ତନିସ୍କର ପୂଜା କଲେକ୍ସନ ‘ଆଲେଖ୍ୟ’ ଉନ୍ମୋଚିତ

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଏକ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଆଲେଖ୍ୟ’ ର ଉନ୍ମୋଚନ କରାଯାଇଛି। ବିଶେଷକରି ଏହା ଜରିଆରେ ଭାରତର ପୁରୁଣା ତଥା ସମୃଦ୍ଧକଳାକୁ ଗ୍ରାହକମାନେ ସ୍ମରଣ କରିପାରିବେ। କାରଣ ‘ଆଲେଖ୍ୟ’ କଲେକ୍ସନ ଭାରତର ଖ୍ୟାତନାମା ମିନିଏଚର ଏବଂ ପିଚ୍‌ୱାଇ ପେଣ୍ଟିଙ୍ଗ୍‌ସରୁ ପ୍ରେରିତ ହୋଇଛି। ଏପରିକି ଉକ୍ତ କଲେକ୍ସନରେ ମହିଳାଙ୍କ ପାଇଁ ଚତ୍ମକାର ନେକ୍‌ଲେସ, ଇୟରିଂ ଏବଂ ହାତତିଆରି ବିଭିନ୍ନ ଗହଣା ପିସ୍‌ ସାମିଲ ରହିଛି। ଏହାର ପ୍ରାରମ୍ଭକି ମୂଲ୍ୟ ୭୦,୦୦୦ ଟଙ୍କା ରହିଛି। ଅପରପକ୍ଷରେ ପାର୍ବଣ ପାଇଁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଓ ସୁବିଧା ସାଙ୍ଗକୁ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ଏହି ସ୍ବତନ୍ତ୍ର ଅଫର ଅକ୍ଟୋବର ୪ ପର୍ଯ୍ୟନ୍ତ ଉପଲବ୍ଧ ରହିଛି।
ସେହିଭଳି ରାଜକୀୟ ଜୀବନଚର୍ଯ୍ୟାର ପୁନଃ କଳ୍ପନା ସହ ଏହି ଚମତ୍କାର ପୂଜା କଲେକ୍ସନକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ଚିତ୍ରକଳାରୁ ପ୍ରେରିତ ହୋଇ ଆକର୍ଷଣୀୟ ସମସାମୟିକ ଗହଣାର ସମ୍ଭାର ବଜାରକୁ ଅଣାଯାଇଛି। ସେହିପରି ପିଚ୍‌ୱାଇ ପେଣ୍ଟିଙ୍ଗ୍‌, ଯାହାକି ଭଗବାନ କୃଷ୍ଣଙ୍କ ଜୀବନକୁ ଚିତ୍ରଣ କରିଥାଏ। ମିନିଏଚର ପେଣ୍ଟିଙ୍ଗ୍‌ସ, ଯାହାକି ମୋଗଲ, ରାଜସ୍ଥାନୀ ଏବଂ ପହାରି କୋର୍ଟର ପ୍ରସିଦ୍ଧ ପରମ୍ପରା, ତାହାର ପ୍ରତିଫଳନ ଏଥିରେ ଦେଖିବାକୁ ମିଳିବ। ଏ ସମ୍ପର୍କରେ କମ୍ପାନୀର ଡିଜାଇନ ମୁଖ୍ୟ ଅଭିଷେକ ରସ୍ତୋଗୀ କହିଛନ୍ତି, ଅତି ସୁନ୍ଦର ଭାବେ ଡିଜାଇନ ହୋଇଥିବା ଗହଣାକୁ ଗ୍ରାହକଙ୍କ ନିକଟକୁ ଆଣିବା ଲାଗି ଆମର ପ୍ରାଥମିକତା ବଜାୟ ରହିଛି। ଆମର ପାର୍ବଣ ସମ୍ଭାର ‘ଆଲେଖ୍ୟ’ ପୂଜା ସେଲିବ୍ରେସନର ପ୍ରତି ମୁହୂର୍ତ୍ତକୁ ତାଜା କରିବ। ଭାରତୀୟ କଳା ପିଚ୍‌ୱାଇ ଏବଂ ମିନିଏଚର ପେଣ୍ଟିଙ୍ଗ୍‌ସରୁ ଉଦ୍ଧୃତ ଏହି କଲେକ୍ସନରେ ପ୍ରାଚୀନ କଳାକୁ ନୂତନ ପିଢ଼ି ମୀନାକାରୀ ମୋଟିଫ୍‌ ଏବଂ ରଙ୍ଗ ସହ ପାଳନ କରାଯାଉଛି। ଆଲେଖ୍ୟର ଏକ୍ସକ୍ଲୁସିଭ୍‌ ପ୍ରଡକ୍ଟଗୁଡ଼ିକୁ ଗ୍ରାହକ ତନିସ୍କର ଓ୍ବେବ୍‌ସାଇଟରେ ମଧ୍ୟ ବ୍ରାଉଜ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri