Posted inଖେଳ

ତନିସ୍କାଙ୍କୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର ଆସନସୋଲଠାରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ ନେଇଥିବା ଓଡ଼ିଶାର ୩୦ ପ୍ରତିଯୋଗୀଙ୍କ ମଧ୍ୟରୁ ୧୧ ଜଣ ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନୁଗୋଳର ତନିସ୍କା ସାମନ୍ତ ଏୟାର ରାଇଫଲ ପିପ୍‌ ସାଇଟ୍‌ ବାଳିକା ବିଭାଗର ୩ ବର୍ଗରେ ୧ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ପାଇଥିବା ଓଡ଼ିଆ ପ୍ରତିଯୋଗୀମାନେ ହେଲେ ସୁଜଳ କୁମାର, ଶ୍ରେୟସ ଦିବ୍ୟଦର୍ଶନ ମିଶ୍ର, ଅଭିଲିପ୍ସା ପାତ୍ର, ସହସ୍ରାଂଶୁ ମିଶ୍ର, ଆଚାର୍ଯ୍ୟ ସ୍ବୟଂ ସମ୍ବିତ, ଅର୍ଦ୍ଧେନ୍ଦୁ ପାଢ଼ୀ, ପୀୟୂଷ କୁମାର ଷଡ଼ଙ୍ଗୀ, ସର୍ବାଂଶ ମିଶ୍ର, ସିଦ୍ଧାର୍ଥ ଗଣେଶନ, ଦିବ୍ୟଶ ଚୋପଦାର ଏବଂ ଓଡ଼ିଶା ରାଇଫଲ ଆସୋସିଏଶନର ଟିମ୍‌ ମ୍ୟାନେଜର ଏବଂ କୋଚ୍‌ ଆଶିଷ ନାୟକ। କୃତୀ ପ୍ରତିଯୋଗୀମାନଙ୍କୁ ଓଡ଼ିଶା ରାଇଫଲ ଆସୋସିଏଶନର ପୃଷ୍ଠପୋଷକ କଳିକେଶ ନାରାୟଣ ସିଂଦେଓ, ସଭାପତି ଅନଙ୍ଗ ଉଦୟ ସିଂଦେଓ ଏବଂ ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଫର୍ନାଣ୍ଡୋଙ୍କୁ ୫ ଉଇକେଟ ସଫଳତା

ଜୋହାନ୍ସବର୍ଗ, ୫ା୧ (ଏପି)-ବିଶ୍ୱ ଫର୍ନାଣ୍ଡୋଙ୍କ ୫ ଉଇକେଟ ସଫଳତା ସତ୍ତ୍ୱେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା...

ଟାଟୁ କହେ ଅନେକ କଥା

ନୂଆଦିଲ୍ଲୀ ୧୪ା୨:ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ଗୋଡ଼ର ଟାଟୁ ଏବେ ଚର୍ଚ୍ଚାରେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର...

୧୩୪ରେ ରୋକିଦେଲା ପାକିସ୍ତାନ

ଶାରଜା,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ମାତ୍ର ୧୩୪/୮ରେ ରୋକି ଦେଇଛି...

ଆର୍ଜେଣ୍ଟିନାକୁ ୪-୨ରେ ହରାଇଲା ଭାରତ

ବୁଏନ୍ସ ଆରିଜ, ୧୫।୪(ପି.ଟି.)- ବିଜୟ ସହ ଭାରତୀୟ ହକି ଦଳ ଏହାର ଆର୍ଜେଣ୍ଟିନା ଗସ୍ତ ଶେଷ କରିଛି। ବୁଧବାର ଅନୁଷ୍ଠିତ ୪ର୍ଥ ତଥା ଅନ୍ତିମ ଅଭ୍ୟାସ...

ବଦଳିଲା ଆଇପିଏଲ ଫ୍ରାଞ୍ଚାଇଜର ନାମ

ନୂଆଦିଲ୍ଲୀ, ୧୬।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଏହାର ନାମ ପରିବର୍ତ୍ତନ କରିଛି। ଏହି ଦଳକୁ...

ଦକ୍ଷିଣ ଆଫ୍ରିକାର ଏକ ଇନିଂସ ୬୩ ରନରେ ବିଜୟୀ

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ୍‌ ଲୁସିଆ),୧୩ା୬ : କାଗିସୋ ରାବାଡାଙ୍କ ୫ ଉଇକେଟ ସଫଳତା ଯୋଗୁ ଏଠାରେ ପ୍ରଥମ ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିକା ଏକ ଇନିଂସ...

ଜାପାନିଜ ଗ୍ରାଁ ପି: ବୋଟାସଙ୍କୁ ଷଷ୍ଠ ବିଶ୍ୱ ଟାଇଟଲ

ସୁଜୁକା,୧୪।୧୦(ଏଏଫ୍‌ପି)- ଫିନ୍‌ଲାଣ୍ଡର ମର୍ସିଡିଜ୍‌ ଡ୍ରାଇଭର ଭାଲଟେରୀ ବୋଟାସ ଜାପାନିଜ ଗ୍ରଁାପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ରେସ୍‌ରେ ସେ ୧:୩୧:୫୨:୯୪୨ ସେକେଣ୍ଡ ସମୟ...

ଫର୍ମୁଲାଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ, କିନ୍ତୁ କ୍ରିକେଟରେ ଉଇକେଟ୍‌କିପର୍‌ ଭାବେ ମିଳିଲା ପରିଚୟ

ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ରୁଦ୍ଧିମାନ ଶାହ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୨୪ରେ ପଶ୍ଚିମବଙ୍ଗର ସିଲିଗୁଡିରେ ଜନ୍ମଗ୍ରହଣ...

Advertisement
Archives

Model This Week