ତନିସ୍କର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ

ଭବାନୀପାଟଣା,୩୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାହାଦୁର ବଗିଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଭାରତର ସର୍ବବୃହତ୍‌ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କର ନୂତନ ଶୋ’ରୁମ ଉଦ୍‌ଘାଟିତ ହୋଇଯାଇଛି। ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ଟାଇଟାନ କମ୍ପାନୀ ଲିମିଟେଡ ଓ ସର୍କଲ ବ୍ୟବସାୟ ମ୍ୟାନେଜର ଅରିନ୍ଦମ ପ୍ରମାଣିକ, ବିଜ୍‌ନେସ ଆସୋସିଏଟ ପ୍ରତୀକ ଜେନା ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଉପଲକ୍ଷେ ତନିସ୍କ ବ୍ରାଣ୍ଡ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରିଛି। ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ସ୍ବର୍ଣ୍ଣମୁଦ୍ରା ପାଇପାରିବେ। ଏହି ଅଫର ୩୦ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିବ। ୪୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏହି ଶୋ’ରୁମ ତନିସ୍କର ପ୍ରତିଷ୍ଠିତ ଡିଜାଇନଗୁଡ଼ିକର ବିଶେଷ ସଂଗ୍ରହ ରଖାଯାଇଛି। ସୁନା, ହୀରା, କୁନ୍ଦନ ଓ ପୋଲ୍ଲୀ ସହିତ ଓଡ଼ିଶାର ଧନ୍ୟ ସଂସ୍କୃତି ଏବଂ ପରମ୍ପରାରୁ ପ୍ରେରିତ ତନିସ୍କର ପର୍ବ ପାଳନ ସମ୍ବନ୍ଧୀୟ କଲେକ୍ସନ ‘ଦିବ୍ୟାନୀ’କୁ ଓଡ଼ିଶାର ମହିଳାଙ୍କ ଲାଗି ଉପସ୍ଥାପନ କରିଛି। ଷ୍ଟୋରରେ ଏକ ଆଧୁନିକ, ସମସାମୟିକ ଏବଂ ହାଲୁକା ଓଜନର ଅଳଙ୍କାର ସଂଗ୍ରହ ‘ଷ୍ଟ୍ରିଙ୍ଗ ଇଟ’ ସହିତ ୧୮କ୍ୟାରେଟ ରୁ ୨୨କ୍ୟାରେଟ ସୁନାରେ ନିର୍ମିତ ଚୁଡ଼ି ସଂଗ୍ରହ ‘କଲାଇ’ ମଧ୍ୟ ଉପସ୍ଥାପିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚହେଲା iPhone 16: ପ୍ରଥମ ଥର ପାଇଁ ଶୁକ୍ରବାର ବଦଳରେ ସୋମବାର ଥିଲା  ଲଞ୍ଚିଂ ଇଭେଣ୍ଟ: ପଛରେ ରହିଛି ଏହି ବଡ଼କାରଣ  

ନୂଆଦିଲ୍ଲୀ,୧୦।୯: ଭାରତରେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ...

ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୦।୯: ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍‌ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା...

ଫାଶ, ବିଷ, ବାଟୁଳିରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୧୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାକାଳପଡ଼ା ରେଞ୍ଜ ଅଧୀନ ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବସା ବାନ୍ଧିଛନ୍ତି। ହେଲେ କେତେଜଣ...

ନଭେମ୍ବର ୨୫ରୁ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌,...

ଏସ୍‌ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପ୍ରପର୍ଟି ଏକ୍ସପୋ-୨୦୨୪ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଏସବିଆଇ...

ପିଏମ୍‌ବିଆଇ ସହ ସିଆଇଏଲ୍‌ର ବୁଝାମଣା

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା ଫାର୍ମାସ୍ୟୁଟିକାଲ୍‌ସ ଆଣ୍ଡ ମେଡିକାଲ ଡିଭାଇସ ବ୍ୟୁରୋ ଅଫ୍‌ ଇଣ୍ଡିଆ ବା ପିଏମ୍‌ବିଆଇ ଏବଂ କୋଲ୍‌ ଇଣ୍ଡିଆ...

୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଜେଏସ୍‌ଡବ୍ଲ୍ୟୁ ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି (କ୍ରସଓଭର ୟୁଟିଲିଟି ଭେଇକିଲ) ଏମ୍‌ଜି ୱିଣ୍ଡସରର...

ଏଏଫ୍‌’ର ଆକର୍ଷଣୀୟ ସ୍ଥାୟୀ ଜମା ଅଫର

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡିଜିଟାଲ ଫାଇନାନ୍ସ ପ୍ଲାଟଫର୍ମ ଏୟାରଟେଲ ଫାଇନାନ୍ସ (ଏଏଫ୍‌) ର ବହୁ ପ୍ରତୀକ୍ଷିତ ସ୍ଥାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri