ହିଟରରେ ରୋଷେଇ କରୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଔପଦା, ୨୫।୯: ବାଲେଶ୍ୱର ଜିଲା ଔପଦା ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଷ୍ଟ୍ରକଚର ଗୃହରେ ଯନ୍ତ୍ରୀଙ୍କ ଉପସ୍ଥିତିରେ କର୍ମଚାରୀମାନେ ହିଟର ଲଗାଇ ରୋଷେଇ ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେଉଛି। ଏହା ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ବିଭାଗର କର୍ମଚାରୀମାନେ ଉଚ୍ଚଶକ୍ତିସମ୍ପନ୍ନ ମେଶିନ ବସିଥିବା ବିପଦପୂର୍ଣ୍ଣ ଗୃହରେ ରହିବା ସହ ଅଫିସ କାର୍ଯ୍ୟ କରୁଛନ୍ତି। କର୍ମଚାରୀମାନେ ସେହି ଗୃହରେ ହିଟର ଲଗାଇ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେଉଛି। ସେହି ସମୟରେ ଉପସ୍ଥିତ ଔପଦା ବିଦ୍ୟୁତବିଭାଗ ଯନ୍ତ୍ରୀ ଫଟୋ ଉତ୍ତୋଳନକାରୀ ଯନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ମୁଁ ଜାଣେ ନାହିଁ କହି ସେଠାରୁ ଉଠି ତୁରନ୍ତ ପଳାଇ ଯାଉଥିବା ଭାଇରାଲ ଭିଡିଓରୁ ଜଣାଯାଉଛି।
ଷ୍ଟ୍ରକଚର ଗୃହରେ ଖାଦ୍ୟ ରାନ୍ଧିବା ସମ୍ପର୍କରେ ଯନ୍ତ୍ରୀ ସତୀଶ ଦାସଙ୍କୁ ପଚାରିବାରୁ ମୁଁ ଏ ବିଷୟରେ ଜାଣି ନାହିଁ। ବ୍ୟସ୍ତ ଅଛି କହି ଫୋନ କଲ୍‌କୁ କାଟିଦେଇଥିଲେ। ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ପ୍ରଭାସ ରଞ୍ଜନ ବିଶ୍ୱାଳଙ୍କୁ ଭିଡିଓ ଭାଇରାଲ ସମ୍ପର୍କରେ ପଚାରିବାରୁ କିଛି ବ୍ୟକ୍ତିଙ୍କ ଠାରୁ ଫୋନ ଦ୍ୱାରା ଏ ବିଷୟରେ ଖବର ପାଇଛି। ବିଭାଗୀୟ ତଦନ୍ତ ପରେ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୪ ଛାତ୍ରାବାସରୁ ଘରକୁ ଯିବେ ୬୮୫୯ ପିଲା

ଅନୁଗୋଳ ଅଫିସ୍‌, ୨୧।୩ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର...

ସରିଲା ଜିଲା ବରିଷ୍ଠ ଖୋ-ଖୋ ଦଳ ଚୟନ: ୬ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମଙ୍ଗଳବାର ଯାଜପୁର ଜିଲାସ୍ତରୀୟ ଖୋ-ଖୋ ଦଳ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି।...

ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ,୨୭।୪: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ...

୧୫୮୨୦ ଗ୍ରାମୀଣ ରାସ୍ତା କାମ ଅସମ୍ପୂର୍ଣ୍ଣ

କେନ୍ଦ୍ରାପଡ଼ା ଅଫିସ,୨୧ା୭: ଗତ ୨ଦିନ ଧରି ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାରେ ଲାଗି ରହିଛି । ଏହି ବର୍ଷା ଚାଷୀଙ୍କ ମନରେ ଖୁସି ଆଣିଥିବା ବେଳେ...

ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍‌ପି

ଛତ୍ରପୁର, ୩।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ...

ବରଗଡ଼ ଜିଲାପାଳଙ୍କଠାରୁ ମିଳିଲା ନିର୍ଭର ପ୍ରତିଶ୍ରୁତି, ଅନଶନ କରିବେନି ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ,୧୪।୮- ବରଗଡ଼ ଜିଲାରେ ଚୋରାମଦ କାରବାର ତଥା କୁଟିଆ ମଦ ଦୋକାନ ବନ୍ଦ ଦାବି ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ...

ଅପହୃତା ଛାତ୍ରୀ ଭୁବନେଶ୍ୱରରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୨ା୧୧- ବ୍ରହ୍ମପୁର ଟାଉନ ଥାନା ପୋଲିସ ଗୁରୁବାର ସକାଳେ ଜଣେ ଅପହୃତା ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛି। ସେହିପରି ଅଭିଯୁକ୍ତ ପି.ଅନିଲ ଓରଫ ଆଳୁ...

Advertisement
Archives

Model This Week