ଦୀପାବଳି ପୂର୍ବରୁ ବଜାରରେ ମିଳିବନି ୧୦, ୨୦, ୫୦ ଟଙ୍କିଆ ନୋଟ୍‌? ଆରବିଆଇ କ’ଣ ସୂଚନା ଦେଲା ପଢନ୍ତୁ…

ନୂଆଦିଲ୍ଲୀ, ୩।୧୧: ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏକ ଖବର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ବ୍ୟବସାୟୀମାନେ ଏହି ଖବରକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରକୃତରେ ହ୍‌ବାଟ୍ସଆପ୍ରେ ଏକ ମେସେଜ ଘୂରି ବୁଲୁଛି, ଯାହା ଦେଖିବାକୁ ଆରବିଆଇର ସର୍କୁଲାର ଭଳି ଲାଗୁଛି। ଏଥିରେ ଦାବି କରାଯାଉଛି ଯେ, ଖୁବଶୀଘ୍ର ଦେଶବ୍ୟାପୀ ୧୦, ୨୦ ଓ ୫୦ ଟଙ୍କିଆ ଛୋଟ ନୋଟ୍‌ର ଅଭାବ ଦେଖାଦେବ।

ଏହାସହ ନୋଟର ଅଭାବ ହେବାର କାରଣ ମଧ୍ୟ ଏହି ମେସେଜରେ ଦର୍ଶାଯାଇଛି। ତେବେ ଏହି ଖବର କେତେ ସତ? ଯଦି ପ୍ରକୃତରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍‌ର ଅଭାବ ହୁଏ, ତେବେ ବଜାର ଉପରେ ଏହାର କି ପ୍ରଭାବ ପଡ଼ିବ? ଆସନ୍ତୁ ଜାଣିବା ଏହି ଭାଇରାଲ ମେସେଜର ସତ୍ୟତା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋରେ ଦାବି କରାଯାଉଛି ଯେ, ଦୀପାବଳି ପୂର୍ବରୁ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍‌ର ଅଭାବ ଦେଖାଦେବ। ଫଳରେ ପର୍ବ ସମୟରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ।

ଏହି ଭାଇରାଲ ଫଟୋରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନାମ, ଲୋଗୋ ଏବଂ ଗଭର୍ନରଙ୍କ ଦସ୍ତଖତ ମଧ୍ୟ ରହିଛି। ଏହାସହ ପୋଷ୍ଟରେ ଦାବି କରାଯାଇଛି ଯେ, ସରକାରଙ୍କ କ୍ୟାଶ୍ଲେସ ସମାଜ ଗଠନ ଲକ୍ଷ୍ୟକୁ ଦୃଷ୍ଟିରେ ରଖି କମ ମୂଲ୍ୟର ନୋଟ ଛାପିବା ଧୀରେ ଧୀରେ କମାଇ ଦିଆଯାଉଛି। ଏଥିସହ ଗ୍ରାହକମାନଙ୍କୁ UPI, କାର୍ଡ ଏବଂ ନେଟ ବ୍ୟାଙ୍କିଂ ଭଳି ଡିଜିଟାଲ ପେମେଣ୍ଟ ବ୍ୟବହାର କରିବାକୁ କୁହାଯାଉଛି।

ଏହି ଭାଇରାଲ ଦାବିକୁ ନେଇ PIB ଫ୍ୟାକ୍ଟ ଚେକ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। PIB ନିଜର X ହ୍ୟାଣ୍ଡେଲରେ ଏହି ଫଟୋକୁ ନକଲି ବୋଲି କହିଛି।

PIB ଫ୍ୟାକ୍ଟ ଚେକ ଅନୁଯାୟୀ, ହୱାଟ୍ସଆପରେ ପ୍ରସାରିତ ହେଉଥିବା ଏହି ମେସେଜରେ ଦାବି କରାଯାଇଛି ଯେ, ଦୀପାବଳି ପୂର୍ବରୁ ୧୦, ୨୦ ଓ ୫୦ ଟଙ୍କିଆ ନୂଆ ନୋଟର ଅଭାବ ହେବା ନେଇ ଆରବିଆଇ ଘୋଷଣା କରିଛି। କିନ୍ତୁ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା।
ପ୍ରକୃତରେ ନୋଟ୍‌ର ଉପଲବ୍ଧତାକୁ ନେଇ ଆରବିଆଇ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ। ତେଣୁ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏଭଳି ମିଥ୍ୟା ଖବର ଓ ଗୁଜବଠାରୁ ସତର୍କ ରହିବାକୁ PIB ପରାମର୍ଶ ଦେଇଛି।

ତେଣୁ ଦୀପାବଳି ପୂର୍ବରୁ ଛୋଟ ନୋଟ୍‌ର ଅଭାବ ହେବା ନେଇ ଚିନ୍ତା କରିବାର କାରଣ ନାହିଁ। କୌଣସି ଖବରକୁ ବିଶ୍ୱାସ କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରନ୍ତୁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିଏ ଖେଳିବେ, କିଏ ପଡ଼ିବେ ବାଦ୍‌? ନ୍ୟୁଜିଲାଣ୍ଡ ବିପକ୍ଷରେ ଏମିତି ହେବ ଭାରତର ପ୍ଲେଇଂ ୧୧! ଗିଲ୍‌ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ…

ଭାରତୀୟ ପତାକା ଥିବା ଜାହାଜ ଉପରେ ଆକ୍ରମଣ; ଜଣେ ବ୍ୟକ୍ତି ନିହତ; ଜାହାଜରେ ଥିଲେ ୧୪ କର୍ମଚାରୀ

ମସକଟ,୩।୧୧: ସୋମବାର ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଏକ ଅଜ୍ଞାତ ଆକାଶୀୟ ବସ୍ତୁ ଦ୍ୱାରା ଆକ୍ରମଣ କରାଯାଇଥିଲା।…

ଶ୍ରେୟସଙ୍କ ଗୋଟିଏ ପୋଷ୍ଟରେ ସୋସିଆଲ ମିଡିଆରେ ହଇଚଇ: ଦିନିକିଆ ସିରିଜ ପୂର୍ବରୁ ଭାଇରାଲ ହେଲା…ପ୍ରଶଂସକ ଚକିତ!

ନୂଆଦିଲ୍ଲୀ, ୩।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ସିରିଜ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ…

ପ୍ରଶାସନର ବିଚିତ୍ର ନୀତି! ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍‌

ଗଞ୍ଜାମ, ୩।୧୧ (ବିଦ୍ୟାଧର ସାହୁ) ପ୍ରଶାସନର ବିଚିତ୍ର ନୀତିକୁ ନେଇ ଏବେ ଚର୍ଚ୍ଚା। ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ…

ତିନୋଟି ଇନିଂସର ନିରାଶାର ରାଗକୁ ନେଇ ଏମିତି କଲେ ଏହି କ୍ରିକେଟର, ଶତକ ହାସଲ କରି ଫର୍ମକୁ ଫେରିଲେ…

ନୂଆଦିଲ୍ଲୀ,୩।୧୧: ଭାରତୀୟ ଓପନିଂ ବ୍ୟାଟର ଯଶସ୍ବୀ ଜୈସୱାଲ ‘ନ୍ୟୁଜିଲ୍ୟାଣ୍ଡ ଏ’ (New Zealand A) ବିପକ୍ଷରେ ବ୍ୟାଟିଂ କରିବା ସମୟରେ ଭଲ ପ୍ରଦର୍ଶନ କରିବା ପାଇଁ ସଂଘର୍ଷ…

ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ଚର୍ଚ୍ଚା: ଥାନାରେ ଅଭିଯୋଗ କଲା ବିଜେଡି

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ଲାଗିବାକୁ ନେଇ ରାଜନୈତିକ…

ଟିମ ଇଣ୍ଡିଆରେ ସୁଯୋଗ ନମିଳିବାରୁ ଭାବପ୍ରବଣ ହେଲେ ସରଫରାଜ! ଯନ୍ତ୍ରଣା ବଖାଣି କହିଲେ ଏମିତି…ଶୁଣିଲେ ଆଖିରୁ ଲୁହ ଆସିଯିବ

ନୂଆଦିଲ୍ଲୀ, ୩।୧୧: ରଣଜୀ ଟ୍ରଫିରେ ମୁମ୍ବାଇର ବ୍ୟାଟର ସରଫରାଜ ଖାନଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଚମତ୍କାର ରହିଛି। ଘରୋଇ କ୍ରିକେଟରେ ସେ ଲଗାତାର ରନ କରି ଚାଲିଛନ୍ତି। ଏହା…

ଭାରତ ସହ ଟକ୍କର ପୂର୍ବରୁ ନ୍ୟୁଜିଲାଣ୍ଡର ଅବସ୍ଥା ବେହାଲ, ୨୪ ଘଣ୍ଟାରେ ୩ ଖେଳାଳି ସିରିଜ୍‌ରୁ ବାଦ୍‌, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ, ୩।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଆଉ ଏକ ବଡ଼ ଝଟକା। ଦଳର ଷ୍ଟାର୍‌ ବ୍ୟାଟର ଡେଭନ କନୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?