଭିସ ହେଡଙ୍କ ଚମତ୍କାର ଶତକ: ଅଷ୍ଟ୍ରେଲିଆ ୩୩୭ ରନରେ ଅଲଆଉଟ୍‌

ଆଡିଲେଡ,୭।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ୍‌ ହୋଇଛି। ଭାରତ ପ୍ରଥମ ଇନିଂସରେ ୧୮୦ ରନ ସଂଗ୍ରହ କରିଥିଲା।...

ଷ୍ଟାର୍କଙ୍କ ଆଗରେ ଆତ୍ମସମର୍ପଣ କଲେ ଭାରତୀୟ ବ୍ୟାଟର୍‌

ଆଡିଲେଡ,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ପ୍ରଥମ ଇନିଂସ ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।...

ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ: ଭୁଶୁଡିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଆଡିଲେଡ,୬।୧୨: ଆଡିଲେଡରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଆରମ୍ଭ କିଛି ବିଶେଷ ନ ଥିଲା। ପ୍ରଥମ ଅଧିବେଶନରେ ଦଳ ଚାରିଟି ଉଇକେଟ ହରାଇଥିଲା। ମିଚେଲ...

ହାଇବ୍ରିଡ୍ ମଡେଲ ପାଇଁ ରାଜି ହେଲା ପାକିସ୍ତାନ, କିନ୍ତୁ ଭାରତକୁ ଲାଗିଲା ବଡ଼ ଝଟକା

ମୁମ୍ବାଇ,୬।୧୨: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବାର ରାସ୍ତା ଏକ ପ୍ରକାର ପରିସ୍କାର ହୋଇଛି। କିନ୍ତୁ ଏହା ସମୁର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜିତ ହେବନାହିଁ। ଭାରତ...

ଟସ୍‌ ଜିତିଲା ଭାରତ: ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା

ଆଡିଲେଡ୍‌,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଟସ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ରୋହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri