Posted inଫୁରସତ

ଟେଡି ବିୟରର କଥା

ଭାଲେଣ୍ଟାଇନ୍‌ ଉଇକ୍‌ର ଚତୁର୍ଥ ଦିନକୁ ଟେଡି ଡେ’ ଭାବରେ ପାଳନ କରାଯାଏ। ଏହିଦିନ ମନର ମଣିଷକୁ ହୃଦୟ କଥା ଜଣାଇବା ଲାଗି କ୍ୟୁଟ୍‌ ଟେଡି ବିୟର୍‌ ଉପହାରସ୍ବରୂପ ପ୍ରଦାନ କରାଯାଏ। ତେବେ ଜାଣନ୍ତି କି ଏହି ସଫ୍ଟ ଓ କ୍ୟୁଟ ଟେଡି ବିୟର୍‌କୁ ପ୍ରଥମେ କିଏ, କେମିତି ଓ କେଉଁ ଉଦ୍ଦେଶ୍ୟରେ ତିଆରି କରିଥିଲେ? ଆଉ ତା’କୁ ନେଇ ଦିବସଟି କେବେଠୁ ପାଳିତ ହେଉଛି? ଜାଣନ୍ତୁ ସେ ସମ୍ପର୍କରେ…

ଟେଡି ଡେ’ ସେଲିବ୍ରେଶନ୍‌ ଆମେରିକାର ୨୬ତମ ରାଷ୍ଟ୍ରପତି ଥିଓଡୋର ରୁଜ୍‌ଭେଲ୍ଟଙ୍କ ସହ ଜଡିତ ଏକ କାହାଣୀ ବହୁତ ପ୍ରସିଦ୍ଧ ଅଟେ। ୧୯୦୨ ନଭେମ୍ବର ୧୪ର କଥା। ରୁଜଭେଲ୍ଟ ମିସିସିପି ଯାଇଥାନ୍ତି ଶିକାର କରିବା ଲାଗି। ସେଠି ତାଙ୍କର ସହଯୋଗୀ ହୋଲ୍ଟ କୋଲିର୍‌ ରୁଜଭେଲ୍ଟଙ୍କ କାମ ସହଜ କରିବା ଲାଗି ଏକ କଳା ଭାଲୁକୁ ଆଣି ଗଛରେ ବାନ୍ଧିଦେଲେ। ହେଲେ ରୁଜଭେଲ୍ଟ ଯେବେ ଛଟପଟ ହେଉଥିବା ଭାଲୁକୁ ଦେଖିଲେ ମନରେ ତା’ ପ୍ରତି ଦୟା ଭାବ ଜାଗ୍ରତ ହେଲା। ଆଉ ତାକୁ ଶିକାର କରିବାକୁ ମନ ହେଲା ନାହିଁ। ତେଣୁ ପ୍ରାଣୀଙ୍କୁ ମାରିବା ଆଇନତଃ ଅପରାଧ କହି ତାକୁ ଶିକାର କଲେନି। ଏଇ ଘଟଣା ତାଙ୍କ ମନରେ ଗଭିର ଛାପ ଛାଡିଦେଲା। ଆଉ ସେହି କଳାଭାଲୁର ଏକ ଚିତ୍ର କାଗଜରେ ଅଙ୍କନ କରିଥିଲେ। ପରେ ୧୯୦୨ ନଭେମ୍ବର ୧୬ରେ କାର୍ଟୁନ ଆର୍ଟିିଷ୍ଟ କ୍ଲିଫୋର୍ଡ ବୈରିମ୍ୟାନ ଏହି ସମ୍ପୂର୍ଣ୍ଣ ଘଟଣାର ଏକ କାର୍ଟୁନ କରିଥିଲେ, ଯାହାକି ଆମେରିକାର ଏକ ପ୍ରତିଷ୍ଠିତ ଖବରକାଗଜ ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶ ପାଇଥିଲା। ଉକ୍ତ କାର୍ଟୁନ ଉପରେ ମୋରିସ୍‌ ମିକଟମ୍‌ ନାମକ ଋଷୀୟ ଇହୁଦି ବ୍ୟକ୍ତିଙ୍କ ନଜର ପଡିଥିଲା। ଯିଏକି ବ୍ରୁକଲିନ୍‌ରେ ଦିନରେ ଟଫି ବିକ୍ରି କରୁଥିବାବେଳେ ରାତିରେ ନିଜ ପତ୍ନୀଙ୍କ ସହ ମିଶି ପିଲାଙ୍କ ପାଇଁ ସଫ୍ଟ ଟୟ ତିଆରି କରୁଥିଲେ। କାର୍ଟୁନ୍‌ର ସେହି ଭାଲୁକୁ ମିକଟମ୍‌ ପିଲାଙ୍କ ପାଇଁ କପଡାର କଣ୍ଢେଇର ରୂପ ଦେଲେ। ଆଉ ନିଜ ଦୋକାନରେ ତାକୁ ‘ଟେଡିସ୍‌ ବିୟର’ ନାମରେ ରଖିଲେ। ମିକଟମ୍‌ ଏହାକୁ ଟେଡି ନାମ ଦେବା ପଛର କାରଣ ଥିଲା ଯେ, ଥିଓଡର ରୁଜଭେଲ୍ଟଙ୍କ ଡାକ ନାମ ଥିଲା ‘ଟେଡି’, ତା’ସହ ସେ ଏକ ଭାଲୁର ଜୀବନ ବି ବଞ୍ଚାଇଥିଲେ। ତେଣୁ ଏଇ ନାମଟି ସେହି କଣ୍ଢେଇ ପାଇଁ ଉପଯୁକ୍ତ ବୋଲି ସେ ମନେ କରିଥିଲେ। ତେବେ ସେହି ଟେଡିଟି ହାଲ୍‌କା ହେବା ସହ ବହୁତ ସୁନ୍ଦର ହୋଇଥିବାରୁ ଲୋକଙ୍କୁ ତାକୁ ବହୁତ ପସନ୍ଦ କରିଥିଲେ। ଖୁବ୍‌ ଶୀଘ୍ର ତାହା ସମସ୍ତଙ୍କ ମନପସନ୍ଦର ଖେଳନା ହୋଇଗଲା। ସେହି ଟେଡିଟି ଦେଖିବାକୁ ସତ ଭାଲୁ ପରି ଥିଲା। ହେଲେ ବହୁତ କ୍ୟୁଟ୍‌ ହୋଇଥିଲା। ତେଣୁ ଧୀରେ ଧୀରେ ଲୋକେ ଏହାକୁ ମନର ପ୍ରେମ ଭାବନାକୁ ଜଣାଇବା ଲାଗି ଉପହାରସ୍ବରୂପ ପ୍ରଦାନ କରିବାକୁ ଲାଗିଲେ। ଏମିତି କି ପରେ ଭାଲେଣ୍ଟାଇନ୍ସ ଉଇକ୍‌ରେ ୧୦ ଫେବୃୟାରୀକୁ ଟେଡି ଡେ’ ଭାବେ ପାଳନ ବି କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?