ଫୋନ୍‌ରେ କଥା ହୋଇ ଖୋଲୁଥିଲେ ଗାଡ଼ି ତାଲା

କଟକ,୨ା୧୧ (କାର୍ତ୍ତିକ ସାହୁ)ସିଡିଏ ଫେଜ୍‌-୨ ଓ କଟକ ସଦର ଥାନା ଅଞ୍ଚଳରୁ ବାଇକ୍‌ ଚୋରି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧୫ଟି ବାଇକ୍‌ ଜବତ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ମୋବାଇଲ୍‌ରେ କଥା ହେବା ବାହାନାରେ ମାଷ୍ଟର କି’ ଦ୍ୱାରା ବାଇକ୍‌ ତାଲା ଭାଙ୍ଗୁଥିଲେ ବୋଲି ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ସିଡିଏ ଫେଜ୍‌-୨ ଥାନା ପୋଲିସ ବାଇକ ଚୋରି ମାମଲାର ତଦନ୍ତ କରି ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଫଲାବଜାରର ଆକାଶ ନରେନ୍ଦ୍ର, ତଳ ତେଲେଙ୍ଗାବଜାରର ସୁକୁଲ ଖାନ୍‌, ସାନଖଇରାର ଚିନ୍ନାରି ହରିକ୍ରିଷ୍ଣ, ଭୁବନେଶ୍ୱର ଶିଖରଚଣ୍ଡିର ଜାହାଙ୍ଗୀର ମଲ୍ଲିକ ଓ ସେକ୍‌ ଅମଜାଦ। ସେମାନଙ୍କ ନିକଟରୁ ୧୦ଟି ବାଇକ ଓ ଗୋଟିଏ ବାଇକ୍‌ର ଇଞ୍ଜିନ ସହ ଅଂଶବିଶେଷ ଜବତ କରାଯାଇଛି। ଗତ ୨୯ ତାରିଖ ରାତିରେ ସିଡିଏ ସେକ୍ଟର-୧୦ ଅଞ୍ଚଳର ଜ୍ୟୋତି ରଞ୍ଜନ ମହାନ୍ତି (୪୩) ନିକଟସ୍ଥ ତାଙ୍କ ଅଙ୍କଲଙ୍କ ଘରକୁ ଯାଇଥିଲେ। ଘର ସମ୍ମୁଖରେ ତାଙ୍କ ବାଇକ ରଖି ଭିତରକୁ ଯାଇଥିଲେ। ସେଠାରୁ ଫେରିବା ପରେ ବାଇକ୍‌ ନ ଥିଲା। ବହୁ ଖୋଜାଖୋଜି କରି ନ ପାଇବାରୁ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୧୩୩/୨୩) ରୁଜୁ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଉକ୍ତ ଦିନ ସନ୍ଧ୍ୟା ୭ଟାରେ ମୁଖ୍ୟ ଅଭିଯୁକ୍ତ ଆକାଶ ନରେନ୍ଦ୍ର ଜଣେ ସହଯୋଗୀଙ୍କ ସହିତ ବାଇକରେ ବସି ସିଡିଏ ସେକ୍ଟର-୧୦ ପେଟ୍ରୋଲ ପମ୍ପ ଗଳିରେ ପ୍ରବେଶ କରିଥିଲେ। ରାସ୍ତାରେ ଯାଉଥିବାବେଳେ ଅଭିଯୋଗକାରୀଙ୍କ ବାଇକ ଘର ସାମ୍ନାରେ ଥିବା ଦେଖିଥିଲେ। ମୋବାଇଲରେ କଲ୍‌ ଆସୁଥିବା ଭଳି ଅଭିନୟ କରି ସେ ଉକ୍ତ ବାଇକ ନିକଟରେ ପହଞ୍ଚିଥିଲେ। ପରେ ସାଙ୍ଗରେ ନେଇଥିବା ମାଷ୍ଟର କି’ ସାହାଯ୍ୟରେ ଉକ୍ତ ବାଇକର ଚାବି ଖୋଲି ନେଇଯାଇଥିଲେ। ଗତ ୧୪ ତାରିଖରେ ସିଡିଏ ସେକ୍ଟର-୧୦ ଫୁଡ୍‌ କୋର୍ଟ ରେଷ୍ଟୁରାଣ୍ଟ ସମ୍ମୁଖରୁ, ୧୫ ତାରିଖରେ ସିଡିଏ ସେକ୍ଟର-୧୧ରୁ ଏବଂ ଚାଉଳିଆଗଞ୍ଜ, ମର୍କତନଗର, ବିଡ଼ାନାସୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବାଇକ୍‌ ପୋଲିସ ଜବତ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଆକାଶଙ୍କୁ ବାଇକ ଚୋରି ଓ ବିକ୍ରି କରିବାରେ ସାହାଯ୍ୟ କରୁଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିଲା। ଆକାଶଙ୍କ ନାମରେ ସିଡିଏ ଫେଜ-୨, ବିଡ଼ାନାସୀ, ଚାଉଳିଆଗଞ୍ଜ ଓ ମର୍କତନଗର ଥାନାରେ ୯ଟି ମାମଲା ରହିଛି।
ସେହିପରି ବାଇକ ଚୋରି ମାମଲାରେ କଟକ ସଦର ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁର ଅଞ୍ଚଳର ସେକ୍‌ ଫଇଜାନ ଓ ବାରଙ୍ଗ ଗୋଡ଼ିସାହି ଅଞ୍ଚଳର ବଳରାମ ଓଝା। ସେମାନଙ୍କଠାରୁ ୫ଟି ବାଇକ ଜବତ କରାଯାଇଛି। ସୁତାହାଟରେ ରହୁଥିବା ନସିମ୍‌ ଉଦ୍ଦିନ ଖାନ୍‌(୪୧) ଗତ ୧୪ ତାରିଖରେ ଭାଣପୁର ସୁନି ମସ୍‌ଜିଦ ନିକଟରେ ବାଇକ ରଖି ଭିତରେ ନମାଜ ପାଠ କରୁଥିଲେ। ସେଠାରୁ ଫେରିବା ପରେ ବାଇକ୍‌ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୫୯୬/୨୩) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କ ନାମରେ ଲାଲବାଗ, ମର୍କତନଗର, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ସଦର, ବାରଙ୍ଗ ଥାନାରେ ୧୦ଟି ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?