ଟାଙ୍କି ଫଟା ସଟ୍‌: ପିଚରେ ହେଲା ବନ୍ୟା, ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟାଟ୍ସମ୍ୟାନ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୭।୧: ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନ ଏପରି ସଟ୍‌ ମାରୁଥିବାର ନଜର ଆସିଛନ୍ତି ଯେ ଏଥିରେ ତାଙ୍କ ପଛରେ ରଖାଯାଇଥିବା ପାଣି ଟାଙ୍କି ଫାଟି ଯାଇଛି। ଫଳାଫଳ ହେଉଛି ପିଚରେ ବନ୍ୟା ଆସିଯାଇଛି। ଏହି ସମୟ ମଧ୍ୟରେ ବ୍ୟାଟ୍ସମ୍ୟାନଙ୍କ ପ୍ରତିକ୍ରିୟା ଦେଖିଲା ଭଳି ହୋଇଛି।
ଗୋଟିଏ ଦିନ ପୂର୍ବରୁ ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଶେୟାର କରାଯାଉଛି । ବର୍ତ୍ତମାନ ଏହି ଭିଡିଓକୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ସମୀକ୍ଷକ ଆକାଶ ଚୋପ୍ରାଙ୍କ ସ୍ବର ଦିଆଯାଇଛି। ସେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଅଧିକ ଆକର୍ଷଣୀୟ କରିଛନ୍ତି।
ଏହି ଭିଡିଓରେ ଜଣେ ଯୁବ କ୍ରିକେଟର ନେଟ୍‌ରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ଏକ ବଲ ଫ୍ଲିକ କରିବାକୁ ଚେଷ୍ଟା କରନ୍ତି। ଏହା ପଛରେ କୌଣସି ନେଟ୍‌ ନ ଥିବାରୁ ବଲ ସିଧାସଳଖ ପ୍ଲାଷ୍ଟିକ ଟାଙ୍କିକୁ ଆଘାତ କରେ। ବଲର ଦ୍ରୁତ ପ୍ରଭାବ ହେତୁ ଟ୍ୟାଙ୍କି ଫାଟିଗଲା ଏବଂ ହଠାତ୍‌ ପୁରା ପିଚ ପାଣଇରେ ବୁଡି ଯାଇଛି। ଏହା ପରେ ବ୍ୟାଟ୍ସମ୍ୟାନ ବୋଲରଙ୍କ ଆଡକୁ ଅସହାୟ ଭାବରେ ଦେଖୁଥିବାର ନଜର ଆସିଛନ୍ତି।
ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାବେଳେ ଆକାଶ ଚୋପ୍ରା କୁହନ୍ତି, ସିଧା ହାତରେ ବ୍ୟାଟ୍ସମ୍ୟାନ ପ୍ରସ୍ତୁତ ଅଛନ୍ତି। ଏହି ଆଭିମୁଖ୍ୟ ମଧ୍ୟ ଭଲ ଦେଖାଯାଉଛି। ପାଦରେ ବଲ ଏବଂ ଏକ ଭଲ ଫ୍ଲିକ। ହେ ବାବା, ଏହା ଏକ ଟ୍ୟାଙ୍କି ଫଟା ସଟ୍‌। ଏହା ଏକ ଆଶ୍ଚର୍ଯ୍ୟଜନକ ସଟ୍‌। ଏହା ବନ୍ୟା ଆଣିଥିବା ସଟ୍‌। ଆକାଶ ଚୋପ୍ରାଙ୍କ ଦ୍ୱାରା ଏହି ଭିଡିଓ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri