ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର,୮।୧(ବ୍ୟୁରୋ): ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଆକାଶ ଷଡ଼ଙ୍ଗୀ, ବଳିଆ ଓରଫ ବଳରାମ ରାଉତରାୟ ଓ ମୃତ୍ୟୁଞ୍ଜୟ ସେଠୀଙ୍କୁ ଗୁରୁବାର ୪ ଦିନିଆ ରିମାଣ୍ଡରେ ଆଣିଛି। ଏମାନଙ୍କୁ ତଡିପାର କରାଯାଇଥିଲେ ମଧ୍ୟ ସେମାନେ ରାଜଧାନୀରେ ରହି ଦୁଇଟି ଗୁଳିକାଣ୍ଡ ଘଟାଇଥିଲେ। ତେବେ ଗୁଳିକାଣ୍ଡ ପାଇଁ ସେମାନଙ୍କୁ କିଏ ସୁପାରି ଦେଇଥିଲା ଓ ସେମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଅଭିଯୁକ୍ତଙ୍କଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ। ସୂଚନାଯୋଗ୍ୟ, ଅଭିଯୁକ୍ତମାନେ ଡିସେମ୍ବର ୨୯ରେ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଗୁଳିକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା ସମୟରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପରିଚୟ ପାଇବା ସହ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାର କେ-୪ରେ ଡିସେମ୍ବର ୧୧ ହୋଇଥିବା ଆଉଏକ ଗୁଳିକାଣ୍ଡରେ ମଧ୍ୟ ସେମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଥିଲା। ତେବେ ପୋଲିସ ଏନ୍‌କାଉଣ୍ଟର ଭୟରେ ଅଭିଯୁକ୍ତମାନେ ୫ ତାରିଖରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତେବେ ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ ସେମାନଙ୍କୁ ପଚରାଉଚରା ପାଇଁ ପୋଲିସ କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା। ଏହାପରେ ସେମାନଙ୍କୁ ଖଣ୍ଡଗିରି ପୋଲିସ ରିମାଣ୍ଡରେ ନେଇପାରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡିଆନ୍‌

ଭୁବନେଶ୍ୱର, ୧୧।୫(ଅନିଲ ଦାସ): ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳର ନିର୍ବାଚନ ଇସ୍ତାହାର ସମ୍ପର୍କରେ ଯୁବପିଢ଼ିଙ୍କୁ ସୂଚନା ଦେଇ ଭୋଟ...

ଧର୍ମେନ୍ଦ୍ର ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଲେନିନ୍‌

ସମ୍ବଲପୁର,୧୧ା୫(ପ୍ରମୋଦ ବହିଦାର): ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

ଓଡ଼ିଶାରେ ଆସିବ ଟର୍ନିଂ ପଏଣ୍ଟ: ମୋଦି

ଓଡ଼ିଶାରେ ଓଡ଼ିଆ ଅସ୍ମିତା ପ୍ରତି ବିପଦ ଦେଖାଦେଇଛି। ଏଠାରେ ରାଜା ମହାରାଜା ବେଳର ସ୍ଥିତି ବଳବତ୍ତର ରହିଛି। ତେଣୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଚଳିତ ନିର୍ବାଚନରେ...

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri