ପୋଲିସ କବ୍‌ଜାରେ ତାମିଲନାଡୁ ଚୋର ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ):ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ୩ ମାସ ଧରି ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ତାମିଲନାଡୁ ତିରୁପତୁର ଜିଲାର କେ. ବାଲାଜି,ଏନ. ମୁରଗାନ ଏବଂ ଡି. ଗୋବିନ୍ଦନ। ସେମାନଙ୍କଠାରୁ ୪ଟି ଲାପ୍‌ଟପ, ୭ ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ଜବତ ହୋଇଛି। ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନେ ସାଧାରଣତଃ ନକଲି ମୂକ-ବଧିର ସାର୍ଟିଫିକେଟ ହାତରେ ଧରି ଘର, ହଷ୍ଟେଲ, ମେସ୍‌ ଆଦି ବୁଲି ବୁଲି ସହାୟତା ମାଗିବା ବାହାନାରେ ଯାହା ପାରୁଥିଲେ ଚୋରି କରି ଚମ୍ପଟ ମାରୁଥିଲେ। ବିଶେଷକରି ଟଙ୍କା, ସୁନା, ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌କୁ ଅଧିକ ଟାର୍ଗେଟ କରୁଥିଲେ। ଧରା ନ ପଡ଼ିବା ଲାଗି ଛୋଟ ହୋଟେଲରେ ରହିବା ସହ ଏପରି ଅଭିନବ ଉପାୟରେ ଚୋରି କରିବା ପରେ ଅନ୍ୟ ଅଞ୍ଚଳରେ ଥିବା ହୋଟେଲକୁ ପଳାଉଥିଲେ। ଚମ୍ପଟ ମାରିବାବେଳେ ଯଦି କାହା ହାବୁଡ଼ରେ ପଡିଯାଆନ୍ତି, ତେବେ ସେମାନେ ହାତରେ ଧରିଥିବା ମୁକ ବଧିର ସାର୍ଟିଫିକେଟ ଦେଖାଇ ଭିକ ମାଗିବାକୁ ଆସିଥିବା ଦର୍ଶାଇ ଖସି ଯାଅନ୍ତି। ତେବେ ଅଧିକାଂଶ ସମୟରେ ଏମାନେ ସକାଳ ସମୟରେ ଖୋଲା ଥିବା ଘର ଓ ମର୍ନିଂ ଓ୍ବାକ୍‌ରେ ଯାଉଥିବା ଲୋକଙ୍କ ଘରକୁ ଟାର୍ଗେଟ କରିଥାନ୍ତି। ଚୋରି ଜିନିଷ ଅଧିକ ହେବା ପରେ ଟ୍ରେନ ମାଧ୍ୟମରେ ତାହାକୁ ତାମିଲନାଡୁ ପଠାଇଦିଅନ୍ତି। ଏହାପରେ ସେଠାରେ ଥିବା ଅନ୍ୟ ଗ୍ୟାଙ୍ଗ୍‌ର ସଦସ୍ୟମାନେ ସ୍ଥାନୀୟ ବଜାରରେ ଥିବା ଲୋକଙ୍କୁ କମ୍‌ ଟଙ୍କାରେ ବିକ୍ରି କରିଦିଅନ୍ତି। ସେହିପରି ଅଭିଯୁକ୍ତମାନେ ସ୍କୁଲ, କଲେଜକୁ ଯାଇ ପିଲାମାନଙ୍କୁ ଟଙ୍କା ମାଗୁଥିଲେ। ଯଦି କେହି ଦେଉ ନ ଥିଲେ ତା’ହେଲେ ମୂକ-ବଧୁର ସାର୍ଟିଫିକେଟ ଦେଖାଇ ଅପରେଶନ ହେବ କହି ଟଙ୍କା ଆଦାୟ କରୁଥିଲେ। କୌଣସି କେସ୍‌ ହିଷ୍ଟ୍ରି ନ ଥିବାରୁ ପୋଲିସ ଏମାନଙ୍କୁ ଧରିବା କଷ୍ଟକର ହେଉଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଚଢାଉ ଜାରି ରଖିଛି। କଟକ-ଭୁବନେଶ୍ୱରରେ ମୋଟ ୧୨ଟି ମାମଲାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ କାର କାଚ ଭାଙ୍ଗି ଚୋରି ଓ ଲୁଟ୍‌ପାଟ କରୁଥିବା ତାମିଲନାଡୁର ଏକ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ ଲାଇଭ୍‌ରେ ସମଲେଇଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ସମ୍ବଲପୁର,୨୩।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ  ନୂଆ ଖାଇବା ପରେ ବିଭନ୍ନ ଦେବୀଦେବଙ୍କୁ ଲୋକେ ଦର୍ଶନ କରିଥାନ୍ତି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ...

ଓଡ଼ିଶୀ ସଙ୍ଗୀତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଉତ୍କର୍ଷ’ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୭ (ବ୍ୟୁରୋ): ଓଡ଼ିଶୀ ସଙ୍ଗୀତ ଓଡ଼ିଶାର ପରିଚୟ। ଶ୍ରୀଜଗନ୍ନାଥ ମନ୍ଦିର ସେବାରେ ମଧ୍ୟ ଓଡ଼ିଶୀ ସଙ୍ଗୀତର ବିଶେଷ ଯୋଗଦାନ ରହିଛି। ଓଡ଼ିଶାର ଏହି ଉତ୍କୃଷ୍ଟ କଳାର...

କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା,...

ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ

ପିପିଲି, ୯ା୫(ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ ରାସ୍ତା ଆର୍‌ଡି ବିଭାଗ ଅଧୀନ ୫ କିଲୋମିଟର ନିର୍ମାଣ କରାଯାଉଛି।...

ଦୟନୀୟ ଅବସ୍ଥାରେ ଅସହାୟ ଦମ୍ପତି

ଭୋଗରାଇ, ୧୧।୧(ଡି.ଏନ.ଏ.) ତିନି ଓଳି ପେଟପୁରା ଖାଇବାକୁ ଦାନା ନାହିଁ, ଖଣ୍ଡେ ଭଲ ପିନ୍ଧିବା ପାଇଁ ବସ୍ତ୍ର ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ...

ସ୍ନାନଯାତ୍ରା ବ୍ୟବସ୍ଥାବଳୀ ଉଲ୍ଲଂଘନ: ପୁରୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ ଅଫିସ,୨୫।୬: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନମଣ୍ଡପରେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ସେବାୟତ ଏବଂ ଅନ୍ୟମାନଙ୍କ...

ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ନିଜ୍ଜାମୁଦ୍ଦୀନ ଫେରନ୍ତା ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ୧୦୪ କୁ ତୁରନ୍ତ କଲ୍ କରନ୍ତୁ, ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ

ଭୁବନେଶ୍ୱର, ୪। ୪(ବ୍ୟୁରୋ ): କରୋନା ମହାମାରୀ ସହ ମୁକାବିଲା କରିବାକୁ ହେଲେ ସଚେତନ ହେବା ଜରୁରୀ l ଏହାର ସଂକ୍ରମଣ କୁ ରୋକିବା ଦିଗରେ...

Advertisement
Archives

Model This Week