ତନିସ୍କର ପୂଜା କଲେକ୍ସନ ‘ଆଲେଖ୍ୟ’ ଉନ୍ମୋଚିତ

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ଏକ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଆଲେଖ୍ୟ’ ର ଉନ୍ମୋଚନ କରାଯାଇଛି। ବିଶେଷକରି ଏହା ଜରିଆରେ ଭାରତର ପୁରୁଣା ତଥା ସମୃଦ୍ଧକଳାକୁ ଗ୍ରାହକମାନେ ସ୍ମରଣ କରିପାରିବେ। କାରଣ ‘ଆଲେଖ୍ୟ’ କଲେକ୍ସନ ଭାରତର ଖ୍ୟାତନାମା ମିନିଏଚର ଏବଂ ପିଚ୍‌ୱାଇ ପେଣ୍ଟିଙ୍ଗ୍‌ସରୁ ପ୍ରେରିତ ହୋଇଛି। ଏପରିକି ଉକ୍ତ କଲେକ୍ସନରେ ମହିଳାଙ୍କ ପାଇଁ ଚତ୍ମକାର ନେକ୍‌ଲେସ, ଇୟରିଂ ଏବଂ ହାତତିଆରି ବିଭିନ୍ନ ଗହଣା ପିସ୍‌ ସାମିଲ ରହିଛି। ଏହାର ପ୍ରାରମ୍ଭକି ମୂଲ୍ୟ ୭୦,୦୦୦ ଟଙ୍କା ରହିଛି। ଅପରପକ୍ଷରେ ପାର୍ବଣ ପାଇଁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଓ ସୁବିଧା ସାଙ୍ଗକୁ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ଏହି ସ୍ବତନ୍ତ୍ର ଅଫର ଅକ୍ଟୋବର ୪ ପର୍ଯ୍ୟନ୍ତ ଉପଲବ୍ଧ ରହିଛି।
ସେହିଭଳି ରାଜକୀୟ ଜୀବନଚର୍ଯ୍ୟାର ପୁନଃ କଳ୍ପନା ସହ ଏହି ଚମତ୍କାର ପୂଜା କଲେକ୍ସନକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ଚିତ୍ରକଳାରୁ ପ୍ରେରିତ ହୋଇ ଆକର୍ଷଣୀୟ ସମସାମୟିକ ଗହଣାର ସମ୍ଭାର ବଜାରକୁ ଅଣାଯାଇଛି। ସେହିପରି ପିଚ୍‌ୱାଇ ପେଣ୍ଟିଙ୍ଗ୍‌, ଯାହାକି ଭଗବାନ କୃଷ୍ଣଙ୍କ ଜୀବନକୁ ଚିତ୍ରଣ କରିଥାଏ। ମିନିଏଚର ପେଣ୍ଟିଙ୍ଗ୍‌ସ, ଯାହାକି ମୋଗଲ, ରାଜସ୍ଥାନୀ ଏବଂ ପହାରି କୋର୍ଟର ପ୍ରସିଦ୍ଧ ପରମ୍ପରା, ତାହାର ପ୍ରତିଫଳନ ଏଥିରେ ଦେଖିବାକୁ ମିଳିବ। ଏ ସମ୍ପର୍କରେ କମ୍ପାନୀର ଡିଜାଇନ ମୁଖ୍ୟ ଅଭିଷେକ ରସ୍ତୋଗୀ କହିଛନ୍ତି, ଅତି ସୁନ୍ଦର ଭାବେ ଡିଜାଇନ ହୋଇଥିବା ଗହଣାକୁ ଗ୍ରାହକଙ୍କ ନିକଟକୁ ଆଣିବା ଲାଗି ଆମର ପ୍ରାଥମିକତା ବଜାୟ ରହିଛି। ଆମର ପାର୍ବଣ ସମ୍ଭାର ‘ଆଲେଖ୍ୟ’ ପୂଜା ସେଲିବ୍ରେସନର ପ୍ରତି ମୁହୂର୍ତ୍ତକୁ ତାଜା କରିବ। ଭାରତୀୟ କଳା ପିଚ୍‌ୱାଇ ଏବଂ ମିନିଏଚର ପେଣ୍ଟିଙ୍ଗ୍‌ସରୁ ଉଦ୍ଧୃତ ଏହି କଲେକ୍ସନରେ ପ୍ରାଚୀନ କଳାକୁ ନୂତନ ପିଢ଼ି ମୀନାକାରୀ ମୋଟିଫ୍‌ ଏବଂ ରଙ୍ଗ ସହ ପାଳନ କରାଯାଉଛି। ଆଲେଖ୍ୟର ଏକ୍ସକ୍ଲୁସିଭ୍‌ ପ୍ରଡକ୍ଟଗୁଡ଼ିକୁ ଗ୍ରାହକ ତନିସ୍କର ଓ୍ବେବ୍‌ସାଇଟରେ ମଧ୍ୟ ବ୍ରାଉଜ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?