Posted inଖେଳ

ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ

ଅହମ୍ମଦାବାଦ, ୧ା୨ (ପି.ଟି.)-ବରୋଦାକୁ ୭ ଉଇକେଟରେ ପରାସ୍ତ କରି ତାମିଲନାଡୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛି। ବରୋଦା ଦ୍ୱାରା ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ୧୮ ଓଭରରେ ୩ ଉଇକେଟ ବିନିମୟରେ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ହରି ନିଶାନ୍ତ ୩୫, ଏନ୍‌. ଜଗଦିଶନ ୧୪, ଅଧିନାୟକ ଦିନେଶ କାର୍ତ୍ତିକ ୨୨ ରନ କରିଥିବାବେଳେ ବାବା ଅପରାଜିତ ୨୯ ଓ ଶାହାରୁଖ ଖାଁ ୧୮ରନ କରି ଅପରାଜିତ ରହିଥିଲେ। ବିପକ୍ଷ ଦଳର ଅତୀତ ସେଠ, ଲୁକ୍‌ମାନ ମେରିଓ୍ବାଲା ଓ ବାବାଶାଫି ପଠାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପୂର୍ବରୁ ବାମହାତୀ ସ୍ପିନର ଏମ୍‌. ସିଦ୍ଧାର୍ଥ (୪/୨୦)ଙ୍କ ଯୋଗୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବରୋଦା ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୨୦ରନ କରିବାରେ ସକ୍ଷମ ହୋଇପାରିଥିଲା। ଦଳ ଏକଦା ୩୬ ରନରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ୭ମ ଉଇକେଟରେ ବିଷ୍ଣୁ ସୋଲାଙ୍କି (୫୫ବଲ୍‌ରୁ ୪୯ରନ, ୧ ଚୌକା ଓ ୨ ଛକା) ଏବଂ ଅତୀତ ସେଠ୍‌ (୩୦ବଲରୁ ୨୯ରନ, ୨ ଚୌକା ଓ ୧ ଛକା)ଙ୍କ ମଧ୍ୟରେ ୫୮ରନର ଭାଗୀଦାରି ଯୋଗୁ ବରୋଦା ୩ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଫର୍ମରେ ଥିବା କେଦାର ଦେବଧର ମାତ୍ର ୧୬ ରନ କରିଥିଲେ। ଭାର୍ଗବ ଭଟ୍ଟ ୧୨ ରନ କରି ଅପରାଜିତ ରହିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ।
ସଂକ୍ଷିପ୍ତ ସ୍କୋର
ବରୋଦା : ୨୦ ଓଭରରେ ୧୨୦/୯ (ସୋଲାଙ୍କି-୪୯, ଅତୀତ ସେଠ୍‌-୨୯; ସିଦ୍ଧାର୍ଥ-୪/୨୦)।
ତାମିଲନାଡୁ: ୧୮ ଓଭରରେ ୧୨୩/୩ ( ନିଶାନ୍ତ-୩୫, ବାବା ଅପରାଜିତ-୨୯*, ଦୀନେଶ କାର୍ତ୍ତିକ-୨୨, ଶାହାରୁଖ ଖାଁ-୧୮*, ଅତୀତ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାଦ ମଧ୍ୟରେ ଲୁଚି ଲୁଚି ବିବାହ କଲେ RCB ବୋଲର ୟଶ ଦୟାଲ୍

ନୂଆଦିଲ୍ଲୀ,୧୫ା୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଦ୍ରୁତ ବୋଲର ୟଶ ଦୟାଲ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯୌନ ନିର୍ଯାତନା ଭଳି ଗମ୍ଭୀର…

ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟରଙ୍କୁ ସର୍ବଶ୍ରେଷ୍ଠ ଟି-୨୦ ଓପନର ବାଛିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୫।୩: କିଏ ସର୍ବଶ୍ରେଷ୍ଠ ଟି-୨୦ ଓପନର ? ଏନେଇ ଏକ ଚମକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି…

କେମିତି ଫେରିଲେ ସଞ୍ଜୁ ସାମସନ, ଜିମରେ ଗୁପ୍ତ କଥାବାର୍ତ୍ତାର ଗୁମର ଖୋଲିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୫।୩: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସଞ୍ଜୁ ସାମସନଙ୍କୁ ପ୍ରଶଂସା କରିଛନ୍ତି। ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯେତେବେଳେ ସଞ୍ଜୁ ସାମସନ ଫର୍ମରେ ଥାଆନ୍ତି,…

ବାଜିଲା ମୋହର: ବାପା ହେବାକୁ ଯାଉଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପତ୍ନୀ ଦେବିଶାଙ୍କ…

ନୂଆଦିଲ୍ଲୀ,୧୫।୩: ଭାରତୀୟ ଟି-୨୦ ଦଳର ଅଧିନାୟକ ତଥା ବିଶ୍ୱକପ ବିଜୟୀ ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ଖୁବଶୀଘ୍ର ସୂର୍ଯ୍ୟକୁମାର ବାପା ହେବାକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୫।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri