Posted inଜାତୀୟ

ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌, ବୈଜ୍ଞାନିକ-କଳାକାର-ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ ବୈଜ୍ଞାନିକ, ପରିବେଶ୍‌ବିତ୍‌, କଳାକାର ଏବଂ ଲେଖକ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖିଛନ୍ତି।  ଏହା ଦ୍ୱାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟିହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ଏହି ଚିଠିରେ ଐତିହାସିକ ରାମଚନ୍ଦ୍ର ଗୁହା, ପରିବେଶବିତ୍‌ ନାଗେଶ ହେଗଡେ, ଆଲମିତ୍ରା ପଟେଲ, ସମାଜବିଜ୍ଞାନୀ ଏ.ଆର୍‌. ଓ୍ବସାଲି ଏବଂ ପ୍ରଫେସର ସତୀଶ ଦେଶପାଣ୍ଡେ ପ୍ରମୁଖ ଦସ୍ତଖତ କରିଛନ୍ତି। ଏହା ବ୍ୟତୀତ ବୈଜ୍ଞାନିକ ପ୍ରଫେସର ଶରଦାଚନ୍ଦ୍ର ଲେଲେ, ପ୍ରଫେସର ବିନୋଦ ଗୌର ଏବଂ ପ୍ରଫେସର ଓ୍ବିଦାନନ୍ଦ-ନାନଜୁନଦିଆ, ଲେଖକ ବିବେକ ଶାନବାଗ, ପୁରୋଷୋତ୍ତମ ବିଲିମେଲ ,କେପି ସୁରେଶ, ବେଜୱାଡା ୱିଲସନଙ୍କ ସହ ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନେ ଦସ୍ତଖତ କରିଛନ୍ତି।

ଏହି ବ୍ୟକ୍ତିମାନେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ରାଜ୍ୟର କେତେକ ଜିଲାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି। ସେହିପରି ଅଳ୍ପସଂଖ୍ୟକଙ୍କ ସମ୍ପ୍ରଦାୟର ଧାର୍ମିକ ସ୍ଥାନ ଉପରେ ଧମକ ଓ ଆକ୍ରମଣ ବୃଦ୍ଧି ପାଇଛି। ଏହା ସହିତ, ଘୃଣା ବିବୃତ୍ତି ମଧ୍ୟ ପ୍ରାୟତଃ ପ୍ରଦାନ କରାଯାଉଛି। ଏହାଦ୍ୱାରା ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି।

ଏହି ଲୋକମାନେ କହିଛନ୍ତି ଯେ କେତେକ ବିଧାୟକଙ୍କ ଦ୍ୱାରା ଅସାମ୍ବିଧାନିକ ବିବୃତ୍ତି ଯୋଗୁ ସାମାଜିକ ବିରୋଧୀ ଗୋଷ୍ଠୀର ମନୋବଳ ମଧ୍ୟ ବୃଦ୍ଧି ପାଇଛି।

ଯେଉଁମାନେ ଏହି ଚିଠିରେ ଦସ୍ତଖତ କରିଛନ୍ତି ସେମାନେ କହିଛନ୍ତି ଯେ କର୍ନାଟକର ଇତିହାସ ସବୁବେଳେ ବିକାଶର ଇତିହାସ ରହି ଆସିଛି। ଏଭଳି ଘଟଣା ରାଜ୍ୟର ପରିଚୟ ପାଇଁ ଭଲ ନୁହେଁ। ସେମାନେ କହିଛନ୍ତି ଯେ ଏଭଳି ଘଟଣା ଦ୍ୱାରା କର୍ନାଟକ ଶକ୍ତି ହରାଉଛି। ଏଭଳି ଘଟଣା ଦ୍ୱାରା କର୍ନାଟକର ଧର୍ମନିରପେକ୍ଷତା ପରିଚୟ ଉପରେ ପ୍ରଶ୍ନ ଚିହ୍ନ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri