Posted inଜାତୀୟ

କଶ୍ମୀରରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ

ଶ୍ରୀନଗର,୮।୧୦(ପି.ଟି.):ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ କିଛିଦିନ ହେଲା ନିରୀହ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ଗୁରୁବାର ଶ୍ରୀନଗରସ୍ଥିତ ଏକ ସରକାରୀ ସ୍କୁଲ୍‌ର ଜଣେ ମହିଳା ପ୍ରିନି୍ସପାଲ ଓ ଜଣେ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ଏହାକୁ ମିଶାଇ କଶ୍ମୀର ଉପତ୍ୟକାରେ ୫ ଦିନରେ ଆତଙ୍କବାଦୀ ୭ ନିରୀହ ଲୋକଙ୍କ ଜୀବନ ନେଲେଣି। ସେମାନଙ୍କ ମଧ୍ୟରୁ ୪ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାବେଳେ ୬ଟି ହତ୍ୟାକାଣ୍ଡ କେବଳ ଶ୍ରୀନଗରରେ ହିଁ ଘଟିଛି।
ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟ ସମୟରେ ଶ୍ରୀନଗରର ଇଦ୍‌ଗାହସ୍ଥିତ ସରକାରୀ ବଏଜ୍‌ ହାୟର ସେକେଣ୍ଡାରି ସ୍କୁଲ୍‌ରେ କେହି ଛାତ୍ର ନ ଥିବାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେମାନଙ୍କ ଗୁଳିରେ ପ୍ରିନ୍ସିପାଲ ସୁପିନ୍ଦର କୌର ଏବଂ ଶିକ୍ଷକ ଦୀପକ ଚାନ୍ଦଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଉପତ୍ୟକାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆତଙ୍କବାଦୀମାନେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲ୍‌ବାଗ ସିଂ କହିଛନ୍ତି। ସେମାନେ ଭୟର ବାତାବରଣ ସୃଷ୍ଟି କରିବା ସହ ଦୀର୍ଘଦିନର ସାମ୍ପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରିବା ଲକ୍ଷ୍ୟରେ ଏଭଳି ଆକ୍ରମଣ କରୁଥିବା ଜଣାପଡ଼ିଛି। ମାନବିକତା, ଭ୍ରାତୃଭାବ, ସ୍ଥାନୀୟ ଲୋକାଚାର ଓ ମୂଲ୍ୟବୋଧକୁ ଯେଉଁମାନେ ଟାର୍ଗେଟ କରୁଛନ୍ତି, ସେମାନଙ୍କୁ ଖୁବ୍‌ଶୀଘ୍ର ଖୋଜି ବାହାର କରାଯିବ। କଶ୍ମୀରର ମୁସଲମାନ ସମ୍ପ୍ରଦାୟକୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ଲଗାତର ଆକ୍ରମଣ କରାଯାଉଛି।ଉପତ୍ୟକାର ଶାନ୍ତି ବ୍ୟାହତ କରିବା ଲାଗି ଆତଙ୍କବାଦୀମାନେ ପାକିସ୍ତାନର ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କରୁଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି।
ଗୁଳିମାଡ଼ରେ ନିହତ ହୋଇଥିବା ପ୍ରିନ୍ସିପାଲ ସୁପିନ୍ଦର ଶିଖ୍‌ ସମ୍ପ୍ରଦାୟର ହୋଇଥିବାବେଳେ ଶିକ୍ଷକ ଚାନ୍ଦ୍‌ ହିନ୍ଦୁ ସମ୍ପ୍ରଦାୟର। ମଙ୍ଗଳବାର ଘଟିଥିବା ୩ଟି ହତ୍ୟାକାଣ୍ଡ ପାଇଁ ବେଆଇନ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ପାଇଁ କାର୍ଯ୍ୟ କରୁତ୍ଥବା ରେଜିଷ୍ଟାନ୍ସ ଫୋର୍ସ ନିଜକୁ ଦାୟୀ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଜଣେ ଖ୍ୟାତନାମା କଶ୍ମୀର ପଣ୍ଡିତ ମାଖନଲାଲ୍‌ ବିନ୍ଦ୍ରୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କର ଶ୍ରୀନଗରରେ ଏକ ଔଷଧ କମ୍ପାନୀ ରହିଛି। ଏହାର କିଛି ସମୟ ପରେ ଜଣେ ଚାଟ୍‌ ଦୋକାନୀ ବୀରେନ୍ଦ୍ର ପାଶ୍ୱାନ ଏବଂ ମହମ୍ମଦ ଶାଫି ଲୋନ୍‌ ନାମକ ଅନ୍ୟ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଏହାର ୩ ଦିନ ପୂର୍ବରୁ ଶ୍ରୀନଗରର କରନ ନଗରରେ ମାଜିଦ ଅହମଦ ଗୋଜ୍ରିଙ୍କୁ ଏବଂ ଶନିବାର ରାତିରେ ବଟମାଲୁଠାରେ ମହମ୍ମଦ ଶାଫି ଦର୍‌ଙ୍କୁ ହତ୍ୟା କରାଯାଇଥିଲା।
୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଉପତ୍ୟକାରେ ସାଧାରଣ ଲୋକଙ୍କ ଉପରେ ଏହା ସବୁଠୁ ବଡ଼ ଆକ୍ରମଣ। ୯୦ ଦଶକରେ ଆତଙ୍କବାଦୀମାନେ ମନଇଚ୍ଛା ଲୋକଙ୍କୁ ଟାର୍ଗେଟ କରୁଥିଲେ, ଯେଉଁଥିପାଇଁ ସଂଖ୍ୟାଲଘୁ ବିଶେଷ କରି କଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡ଼ି ପଳାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?