Posted inଜାତୀୟ

କଶ୍ମୀରରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ

ଶ୍ରୀନଗର,୮।୧୦(ପି.ଟି.):ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କିଛିଦିନ ହେଲା ନିରୀହ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ଗୁରୁବାର ଶ୍ରୀନଗରସ୍ଥିତ ଏକ ସରକାରୀ ସ୍କୁଲ୍‌ର ଜଣେ ମହିଳା ପ୍ରିନି୍ସପାଲ ଓ ଜଣେ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ଏହାକୁ ମିଶାଇ କଶ୍ମୀର ଉପତ୍ୟକାରେ ୫ ଦିନରେ ଆତଙ୍କବାଦୀ ୭ ନିରୀହ ଲୋକଙ୍କ ଜୀବନ ନେଲେଣି। ସେମାନଙ୍କ ମଧ୍ୟରୁ ୪ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାବେଳେ ୬ଟି ହତ୍ୟାକାଣ୍ଡ କେବଳ ଶ୍ରୀନଗରରେ ହିଁ ଘଟିଛି।
ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ ସମୟରେ ଶ୍ରୀନଗରର ଇଦ୍‌ଗାହସ୍ଥିତ ସରକାରୀ ବଏଜ୍‌ ହାୟର ସେକେଣ୍ଡାରି ସ୍କୁଲ୍‌ରେ କେହି ଛାତ୍ର ନ ଥିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେମାନଙ୍କ ଗୁଳିରେ ପ୍ରିନ୍ସିପାଲ ସୁପିନ୍ଦର କୌର ଏବଂ ଶିକ୍ଷକ ଦୀପକ ଚାନ୍ଦଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଉପତ୍ୟକାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆତଙ୍କବାଦୀମାନେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲ୍‌ବାଗ ସିଂ କହିଛନ୍ତି। ସେମାନେ ଭୟର ବାତାବରଣ ସୃଷ୍ଟି କରିବା ସହ ଦୀର୍ଘଦିନର ସାମ୍ପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରିବା ଲକ୍ଷ୍ୟରେ ଏଭଳି ଆକ୍ରମଣ କରୁଥିବା ଜଣାପଡ଼ିଛି। ମାନବିକତା, ଭ୍ରାତୃଭାବ, ସ୍ଥାନୀୟ ଲୋକାଚାର ଓ ମୂଲ୍ୟବୋଧକୁ ଯେଉଁମାନେ ଟାର୍ଗେଟ କରୁଛନ୍ତି, ସେମାନଙ୍କୁ ଖୁବ୍‌ଶୀଘ୍ର ଖୋଜି ବାହାର କରାଯିବ। କଶ୍ମୀରର ମୁସଲମାନ ସମ୍ପ୍ରଦାୟକୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ଲଗାତର ଆକ୍ରମଣ କରାଯାଉଛି।ଉପତ୍ୟକାର ଶାନ୍ତି ବ୍ୟାହତ କରିବା ଲାଗି ଆତଙ୍କବାଦୀମାନେ ପାକିସ୍ତାନର ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରୁଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି।
ଗୁଳିମାଡ଼ରେ ନିହତ ହୋଇଥିବା ପ୍ରିନ୍ସିପାଲ ସୁପିନ୍ଦର ଶିଖ୍‌ ସମ୍ପ୍ରଦାୟର ହୋଇଥିବାବେଳେ ଶିକ୍ଷକ ଚାନ୍ଦ୍‌ ହିନ୍ଦୁ ସମ୍ପ୍ରଦାୟର। ମଙ୍ଗଳବାର ଘଟିଥିବା ୩ଟି ହତ୍ୟାକାଣ୍ଡ ପାଇଁ ବେଆଇନ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ପାଇଁ କାର୍ଯ୍ୟ କରୁତ୍ଥବା ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଜଣେ ଖ୍ୟାତନାମା କଶ୍ମୀର ପଣ୍ଡିତ ମାଖନଲାଲ୍‌ ବିନ୍ଦ୍ରୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କର ଶ୍ରୀନଗରରେ ଏକ ଔଷଧ କମ୍ପାନୀ ରହିଛି। ଏହାର କିଛି ସମୟ ପରେ ଜଣେ ଚାଟ୍‌ ଦୋକାନୀ ବୀରେନ୍ଦ୍ର ପାଶ୍ୱାନ ଏବଂ ମହମ୍ମଦ ଶାଫି ଲୋନ୍‌ ନାମକ ଅନ୍ୟ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଏହାର ୩ ଦିନ ପୂର୍ବରୁ ଶ୍ରୀନଗରର କରନ ନଗରରେ ମାଜିଦ ଅହମଦ ଗୋଜ୍ରିଙ୍କୁ ଏବଂ ଶନିବାର ରାତିରେ ବଟମାଲୁଠାରେ ମହମ୍ମଦ ଶାଫି ଦର୍‌ଙ୍କୁ ହତ୍ୟା କରାଯାଇଥିଲା।
୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଉପତ୍ୟକାରେ ସାଧାରଣ ଲୋକଙ୍କ ଉପରେ ଏହା ସବୁଠୁ ବଡ଼ ଆକ୍ରମଣ। ୯୦ ଦଶକରେ ଆତଙ୍କବାଦୀମାନେ ମନଇଚ୍ଛା ଲୋକଙ୍କୁ ଟାର୍ଗେଟ କରୁଥିଲେ, ଯେଉଁଥିପାଇଁ ସଂଖ୍ୟାଲଘୁ ବିଶେଷ କରି କଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡ଼ି ପଳାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri