Posted inଜାତୀୟ

ହିନ୍ଦୀକୁ ତାମିଲନାଡୁ ଭାଜପାର ବିରୋଧ

ଚେନ୍ନାଇ,୧୪।୪ : ହିନ୍ଦୀ ଭାଷାକୁ ବଳପୂର୍ବକ ଲଦିଦେବା ଉଦ୍ୟମକୁ ତାମିଲନାଡୁ ଭାଜପା ବିରୋଧ କରେ ବୋଲି ଏହାର ସଭାପତି କେ. ଆନ୍ନାମଲାଇ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ହିନ୍ଦୀ ଭାଷାକୁ ଇଂଲିଶର ବିକଳ୍ପ କରାଯିବା ଉଚିତ ବୋଲି କହିବା ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସରକାର ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀକୁ ଜବରଦସ୍ତ ଲଦିଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅଧିକାଂଶ ଅଣହିନ୍ଦୀ ରାଜ୍ୟ ଏବଂ ବିରୋଧୀ ଦଳ ଶାହାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ଏପରିକି ତାମିଲନାଡୁରେ ଶାହାଙ୍କ ନିଜ ଦଳ ମଧ୍ୟ ହିନ୍ଦୀ ଭାଷାକୁ ବଳପୂର୍ବକ ଲାଗୁ କରିବା ସପକ୍ଷରେ ନ ଥିବା କହିଛି। ଏହାକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ତାମିଲନାଡୁ ଭାଜପା ମୁଖ୍ୟ ଆନ୍ନାମଲାଇ କହିଛନ୍ତି। ହିନ୍ଦୀକୁ ତୃତୀୟ ଭାଷା ଭାବେ ପଢ଼ାଯିବା ଆବଶ୍ୟକ ବୋଲି କଂଗ୍ରେସ ୧୯୬୫ ଏବଂ ୧୯୮୬ରେ ଆଇନ ଆଣିଥିଲା। ଦ୍ୱିତୀୟ ଜାତୀୟ ଶିକ୍ଷାନୀତିରେ ହିନ୍ଦୀକୁ ଜବରଦସ୍ତ ଲଦିଦେବା ପାଇଁ ଉଦ୍ୟମ ହୋଇଥିଲା ବୋଲି ଆନ୍ନାମଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ୧୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୧।୫: ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ୧୦ ଟଙ୍କିଆ ନୋଟ। ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ୧୦ଟଙ୍କିଆ ନୋଟ ଜାରି କରାଯିବ...

ପରିବେଶ ସୁରକ୍ଷା ପାଇଁ ନିଜ ଗୋତ୍ରର ନାଁ ବଦଳାଉଛନ୍ତି ଲୋକେ

ବସ୍ତର,୧୩।୭: ଛତିଶଗଡ଼ ବସ୍ତରର ଆଦିବାସୀମାନେ ଏବେ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ଆଣାଇଛନ୍ତି। ଏମାନେ ବିଭିନ୍ନ ବୃକ୍ଷ ଓ ପଶୁପକ୍ଷୀଙ୍କ ନାଁ ଅନୁଯାୟୀ...

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।...

ବିପଦ ଉପରେ ବିପଦ: ତଉକ୍‌ତାଏ ପରେ ଏବେ ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ବିପଦ ଉପରେ ବିପଦ ମାଡ଼ି ଆସୁଛି। ସମ୍ପ୍ରତି ବାତ୍ୟା ତଉକ୍‌ତାଏ ଯୋଗୁ ଗୁଜରାଟ,କରେଳ,...

ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୨ ।୧୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି...

ବଢିଲା ବାୟୁସେନାର ଶକ୍ତି

ଝାନ୍‌ସୀ,୧୯ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଦ୍ୱାରା ନିର୍ମିତ ହାଲୁକା କମ୍ବାକ୍ଟ ହେଲିକପ୍ଟର ପ୍ରଦାନ କରିଛନ୍ତି । ଡିଆରଡିଓ...

ବିବାଦୀୟ କୁର୍ଲିସ କ୍ଲବ ଉପରେ ଚଢିଲା ବୁଲ୍‌ଡୋଜର

ପାଣାଜୀ,୯।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାର ଶୁକ୍ରବାର ବଡ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ...

ଭଗବାନ-ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା, ମନ୍ଦିରରେ କୀର୍ତ୍ତନ କରିବାରୁ ବାସନ୍ଦ…

ଜୟପୁର,୨୦।୧୦ : ରାଜସ୍ଥାନର ଝାଲାୱାଡ ଜିଲାରେ କେତେକ ଲୋକ ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣିଛନ୍ତି। ଏଠାରେ ଏକ ଗ୍ରାମରେ ଥିବା ମନ୍ଦିରରେ...

Advertisement
Archives

Model This Week