ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି (ଡବ୍ଲ୍ୟୁପିଆଇ)୯ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ନଭେମ୍ବରରେ ଏହା ୧.୫୫% ସ୍ତର ଛୁଇଁଛି। ମାନୁଫାକ୍‌ଚର ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦରଦାମ ସ୍ବାଭାବିକ ରହିଛି। ଚଳିତ ବର୍ଷ ଅକ୍ଟୋବରେ ଡବ୍ଲ୍ୟୁପିଆଇ ୧.୪୮% ସ୍ତରରେ ରହିଥିଲା। ଗତ ବର୍ଷ ନଭେମ୍ବରରେ ଏହା ୦.୫୮%ରେ ଥିଲା। ଫେବୃୟାରୀ ପରଠାରୁ ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତର ରହିଛି। ଫେବୃୟାରୀରେ ଏହା ୨.୨୬% ସ୍ତରରେ ରହିଥିଲା।
ନଭେମ୍ବର ମାସରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୩.୯୪% ସ୍ତରରେ ରହିଛି। ଏହା ଅକ୍ଟୋବର ମାସରେ ୬.୩୭% ସ୍ତରରେ ରହିଥିଲା। ପନିପରିବା ଏବଂ ଆଳୁର ଦର ଯଥାକ୍ରମେ ୧୨.୨୪% ଏବଂ ୧୧୫.୨% ବୃଦ୍ଧି ପାଇଛି। ନଭେମ୍ବର ମାସରେ ଅଣ ଖାଦ୍ୟ ସାମଗ୍ରୀ ଦାମ ୮.୪୩% ସ୍ତରରେ ରହିଛି। ସେହିଭଳି ଇନ୍ଧନ ଏବଂ ଶକ୍ତି ବାସ୍କେଟରେ ଏହା -୯.୮୭% ସ୍ତରରେ ରହିଛି। ଏହି ପରିପ୍ରେକ୍ଷୀରେ ଇକ୍ରାର ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି, କୋର୍‌ ଡବ୍ଲ୍ୟୁପିଆଇ ୨୨ ମାସର ସର୍ବୋଚ୍ଚ ସ୍ତର ୨.୬% ରହିଛି।
ରିଜର୍ଭ ବ୍ୟାଙ୍କ ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋକୁ ଅପରିବର୍ତ୍ତିତ ରଖିଛି। ଜିଡିପି ଅଭିବୃଦ୍ଧିକୁ ଉତ୍ସାହିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଘୋଷଣା କରିଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ମୁଦ୍ରାସ୍ଫୀତି ବଢିବ ବୋଲି ଆର୍‌ବିଆଇ ପୂର୍ବରୁ ଆକଳନ କରିଛି। ଡିସେମ୍ବର ତ୍ରୈମାସ ଲାଗି ଖୁଚୁରା ମୁଦ୍ରାସ୍ଫୀତି ୬.୮% ଏବଂ ମାର୍ଚ୍ଚ ତ୍ରୈମାସ ଲାଗି ୫.୮% ରହିବା ଲାଗି ଅନୁମାନ କରାଯାଇଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୩% ସ୍ତରକୁ ବଢିଛି। ଏହା ଅକ୍ଟୋବରରେ ୭.୬% ସ୍ତର ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri