Posted inଜାତୀୟ

ତାମିଲ ଈଶ୍ୱରଙ୍କ ଭାଷା: ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ, ୧୪।୯: ତାମିଲ ଈଶ୍ୱରଙ୍କ ଭାଷା। ଅଝଓ୍ବର ଏବଂ ନୟନମାରଙ୍କ ଭଳି ସନ୍ଥ ଲେଖିଥିବା ତାମିଲ ମନ୍ତ୍ର ଦେଶର ମନ୍ଦିରଗୁଡ଼ିକରେ ଆବୃତ୍ତି ହେବା ଆବଶ୍ୟକ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ସଂସ୍କୃତ ଭଗବାନଙ୍କ ଭାଷା ବୋଲି ବିଶ୍ୱାସ ରହିଆସିଥିବା ଜଷ୍ଟିସ୍‌ ଏନ୍‌. କିରୁବାକରନ ଏବଂ ବି. ପୁଗାଲେନ୍ଧିଙ୍କ ଖଣ୍ଡପୀଠ ନିକଟରେ ଏକ ରାୟ ଦେବା ଅବସରରେ କହିଥିଲେ। ବିଭିନ୍ନ ଦେଶ ଓ ଧର୍ମରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି। ସଂସ୍କୃତି ଓ ଧର୍ମକୁ ନେଇ ଉପାସନାସ୍ଥଳ ଅଲଗା ହୋଇଥାଏ। ସେହିସବୁ ସ୍ଥାନରେ ଆରାଧନା ପାଇଁ ସ୍ଥାନୀୟ ଭାଷାକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଆମ ଦେଶରେ କେବଳ ସଂସ୍କୃତକୁ ଦେବଭାଷା କୁହାଯାଉଥିବାବେଳେ ଅନ୍ୟ କୌଣସି ଭାଷାକୁ ଏହାର ସମତୁଲ ବୋଲି ବିଶ୍ୱାସ କରାଯାଉନାହିଁ। ଅବଶ୍ୟ ସଂସ୍କୃତ ଏକ ପୁରାତନ ଭାଷା ଓ ଅନେକ ବୃହତ୍‌ ଗ୍ରନ୍ଥ ଏହି ଭାଷାରେ ଲେଖାଯାଇଛି। କେବଳ ସଂସ୍କୃତ ବେଦ ଆବୃତ୍ତି କଲେ ଭଗବାନ ଭକ୍ତମାନଙ୍କ ପ୍ରାର୍ଥନା ଶୁଣିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଦିଆଯାଇଥିବା ଖଣ୍ଡପୀଠ କହିଛନ୍ତି। ଥିରୁମୁରାଇକାଲ, ତାମିଲ ଶୈବ ମନ୍ତ୍ର ଏବଂ ସନ୍ଥ ଅମରାବତୀ ଆତ୍ରଙ୍ଗରାଇ କାରୁରାରଙ୍କ ସଙ୍ଗୀତ ମନ୍ଦିରଗୁଡ଼ିକରେ ଆବୃତ୍ତି ପାଇଁ ସରକାରୀ କର୍ତ୍ତୃପକ୍ଷ, ହିନ୍ଦୁଧର୍ମ ଏବଂ ଦାତବ୍ୟ ଏଣ୍ଡାଓମେଣ୍ଟ କମିଶନରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କାରୁର ଜିଲାର ଏକ ମନ୍ଦିର ତରଫରୁ ହାଇକୋର୍ଟରେ ପିଟିଶନ ଦାଏର ହୋଇଥିଲା। ତାମିଲ କେବଳ ପୁରାତନ ଭାଷା ନୁହେ, ଏହା ମଧ୍ୟ ଦେବଭାଷା। ଭଗବାନ ଶିବ ତାଣ୍ଡବ ନୃତ୍ୟ କଲାବେଳେ ତାଙ୍କ ଡମ୍ବରୁ ଖସିପଡ଼ି ତାମିଲ ଭାଷା ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ। ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ ଭଗବାନ ମୁରୁଗା ତାମିଲ ଭାଷା ସୃଷ୍ଟି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

କୋରାପୁଟ,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri