ନୂଆବର୍ଷ ୨୦୨୪ ପୂର୍ବରୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ନେଇ ଚର୍ଚ୍ଚା: ପୁଟିନଙ୍କୁ ହତ୍ୟା ଉଦ୍ୟମ-କର୍କଟ ଚିକିତ୍ସାର ଔଷଧ…

ସୋଫିଆ,୨୮।୧୨ : ବର୍ତ୍ତମାନ ୨୦୨୪ ବର୍ଷ ପାଇଁ ଆଉ କିଛି ଦିନ ବାକି ଅଛି। ଏପରିସ୍ଥଳେ, ୨୦୨୪ ବର୍ଷ ସହ ଜଡିତ ଭବିଷ୍ୟବାଣୀ ବିଷୟରେ ମଧ୍ୟ ଆଲୋଚନା କରାଯାଉଛି। ବାସ୍ତବରେ, କୁହାଯାଉଛି ବୁଲଗେରିଆର ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ ୧୯୧୧ ମସିହାରେ ଜନ୍ମ ହୋଇଥିଲେ ଏବଂ ସେ ଦୃଷ୍ଟି ବାଧିତ। କୁହାଯାଉଛି ସେ ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣର ସଠିକ ପୂର୍ବାନୁମାନ କରିଥିଲେ। ୨୦୨୪ ବର୍ଷ ପାଇଁ ସେ କରିଥିବା ଭବିଷ୍ୟବାଣୀ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଦ ମିରର ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ବାବା ଭେଙ୍ଗାଙ୍କ ପୂର୍ବାନୁମାନ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ବିଷୟରେ କହିଥିଲା। ଏହାପୂର୍ବରୁ ୟୁକ୍ରେନ ଦ୍ୱାରା କ୍ରେମଲିନ ଆକ୍ରମଣ ହୋଇଛି। ଏଭଳି ପରିସ୍ଥିତିରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଇପାରେ। ଅକ୍ଟୋବରରେ ଏହା ପ୍ରକାଶ ପାଇଥିଲା ରୁଷିଆର ସିକ୍ରେଟ ସର୍ଭିସ ଏକ ଷଡଯନ୍ତ୍ରର ଅନୁସନ୍ଧାନ କରୁଛି। ତେବେ ଧମକ ମଧ୍ୟରେ ପୁଟିନ ଆସନ୍ତା ବର୍ଷ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।
ବାବା ଭେଙ୍ଗା ବିପଜ୍ଜନକ ଅସ୍ତ୍ର ସହ ଜଡିତ ଭବିଷ୍ୟବାଣୀ ମଧ୍ୟ ଦେଇଛନ୍ତି। ତାଙ୍କର ଏକ ଭବିଷ୍ୟବାଣୀ ଅନୁଯାୟୀ, ଏକ ବଡ ଦେଶ ଆସନ୍ତା ବର୍ଷ ପରମାଣୁ ପରୀକ୍ଷା କରିପାରେ। ଏହା ବ୍ୟତୀତ ୟୁରୋପରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ୟୁରୋପରେ ଇସଲାମିକ ମୌଳବାଦୀମାନେ କ୍ରମାଗତ ଭାବରେ ବୃଦ୍ଧି ପାଉଛନ୍ତି। ବ୍ରିଟେନର ସୁରକ୍ଷା ଏଜେନ୍ସି ଅନୁଯାୟୀ, ଇସ୍ରାଏଲ-ହମାସ ଯୁଦ୍ଧ ପରଠାରୁ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି।

ବାବା ଭେଙ୍ଗାଙ୍କ ଅନୁଯାୟୀ, ଏକ ବଡ଼ ପରିବର୍ତ୍ତନ ହେବ, ଯାହା ସାଧାରଣତଃ ଏକ ଦୀର୍ଘ ସମୟ ମଧ୍ୟରେ ହୋଇଥାଏ। କିନ୍ତୁ ଯଦି ଏହା ଶୀଘ୍ର ଘଟେ, ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ହୋଇପାରେ।

ବାବା ଭେଙ୍ଗାଙ୍କ ଅନୁଯାୟୀ ୨୦୨୪ ମସିହାରେ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଖାଯିବ। ଏହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଋଣ ସ୍ତର ବୃଦ୍ଧି, ଭୌଗୋଳିକ ରାଜନୈତିକ ତିକ୍ତତା ଏବଂ ପଶ୍ଚିମରୁ ପୂର୍ବକୁ ଅର୍ଥନୈତିକ ଶକ୍ତି ପରିବର୍ତ୍ତନ ହେତୁ ଏହା ହେବ ବୋଲି ସେ ଦାବି କରିଛନ୍ତି।

ସାଇବର ଆକ୍ରମଣରେ ବୃଦ୍ଧି ଘଟିବାକୁ ବାବା ଭେଙ୍ଗା ମଧ୍ୟ ଚେତାବନୀ ଦେଇଛନ୍ତି। ୨୦୨୪ ମସିହାରେ ପାୱାର ଗ୍ରୀଡ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ହ୍ୟାକରଙ୍କ ଟାର୍ଗେଟ ହେବ ବୋଲି ବିଶ୍ୱାସ କରାଯାଏ। ଏହା ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ।

ବାବା ଭେଙ୍ଗାଙ୍କ ଅନୁଯାୟୀ, ୨୦୨୪ ମସିହାରେ ଚିକିତ୍ସା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରାଯାଇପାରିବ। ଅଲଜାଇମର ଏବଂ କର୍କଟ ଭଳି ରୋଗ ପାଇଁ ଔଷଧ ବିକଶିତ ହୋଇପାରିବ ବୋଲି ଭବିଷ୍ୟବାଣୀରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri