ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍‌ରେ ଯୁବକଙ୍କୁ ୨ ଡୋଜ୍‌ ଟିକା ଦେଲେ ନର୍ସିଂ ଷ୍ଟାଫ୍‌…

ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍‌ ନଷ୍ଟ ହେବା ଏବଂ ଟିକାଦାନରେ ଅବହେଳା କରାଯାଉଥିବା କେତେକ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଲଳିତପୁରରେ ଜଣେ ଯୁବକଙ୍କୁ ୫ ମିନିଟ୍‌ ମଧ୍ୟରେ ଟିକାର ୨ଟି ଡୋଜ୍‌ ଦିଆଯାଇଛି। ନର୍ସିଂ ଷ୍ଟାଫ୍‌ ନିଜ ନିଜ ମଧ୍ୟରେ ଗପୁଗପୁ ଅନ୍ୟମନସ୍କରେ ଏଭଳି କରିଛନ୍ତି। ଯୁବକଙ୍କୁ ୨ ଡୋଜ୍‌ ଟିକା ଦିଆଯିବା ସମ୍ପର୍କରେ ନର୍ସିଂ ଷ୍ଟାପ୍‌ ଜାଣିଥିଲେ ମଧ୍ୟ ଯୁବକ ଜାଣି ନ ଥିଲେ। ଫଳରେ ସମ୍ପୃକ୍ତ ଯୁବକ ଘରକୁ ଫେରି ଗୁରୁତର ହୋଇପଡ଼ିଛନ୍ତି। ରାଓ୍ବରପୁରା ଟିକାଦାନ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ସମ୍ପର୍କରେ ସିଏମ୍‌ଓଙ୍କୁ ଅବଗତ କରାଯିବା ସହିତ ଏହାର ଯାଞ୍ଚ୍‌ ଜାରି ରହିଛି। ସମ୍ପୃକ୍ତ ନର୍ସିଂ ଷ୍ଟାଫ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯିବ ବୋଲି ସିଏମ୍‌ଓ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।...

ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍‌ରେ ନାଚିଲେ ଡ୍ୟାନ୍ସର

ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ...

ମୋଦିଙ୍କୁ ଭେଟିବେ ଦିଦି!

କୋଲକାତା,୧୫ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୨୫ରେ ଦିଲ୍ଲୀ ଗସ୍ତ କରିପାରନ୍ତି । ସେ କହିଛନ୍ତି ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ...

ଟେକାମାଡ଼ରେ ଟ୍ରକ୍‌ ଡ୍ରାଇଭର ମୃତ

ଶ୍ରୀନଗର,୨୬ା୮(ପି.ଟି.): ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲା ଜରାଦିପୋରା ଉରାନହାଲ୍‌ ଅଞ୍ଚଳରେ ରବିବାର ରାତିରେ ଟେକାମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ନୁର...

ଫଳରେ ରାସାୟନିକ ବ୍ୟବହାର ଗ୍ରାହକଙ୍କୁ ବିଷ ଦେବା ସଦୃଶ

ନୂଆଦିଲ୍ଲୀ,୩୧-୧(ପି.ଟି.):ଫଳ ପଚାଇବା ପାଇଁ ସେଥିରେ ରାସାୟନିକ ପ୍ରୟୋଗ କରିବା ଗ୍ରାହକଙ୍କୁ ବିଷ ଦେବା ସହ ସମାନ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କ’ଣ ପାଇଁ ସେମାନଙ୍କ...

କରୋନା ପ୍ରଭାବ: ମାସ୍କ୍‌, ସାନିଟାଇଜର ଦାମରେ ୧୦ଗୁଣା ବୃଦ୍ଧି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହା...

ରାଜଧାନୀରେ କରୋନାର ଭୟାବହତା: କେବଳ ଏପ୍ରିଲରେ ୯,୪୦୦ ଲୋକଙ୍କ ସରିଲାଣି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୧।୫: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଆତଙ୍କ ଦେଖିବାକୁ ମିଳିଛି। କେବଳ ଏପ୍ରିଲ ମାସରେ ରାଜଧାନୀ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ପରିଚାଳିତ ୨୮ କୋଭିଡ୍‌...

ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ପରିବର୍ତ୍ତନ ସମ୍ଭବ: ଶାହା

କୋଲକାତା,୫ ।୧୧: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ବାଙ୍କୁଡାରେ ଆୟୋଜିତ ଏକ ରାଲିରେ ସମ୍ବୋଧନ ଦେଇଛନ୍ତି ।...

Advertisement
Archives

Model This Week