ଚଟ୍ଟୋଗ୍ରାମ୍ (ବାଂଲାଦେଶ), ୮ା୭ (ପି.ଟି.): ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପଦେଶ କ୍ରମେ ଅବସରରୁ ଓହରିଯାଇଛନ୍ତି ବାଂଲାଦେଶର ଷ୍ଟାର କ୍ରିକେଟର ତାମିମ ଇକବାଲ। ୩୪ ବର୍ଷୀୟ ତାମିମ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜରେ ଦଳର ନେତୃତ୍ୱ ନେଉଥିଲେ। ମାତ୍ର ବୁଧବାର ପ୍ରଥମ ମ୍ୟାଚରେ ବାଂଲାଦେଶ ହାରିଯିବାର ଦିନକ ପରେ ସେ ତାଙ୍କର ଅବସର ଘୋଷଣା କରିଥିଲେ। ତାମିମ କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନକୁ ଆମନ୍ତ୍ରଣ କରିଥିଲେ। ସେ ତାଙ୍କ ଉପଦେଶ ଦେଇ ଦେଶ ପାଇଁ ପୁଣି ଖେଳିବା ଲାଗି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭଳି ବ୍ୟକ୍ତି କଥାକୁ ସେ ଭାଙ୍ଗିପାରିବେ ନାହିଁ। ନିଷ୍ପତ୍ତିରୁ ଓହରିଯିବା ପଛରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସଭାପତି ପାପନ ନାଜମୁଲ ହସନ ଏବଂ ମାଶ୍ରାଫି ମୋର୍ତ୍ତାଜାଙ୍କ ଭୂମିକା ରହିଛି।
ନଭେମ୍ବର ୬ରେ କାହିଁକି ଟେଷ୍ଟକୁ ଅଲବିଦା କହିଲେ ଶାମି? ରହିଛି ବଡ଼ କନେକ୍ସନ, ଜାଣନ୍ତୁ କ’ଣ…
ନୂଆଦିଲ୍ଲୀ,୭।୧୧: ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ମହମ୍ମଦ ଶାମି ୬ ନଭେମ୍ବର ୨୦୨୬ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହା ସହ ତାଙ୍କର…
ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୭।୧୧: ୬ ନଭେମ୍ବର ୨୦୨୬ରେ ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ସେ ନିଜ…
ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…
ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…
କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ
ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…
ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି
ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…
ଅଧିକାରୀଙ୍କୁ ପ୍ରାରମ୍ଭିକ ଶିକ୍ଷା
ନିଜ ରାଜ୍ୟ କ୍ୟାଡରରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟଧାରା ଓ ପ୍ରାଥମିକତା ସହ ପରିଚିତ କରାଇବା ପାଇଁ…
କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ
ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…
ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍…
ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍ଡ କପ କ୍ୱାଲିଫାୟର…

