ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବ ଟାଟା ଗ୍ରୁପ୍

ନୂଆଦିଲ୍ଲୀ, ୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ ଏହି ଦୁଇ ରିସର୍ଟ ନିର୍ମାଣ ହେବ। ପରିବେଶକୁ ଗୁରୁତ୍ୱ ଦେଇ ୨୦୨୬ ସୁଦ୍ଧା ଏହାର ନିର୍ମାଣ ସରିବ ବୋଲି କୁହାଯାଇଛି।

ଆଇଏଚସିଏଲ ହେଉଛି ଭାରତୀୟ ହସ୍ପିଟାଲିଟି କ୍ଷେତ୍ରର ସର୍ବବୃହତ କମ୍ପାନୀ। ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରରେ ଆଇଏଚସିଏଲ’ର ଉପସ୍ଥିତି ରହିଛି। ସେହିପରି ଲାକ୍ଷାଦ୍ଵୀପରେ ମଧ୍ୟ କମ୍ପାନୀ ଆଗନ୍ତୁକ ମାନଙ୍କୁ ଭିନ୍ନ ଚର୍ଚ୍ଚା ପରଷିଦେବାକୁ ଯୋଜନା କରୁଛି।

ବର୍ତମାନ ସମୟରେ ଟାଟାର ଏହି ଘୋଷଣା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ଵୀପ ଗସ୍ତ କରି ବିଦେଶ ଯାଉଥିବା ଭାରତୀୟ ମାନଙ୍କୁ ଲାକ୍ଷାଦ୍ଵୀପ ଆସିବାକୁ ଅପିଲ କରିଥିଲେ। ଏହାପରେ ମାଳଦ୍ଵୀପ ସହିତ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିଛି। ଏଭଳି ସମୟରେ ଟାଟାର ଏହି ଘୋଷଣା ଭାରତର କୂଟନୈତିକ ସ୍ଥିତିକୁ ମଧ୍ୟ ମଜବୁତ କରୁଛି।

ତାଜ ସୁହେଲିରେ ୬୦ ଟି ବେଳାଭୂମି ଭିଲ୍ଲା ଏବଂ ୫୦ ଟି ୱାଟର ଭିଲ୍ଲା ସମେତ ୧୧୦ ଟି ରୁମ୍ କରିବାକୁ ଥିବାବେଳେ ତାଜ କଦମାଟ ୭୫ ଟି ବେଳାଭୂମି ଭିଲ୍ଲା ଏବଂ ୩୫ ଟି ୱାଟର ଭିଲ୍ଲାକୁ ନେଇ ୧୧୦ ଟି ରୁମ୍ କରିବ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ସୁନେଲି ସ୍ୱପ୍ନ: ବଢ଼ିଲା ମୁଣ୍ଡପିଛା ଋଣବୋଝ

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ...

ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ

ଭୁବନେଶ୍ୱର,୧୮।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ‘ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ବା ଏଏଏଫ୍‌’ ଏବଂ ରାୟଗଡ଼ା...

ଏଲ୍‌ଆଇସି ମାର୍କେଟ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍‌ ମାକେର୍ଟିଂ ଟେକ୍ନୋଲୋଜି (ମାର୍‌ ଟେକ୍‌) ପ୍ଲାଟ୍‌ଫର୍ମର...

ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି...

Cyber Attack On Pension: ସାବଧାନ! କରନ୍ତୁନି ଏହି ଭୁଲ୍‌, ନହେଲେ ହଡ଼ପ ହୋଇଯିବ ସବୁ ପେନସନ

ନୂଆଦିଲ୍ଲୀ,୧୭।୨: ଆପଣଙ୍କୁ ଏବେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ଅଛି କିନ୍ତୁ ଋଣ ନେବାକୁ ଚାହୁଁନାହଁ। ଏପରି ପରିସ୍ଥିତିରେ, ଟଙ୍କା ଉଠାଇବା ପାଇଁ ଆପଣଙ୍କ ନଜର ପେନସନ...

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ...

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,୧୭।୨: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର...

ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri