Posted inଜାତୀୟ

ଟାର୍ଗେଟ କିଲିଂ, ୧୫ ଦିନରେ ୧୧ ଜଣଙ୍କୁ ହତ୍ୟା କଲେଣି ଆତଙ୍କବାଦୀ…

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍‌ କିଲିଂ ଜାରି ରହିଛି। ଚଳିତ ମାସରେ ଗତ ୧୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୧୧ ଜଣ ସାଧାରଣ ଲୋକଙ୍କୁ ହତ୍ୟା କଲେଣି। ରବିବାର କୁଲଗାମ୍‌ରେ ବିହାରରୁ ଆସି ଶ୍ରମିକ ଭାବେ କାମ କରୁଥିବା ୨ ଜଣ ଲୋକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କୁ ରାଜା ଦେବ ଏବଂ ଯୋଗିନ୍ଦର ଦେବ ଭାବେ ଚିହ୍ନଟ କରାଯାଇଛି। ସେମାନେ ସ୍ଥାନୀୟ ବିଧାୟକଙ୍କ ଘର ପାଖରେ ରହୁଥିଲେ। ଏହି ଘଟଣାରେ ଜଣେ ଲୋକ ଆହତ ହୋଇଛନ୍ତି।

ଆତଙ୍କବାଦୀମାନେ ସେମାନଙ୍କର ରଣନୀତିରେ ପରିବର୍ତ୍ତନ କରି ଅଣ ଜମ୍ମୁ-କଶ୍ମୀର ବାସିନ୍ଦା ଏବଂ ସ୍ଥାନୀୟ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରୁଛନ୍ତି।

ଅକ୍ଟୋବର ୨ରେ ମହମ୍ମଦ ଶଫି ଡାରଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ସମ୍ପର୍କିତ ସୂଚନା ପ୍ରଦାନ କରୁଥିଲେ। ସେହିପରି ଶ୍ରୀନଗରର ଚଟ୍ଟାବଳ ଅଞ୍ଚଳରେ ରହୁଥିବା ମାଜିଦ୍‌ ଅହମ୍ମଦ ଗୋଜରିଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ। ସେ ସୁରକ୍ଷାକର୍ମୀଙ୍କ ଯୋଗାଯୋଗରେ ଥିଲେ। ଅକ୍ଟୋବର ୫ରେ ଶ୍ରୀନଗରରେ ବାସ କରୁଥିବା କଶ୍ମୀର ପଣ୍ଡିତ ମାଖନ ଲାଲ୍‌ ବିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ବିନ୍ଦୁଙ୍କୁ ହତ୍ୟା କରାଯିବା କିଛି ଘଣ୍ଟା ମଧ୍ୟରେ ବିହାରର ବୀରେନ୍ଦ୍ର ପାସଓ୍ବାନଙ୍କୁ ଗୁଳି ଆତଙ୍କବାଦୀ ହତ୍ୟା କରିଥିଲେ। ସେହିପରି ବନ୍ଦିପୋରାର ମହମ୍ମଦ ଶାଫି ଲୋନ୍‌ଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଅକ୍ଟୋବର ୭ରେ ଶ୍ରୀନଗରରେ ଜଣେ ସ୍କୁଲ ପ୍ରିନ୍ସପଲ ସୁପିନ୍ଦର କୌର ଏବଂ ଶିକ୍ଷକ ଦୀପକ ଚନ୍ଦଙ୍କୁ ନିକଟରୁ ଗୁଳି କରି ଆତଙ୍କବାଦୀ ହତ୍ୟା କରିଥିଲେ।

ଉତ୍ତରପ୍ରଦେଶରୁ ଆସି ପୁଲଓ୍ବାମାରେ ବଢ଼େଇ କାମ କରୁଥିବା ସଗିର ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା। ଅକ୍ଠୋବର ୧୬ରେ ଶ୍ରୀନଗରରେ ବିହାରରୁ ଆସି ଗୁପଚୁପ୍‌ ବିକ୍ରି କରୁଥିବା ଅରବିନ୍ଦ କୁମାର ଶାହାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ସେ ଇଦ୍‌ଗାହ ଅଞ୍ଚଳରେ ଏକ ପାର୍କ ବାହାରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ।

ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂକୁ ଦୃଷ୍ଟିରେ ରଖି ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri