Posted inଖେଳ

ପ୍ରି କ୍ୱାର୍ଟରରେ ତନିଶା-ଅଶ୍ୱିନ

କୋଲୁନ୍‌,୧୪ା୯(ପି.ଟି.): ହଂକଂ ଓପନ ସୁପର ୫୦୦ ସିରିଜ୍‌ ବ୍ୟାଡ୍‌ମିଣ୍ଟନର ପ୍ରଥମ ଦିନରେ ମହିଳା ଡବଲ୍ସ ଯୋଡି ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରାଜ୍ୟ ଗୋଷ୍ଠୀ ପଦକ ବିଜେତା ଲକ୍ଷ୍ୟ ସେନ୍‌ କିନ୍ତୁ ପିଠି ଯନ୍ତ୍ରଣା କାରଣରୁ ଏହି ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ବୁଧବାର ତନିଶା-ଅଶ୍ୱିନ ଯୋଡି ୨୧-୧୯ ଓ ୨୧-୧୯ ସେଟ୍‌ରେ ଚାଇନିଜ୍‌ ତାଇପେର ଲି ଚିଆ ହିନ୍‌ ଓ ଟେଙ୍ଗ ଚୁନ୍‌ ହୁନ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟର ମୁକାବିଲାରେ ଭାରତୀୟ ଯୋଡି ଟପ୍‌ ସିଡେଡ୍‌ ମାୟୁ ମାଟ୍ସୁମୋଟୋ ଓ ଓ୍ବାକାନା ନାଗାହାରାଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌ ବ୍ୟାକ୍‌ ଷ୍ଟ୍ରେନ୍‌ କାରଣରୁ ଓହରି ଯାଇଥିଲେ। ଆହତ ସମସ୍ୟାରୁ ସୁସ୍ଥ ହୋଇଥିବା ଲକ୍ଷ୍ୟ ଶତ ପ୍ରତିଶତ ଫିଟ୍‌ ନ ଥିବାରୁ ଓହରିବାକୁ ନିଷ୍ପତ୍ତି ନେଲୁ ବୋଲି କହିଛନ୍ତି କୋଚ୍‌ ଅନୁପ ଶ୍ରୀଧର। ଆଗକୁ ଏସିଆନ୍‌ ଗେମ୍ସ ରହିଥିବାରୁ ଶତ ପ୍ରତିଶତ ଫିଟ୍‌ନେସ୍‌ ହାସଲର ଲକ୍ଷ୍ୟ ରହିଛି ବୋଲି କୋଚ୍‌ କହିଛନ୍ତି।

ଲକ୍ଷ୍ୟ ସେନ୍‌ ଓହରି ଯାଇଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ଅନ୍ୟତମ ଭାରତୀୟ ପ୍ରିୟାଂଶୁ ରଜାଓ୍ବତ ୧୩-୨୧ ଓ ୧୪-୨୧ ସେଟ୍‌ରେ ଜାପାନର କାଣ୍ଟା ସୁନେୟାମାଙ୍କଠାରୁ ହାରି ଯାଇଥିଲେ। ମହିଳା ସିଙ୍ଗଲ୍ସରେ ଆକର୍ଷୀ କଶ୍ୟପ ୨୧-୧୮ ଓ ୨୧-୧୦ରେ ଜର୍ମାନୀର ଓ୍ବାଇ ଭୋନ୍ନେ ଲିଙ୍କ ନିକଟରୁ ପରାସ୍ତ ହୋଇଥିଲେ। ମାଳବିକା ବନ୍ସୋଡ ୨୧-୧୪, ୨୧-୧୨ ସେଟ୍‌ରେ ଚାଇନାର ଝାଙ୍ଗ ୟିଙ୍କଠାରୁ ହାରି ବିଦାୟ ନେଇଥିଲେ।

ପୁରୁଷ ଡବଲ୍ସରେ କ୍ରିଷ୍ଣା ପ୍ରସାଦ ଗରଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ପଞ୍ଜଳା ୨୧-୧୪, ୨୧-୧୯ ସେଟ୍‌ରେ କୋରିଆର କୋସଙ୍ଗ ହୁନ୍‌ ଓ ଶିନ୍‌ ବିକ୍‌ ଚେଓଲଙ୍କଠାରୁ ପରାଜିତ ହୋଇଥିଲେ। ମିକ୍ସଡ ଡବଲ୍ସରେ ବି. ସୁମିତ ରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ୧୬-୨୧, ୨୧-୧୬ ଓ ୧୮-୨୧ରେ ମାଲେସିଆର ଚେନ୍‌ ଟାଙ୍ଗ ଜାଏ ଓ ଟୋ ଏ ଓ୍ବେଇଙ୍କଠାରୁ ପରାଜିତ ହୋଇଥିଲେ। ରୋହନ୍‌ କପୁର ଓ ଏନ୍‌ ସିକ୍କି ରେଡ୍ଡୀଙ୍କ ଯୋଡି ୧୯-୨୧ ଓ ୧୦-୨୧ରେ ସିଙ୍ଗାପୁରର ହି ୟୋଙ୍ଗ କାଇ ଟେରୀ ଓ ଟାନ୍‌ ଓ୍ବେଇ ହାନ୍‌ ଜେସିକାଙ୍କଠାରୁ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍‌ପଡ଼ିଲେ କୋହଲି

ନୂଆଦିଲ୍ଲୀ, ୪ା୬: ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ରୋହିତ…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

ଇରାନ ପ୍ରତି ପାକିସ୍ତାନର ବିଶ୍ୱାସଘାତକତା: ଆମେରିକାକୁ ଗୁପ୍ତ ସୂଚନା ଦେଇଥିଲେ ଇସାକ ଦାର? ବିବୃତ୍ତି ଜାରି କଲେ ଶାହବାଜ ସରକାର

ଇସଲାମାବାଦ,୪।୬: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧ ଫେରିବା ପରି ପରିସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଛି। ପାକିସ୍ତାନ ଦୁଇ ରାଷ୍ଟ୍ର…

କମ୍ପ୍ଲେକ୍ସ ଭିତରକୁ ପଶିଗଲା ଟ୍ରକ, ଆଉ ତା’ପରେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଆରଟିଓ ଅଫିସ ନିକଟରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସୌଭାଗ୍ୟବଶତଃ ଟ୍ରକ…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୪।୬: ଭାଜପା ରାଜ୍ୟ ସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଅରୁଣାଚଳ ପ୍ରଦେଶରୁ ତାଇ ତାଗକଙ୍କୁ ପ୍ରାର୍ଥୀ କରିଛି। ଗୁଜୁରାଟରୁ, ରାଜୁଭାଇ ଶୁକ୍ଳା, ମୁକେଶଭାଇ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଆସିଲା ଦେବାଶିଷଙ୍କ ପ୍ରଥମ ପ୍ରତିକ୍ରିୟା, ଖୋଲି କହିଦେଲେ….

ଭୁବନେଶ୍ୱର,୪।୬: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ଟିକେଟ ଦେଇଛି ଭାଜପା ।…

ଟିମ ଇଣ୍ଡିଆକୁ ମିଳିବ ନୂଆ ବସ୍‌, ଶ୍ରେୟସ ଆୟାର ହେବେ ଅଧିନାୟକ! IPLରେ ରହିଛନ୍ତି ସୁପରହିଟ

ନୂଆଦିଲ୍ଲୀ,୪।୬: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆକୁ ନୂଆ ବସ୍‌ ମିଳିବାକୁ ଯାଉଛି। ଜୁନ ୨୬ରୁ ଆରମ୍ଭ ହେଉଥିବା ଆୟରଲାଣ୍ଡ ବିପକ୍ଷରେ ଏବଂ ଜୁଲାଇ ୧ରୁ ଆରମ୍ଭ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri