Posted inଜାତୀୟ

ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌, ବୈଜ୍ଞାନିକ-କଳାକାର-ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ବେଙ୍ଗାଲୁରୁ, ୨୭।୧ : କର୍ନାଟକରେ ଅଳ୍ପସଂଖ୍ୟକଙ୍କ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌ କରାଯାଉଛି। ଏସବୁ ଧାର୍ମିକସ୍ଥଳ ଉପରେ ଲଊଗାତାର ଆକ୍ରମଣ ବୃଦ୍ଧି ପାଉଛି। ଏନେଇ ୩୭ ଜଣ ବୈଜ୍ଞାନିକ, ପରିବେଶ୍‌ବିତ୍‌, କଳାକାର ଏବଂ ଲେଖକ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖିଛନ୍ତି।  ଏହା ଦ୍ୱାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟିହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ଏହି ଚିଠିରେ ଐତିହାସିକ ରାମଚନ୍ଦ୍ର ଗୁହା, ପରିବେଶବିତ୍‌ ନାଗେଶ ହେଗଡେ, ଆଲମିତ୍ରା ପଟେଲ, ସମାଜବିଜ୍ଞାନୀ ଏ.ଆର୍‌. ଓ୍ବସାଲି ଏବଂ ପ୍ରଫେସର ସତୀଶ ଦେଶପାଣ୍ଡେ ପ୍ରମୁଖ ଦସ୍ତଖତ କରିଛନ୍ତି। ଏହା ବ୍ୟତୀତ ବୈଜ୍ଞାନିକ ପ୍ରଫେସର ଶରଦାଚନ୍ଦ୍ର ଲେଲେ, ପ୍ରଫେସର ବିନୋଦ ଗୌର ଏବଂ ପ୍ରଫେସର ଓ୍ବିଦାନନ୍ଦ-ନାନଜୁନଦିଆ, ଲେଖକ ବିବେକ ଶାନବାଗ, ପୁରୋଷୋତ୍ତମ ବିଲିମେଲ ,କେପି ସୁରେଶ, ବେଜୱାଡା ୱିଲସନଙ୍କ ସହ ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତିମାନେ ଦସ୍ତଖତ କରିଛନ୍ତି।

ଏହି ବ୍ୟକ୍ତିମାନେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ରାଜ୍ୟର କେତେକ ଜିଲାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି। ସେହିପରି ଅଳ୍ପସଂଖ୍ୟକଙ୍କ ସମ୍ପ୍ରଦାୟର ଧାର୍ମିକ ସ୍ଥାନ ଉପରେ ଧମକ ଓ ଆକ୍ରମଣ ବୃଦ୍ଧି ପାଇଛି। ଏହା ସହିତ, ଘୃଣା ବିବୃତ୍ତି ମଧ୍ୟ ପ୍ରାୟତଃ ପ୍ରଦାନ କରାଯାଉଛି। ଏହାଦ୍ୱାରା ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି।

ଏହି ଲୋକମାନେ କହିଛନ୍ତି ଯେ କେତେକ ବିଧାୟକଙ୍କ ଦ୍ୱାରା ଅସାମ୍ବିଧାନିକ ବିବୃତ୍ତି ଯୋଗୁ ସାମାଜିକ ବିରୋଧୀ ଗୋଷ୍ଠୀର ମନୋବଳ ମଧ୍ୟ ବୃଦ୍ଧି ପାଇଛି।

ଯେଉଁମାନେ ଏହି ଚିଠିରେ ଦସ୍ତଖତ କରିଛନ୍ତି ସେମାନେ କହିଛନ୍ତି ଯେ କର୍ନାଟକର ଇତିହାସ ସବୁବେଳେ ବିକାଶର ଇତିହାସ ରହି ଆସିଛି। ଏଭଳି ଘଟଣା ରାଜ୍ୟର ପରିଚୟ ପାଇଁ ଭଲ ନୁହେଁ। ସେମାନେ କହିଛନ୍ତି ଯେ ଏଭଳି ଘଟଣା ଦ୍ୱାରା କର୍ନାଟକ ଶକ୍ତି ହରାଉଛି। ଏଭଳି ଘଟଣା ଦ୍ୱାରା କର୍ନାଟକର ଧର୍ମନିରପେକ୍ଷତା ପରିଚୟ ଉପରେ ପ୍ରଶ୍ନ ଚିହ୍ନ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri