Posted inଜାତୀୟ

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର ଫିଙ୍ଗୁଥିବା ଏବଂ ଭାରତ ବିରୋଧୀ କାର୍ଯ୍ୟରେ ସାମିଲଥିବା ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଗୋଟିଏ ସପ୍ତାହରେ ୬ ଜଣ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି।

ସମଗ୍ର କଶ୍ମୀରରେ ୫୭୦ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ଶ୍ରୀନଗରରେ ପ୍ରାୟ ୭୦ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ ଦେଶର ସୁରକ୍ଷା ଏଜେନ୍ସିର ବରିଷ୍ଠ ବିଶେଷଜ୍ଞମାନଙ୍କୁ କାଶ୍ମୀରକୁ ପଠାଯାଇଛି।

ଆତଙ୍କବାଦୀଙ୍କ ବିରୋଧାରେ ବଡ ଧରଣର ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହେବାର ଯୋଜନା ରହିଥିବା କୁହାଯାଉଛି। ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କିଲିଂ କରାଯାଉଥିବାରୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଇତିମଧ୍ୟରେ ୨୫ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ସେଥିମଧ୍ୟରୁ ତିନି ଜଣ ବାହାର ଲୋକ, ଦୁଇଜଣ କାଶ୍ମୀର ପଣ୍ଡିତ ଏବଂ ୧୮ ଜଣ ମୁସଲମାନ ଥିଲେ।

ଶ୍ରୀନଗରରେ ସର୍ବାଧିକ ସଂଖ୍ୟକ ଆକ୍ରମଣ ହୋଇଛି। ଏଥିରେ ୧୦ଟି ଘଟଣା ଘଟିଛି। ଏହା ପରେ ପୁଲୱାମା ଏବଂ ଅନନ୍ତନାଗରେ ପ୍ରତ୍ୟେକରେ ଚାରିଟି ଘଟଣା ଘଟିଛି। ଇନପୁଟରୁ ଜଣାପଡିଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରାୟ ୫୦-୬୦ ଅଣ-ପ୍ରବାସୀ ଭାରତୀୟ କାଶ୍ମୀର ପଣ୍ଡିତ ପରିବାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କଶ୍ମୀରରୁ ଜମ୍ମୁକୁ ନିଜର ଭିଟାମାଟିକୁ ଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇସ୍‌ଜେଟ୍‌ର ୨ଯାତ୍ରୀ ଆଇସିୟୁରେ ଭର୍ତ୍ତି : ତଦନ୍ତ ଆରମ୍ଭ କଲା ଡିଜିସିଏ

ନୂଆଦିଲ୍ଲୀ,୨।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି।...

ଗାଜିଆବାଦରେ ବଢ଼ୁଛି କରୋନା ମିଟର

ଗାଜିଆବାଦ,୨୭।୪: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଗାଜିଆବାଦରେ ୭୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ

ଭୋପାଳ,୪।୧୧: ମଧ୍ୟପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବେଟୁଲ ଜିଲାର ଜାଲାର...

ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ଭାଜପା ଏବଂ ବଜରଙ୍ଗ ଦଳ: ଦିଗ୍‌ବିଜୟ ସିଂ

ନୂଆଦିଲ୍ଲୀ,୧।୯: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦିଗ୍‌ବିଜୟ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା...

ସିଏଏକୁ ସମର୍ଥନ କରୁଥିବା ହିନ୍ଦୁ ପରିବାରକୁ ପାଣି ବନ୍ଦ ଘଟଣା: ଟୁଇଟ କରିଥିବା ଏମ୍‌ପିଙ୍କ ନାଁରେ ମାମଲା ରୁଜୁ

ମଲ୍ଲାପୁରମ୍‌,୨୪।୧: କର୍ନାଟକର ଜଣେ ଭାଜପା ଏମ୍‌ପି ଶୋଭା କରାଣ୍ଡଲାଜେ କେରଳର ମଲ୍ଲାପୁରମ୍‌ରେ ନାଗରିକତ୍ୱ ସଂଶୋଧିତ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁମାନଙ୍କୁ ପିଇବା ପାଣି ଯୋଗାଣ ବନ୍ଦ...

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮ କରୋନା ଆକ୍ରାନ୍ତ ମୃତ

ଅହମଦାବାଦ, ୬।୮: ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚିକିତ୍ସିତ ହେଉଥିବା ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...

ଜମ୍ମୁ-କଶ୍ମୀରରେ ସେନା ଅପରେଶନ: ଯବାନ ଶହୀଦ, ୬ ଆତଙ୍କବାଦୀ ନିହତ

ଜମ୍ମୁ,୨୯ା୯(ପି.ଟି.): ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଶନିବାର ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ମୋଟ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ...

ଭାରତ ଯୋଡ ଯାତ୍ରାରେ ଆମିଷ-ମଦ୍ୟପାନ-ଧୂମପାନ ନିଷେଧ…

ନୂଆଦିଲ୍ଲୀ, ୧୨।୯ : ସୋମବାର, କେରଳରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଦ୍ୱିତୀୟ ଦିନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମାହୋଇଛି। ଦଳର ନେତା ରାହୁଲ...

Advertisement
Archives

Model This Week