ଏଇ ଭାରତରେ

ରାଜସ୍ଥାନର ଜଣେ ଚାଷୀ କେବଳ ଟମାଟୋ ଚାଷକରି ବର୍ଷକୁ ୪ ଲକ୍ଷ ଟଙ୍କାରୁ ଅଧିତ୍କ ରୋଜଗାର କରୁଛନ୍ତି। ଏହି ଚାଷୀ ଜଣକ ହେଉଛନ୍ତି ସଲେରା ଗାଁର ଶଙ୍କର ଜାଟ। ତାଙ୍କ ଚାଷର ବିଶେଷତ୍ୱ ହେଉଛିି, ସେ ଜୈବିକ, ସିଞ୍ଚନ ଓ ମୁଲଚିଂ ପଦ୍ଧତିରେ ‘୧୦୫୬’ କିସମର ଟମାଟୋ ଚାଷ କରୁଛନ୍ତି। ମାଟିରେ ଶୁଖିତ୍ଲା ଘାସ ଓ କୁଟା ବିଛାଇ ଚାଷ କରିବା ଦ୍ୱାରା ସେ ୭୦ ପ୍ରତିଶତ ପାଣି ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତିି। ଭାରତୀୟ ଆଗ୍ରୋ ଇଣ୍ଡଷ୍ଟ୍ରି ଫାଉଣ୍ଡେଶନରୁ ପ୍ରଶିକ୍ଷଣ ନେଇ ଟମାଟୋ ଚାଷରେ ସଫଳତା ପାଇଛନ୍ତି ସେ। ୪୫ ବର୍ଷୀୟ ନାମମାତ୍ର ଚାଷୀ ଶଙ୍କର ଏହା ପୂର୍ବରୁ ୧.୨୫ ଏକର ଜମିରେ ବିଭିନ୍ନ ପ୍ରକାର ଫସଲ କରି ବର୍ଷକୁ ମାତ୍ର ୬୦ ହଜାର ଟଙ୍କା ପାଉଥିଲେ। ସବୁବେଳେ ଜଳାଭାବର ସମ୍ମୁଖୀନ ହେଉଥିଲେ। ଏବେ କିନ୍ତୁ ସେତିକି ଜମିରୁ କେବଳ ଟମାଟୋ ଚାଷ କରି ପାଉଛନ୍ତି ପାଖାପାଖି ୭ ଗୁଣ ଲାଭ। ୨୦୧୬ରେ ପ୍ରଥମେ ସେ ଟମାଟୋ ଚାଷ ଆରମ୍ଭ କରିଥିଲେ। ଚାଷରେ ନିଜେ ଜୈବିକ ଖତ ପ୍ରସ୍ତୁତ କରି ଉପଯୋଗ କରୁଛନ୍ତି। ପ୍ରତିଦିନ ସେ ୨୦ ମିନିଟ୍‌ ସିଞ୍ଚନ ପଦ୍ଧତିରେ ଜଳସେଚନ କରିଥାଆନ୍ତି। ଶଙ୍କରଙ୍କ ଚାଷ ପଦ୍ଧତି ଏବେ ତାଙ୍କ ଅଞ୍ଚଳରେ ବେଶ୍‌ ଆଦୃତ ହୋଇପାରିଛି। ତାଙ୍କ ଆଖପାଖ ଗାଁର ପ୍ରାୟ ୫୦ ଜଣ ଚାଷୀ ଏହି ପଦ୍ଧତିରେ ଟମାଟୋ ଚାଷ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri