Posted inଖେଳ

ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ

ଅହମ୍ମଦାବାଦ, ୧ା୨ (ପି.ଟି.)-ବରୋଦାକୁ ୭ ଉଇକେଟରେ ପରାସ୍ତ କରି ତାମିଲନାଡୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ୧୮ ଓଭରରେ ୩ ଉଇକେଟ ବିନିମୟରେ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ହରି ନିଶାନ୍ତ ୩୫, ଏନ୍‌. ଜଗଦିଶନ ୧୪, ଅଧିନାୟକ ଦିନେଶ କାର୍ତ୍ତିକ ୨୨ ରନ କରିଥିବାବେଳେ ବାବା ଅପରାଜିତ ୨୯ ଓ ଶାହାରୁଖ ଖାଁ ୧୮ରନ କରି ଅପରାଜିତ ରହିଥିଲେ। ବିପକ୍ଷ ଦଳର ଅତୀତ ସେଠ, ଲୁକ୍‌ମାନ ମେରିଓ୍ବାଲା ଓ ବାବାଶାଫି ପଠାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପୂର୍ବରୁ ବାମହାତୀ ସ୍ପିନର ଏମ୍‌. ସିଦ୍ଧାର୍ଥ (୪/୨୦)ଙ୍କ ଯୋଗୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବରୋଦା ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୨୦ରନ କରିବାରେ ସକ୍ଷମ ହୋଇପାରିଥିଲା। ଦଳ ଏକଦା ୩୬ ରନରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ୭ମ ଉଇକେଟରେ ବିଷ୍ଣୁ ସୋଲାଙ୍କି (୫୫ବଲ୍‌ରୁ ୪୯ରନ, ୧ ଚୌକା ଓ ୨ ଛକା) ଏବଂ ଅତୀତ ସେଠ୍‌ (୩୦ବଲରୁ ୨୯ରନ, ୨ ଚୌକା ଓ ୧ ଛକା)ଙ୍କ ମଧ୍ୟରେ ୫୮ରନର ଭାଗୀଦାରି ଯୋଗୁ ବରୋଦା ୩ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଫର୍ମରେ ଥିବା କେଦାର ଦେବଧର ମାତ୍ର ୧୬ ରନ କରିଥିଲେ। ଭାର୍ଗବ ଭଟ୍ଟ ୧୨ ରନ କରି ଅପରାଜିତ ରହିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ।
ସଂକ୍ଷିପ୍ତ ସ୍କୋର
ବରୋଦା : ୨୦ ଓଭରରେ ୧୨୦/୯ (ସୋଲାଙ୍କି-୪୯, ଅତୀତ ସେଠ୍‌-୨୯; ସିଦ୍ଧାର୍ଥ-୪/୨୦)।
ତାମିଲନାଡୁ: ୧୮ ଓଭରରେ ୧୨୩/୩ ( ନିଶାନ୍ତ-୩୫, ବାବା ଅପରାଜିତ-୨୯*, ଦୀନେଶ କାର୍ତ୍ତିକ-୨୨, ଶାହାରୁଖ ଖାଁ-୧୮*, ଅତୀତ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri