ଟାଟା ହାତକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ସରକାର ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଜାରି ରଖିଛନ୍ତି। ସୋମବାର ସୁଦ୍ଧା ଏହି ବିମାନ କମ୍ପାନୀ ନିଲାମ ପ୍ରକ୍ରିୟାରେ ଭାଗନେବା ଲାଗି ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ବା ଆଗ୍ରହ ପତ୍ର ଦାଖଲ କରିବାର ସୀମା ଧାର୍ଯ୍ୟ କରାଯାଇଥିଲା। ଏହି ବିମାନ କମ୍ପାନୀ ଲାଗି ଏକାଧିକ ଇଓଆଇ ହସ୍ତଗତ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ଏୟାର ଇଣ୍ଡିଆ ଅଧିଗ୍ରହଣ ଦୌଡ଼ରେ ରହିଥିବା ପ୍ରମୁଖ ଦାବିଦାର ମଧ୍ୟରେ ଟାଟା ଗ୍ରୁପ୍‌ ଆଗରେ ରହିଛି। ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ପ୍ରଥମେ ସ୍ଥାପନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ସରକାରଙ୍କ ହେପାଜତକୁ ଆସିଛି। ଟାଟା ଗ୍ରୁପ୍‌ ଏୟାର ଏସିଆ ସହାୟତାରେ ଇଓଆଇ ଦାଖଲ କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଏୟାର ଏସିଆ ସହ ମିଳିତ ହୋଇ ଯୌଥ ଉଦ୍ୟୋଗରେ ଟାଟା ଭାରତରେ ବିମାନ ସେବା ଯୋଗାଉଛି।
ଏହାକୁ ବିଚାରକଲେ ଏୟାର ଇଣ୍ଡିଆର ପୁଣି ଥରେ ଘର ବାହୁଡା ହୋଇପାରେ ବୋଲି କୁହାଯାଉଛି। ଟାଟା ଗ୍ରୁପ୍‌ ବାଦ୍‌ ଏୟାର ଇଣ୍ଡିଆର ଏକ କର୍ମଚାରୀ ଗୋଷ୍ଠୀ, ନ୍ୟୁୟର୍କରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ମଧ୍ୟ ଏୟାର ଇଣ୍ଡିଆ ଲାଗି ଆଗ୍ରହ ଦେଖାଇଛନ୍ତି। ସ୍ପାଇସ ଜେଟ୍‌ ପ୍ରମୋଟର ଅଜୟ ସିଂ ଏହି ଧାରାରେ ସାମିଲ ହେବେ କି ନାହିଁ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ସରକାରଙ୍କ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି, ଏୟାର ଇଣ୍ଡିଆ ଘରୋଇକରଣ ଲାଗି ଏକାଧିକ ଆଗ୍ରହ ପତ୍ର ହସ୍ତଗତ ହୋଇଛି। ଏଥିଲାଗି ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଟ୍ରାଞ୍ଜାକଶନ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରହିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଟାଟା ଗ୍ରୁପ୍‌ ଗତ ସପ୍ତାହରେ ଏୟାର ଇଣ୍ଡିଆ ନିଲାମରେ ଭାଗନେବା ଲାଗି ପଦକ୍ଷେପ ନେଇଛି। ବିଡିଂରେ ଟାଟା ଗ୍ରୁପ୍‌ ସଫଳ ହେଲେ ୬୭ ବର୍ଷ ପରେ ପରେ ପୁଣି ଏୟାର ଇଣ୍ଡିଆ ଟାଟା ଗ୍ରୁପ୍‌କୁ ଫେରିବ। ସରକାର ୨୦୧୮ରେ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ। ହେଲେ ଏଥିଲାଗି କୌଣସି କମ୍ପାନୀ ଆଗ୍ରହ ଦେଖାଇ ନ ଥିଲେ। ମାତ୍ର ଚଳିତ ଥର କିଛି କମ୍ପାନୀ ଏ ନେଇ ଆଗେଇ ଆସିଛନ୍ତି।
୧୯୫୩ରେ ଏୟାର ଇଣ୍ଡିଆ ଘରୋଇକରଣ ହୋଇଥିଲା
୧୯୩୨ରେ ଟାଟା ଗ୍ରୁପ୍‌ ଟାଟା ଏୟାର ଲାଇନ୍ସ ନାମରେ ଏକ ବିମାନ କମ୍ପାନୀ(ବର୍ତ୍ତମାନର ଏୟାର ଇଣ୍ଡିଆ) ଆରମ୍ଭ କରିଥିଲା। ୧୯୫୩ରେ ଭାରତ ସରକାର ଏହି ବିମାନ କମ୍ପାନୀ ନିଜ ଅଧିକାରୀ କ୍ଷେତ୍ରକୁ ନେଇଥିଲେ। ଗତ ବର୍ଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ, ଏୟାର ଇଣ୍ଡିଆ ଘରୋଇକରଣ ନ ହେଲେ ବନ୍ଦ ହୋଇଯିବ। ପୁରୀ ପୁଣି ରବିବାର କହିଛନ୍ତି, ଏୟାର ଇଣ୍ଡିଆର ଘରୋଇକରଣ ଏକ ଗୋପନୀୟ ପ୍ରକ୍ରିୟା। ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଦୀପମ ଅବଗତ କରାଇବ ବୋଲି ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri