ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କାବୁଲ,୧୪।୧୨: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କମାଣ୍ଡର ରହିଛନ୍ତି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଚିକିିତ୍ସା ଲାଗି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଣ୍ଡୁଜ୍‌ ପ୍ରଦେଶର ଇମାମ୍‌ ସାହିବ ଜିଲାରେ ତାଲିବାନ ଆତଙ୍କବାଦୀମାନେ ରବିବାର ରାତ୍ରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଘେରାବନ୍ଦୀ ଆରମ୍ଭ କରାଯାଇଥିବା ପ୍ରଦେଶ ପରିଷଦ ସଦସ୍ୟ ଖାଲିଲ୍‌ କ୍ୱାରିଜାଦା ସୂଚନା ଦେଇଛନ୍ତି। ମିଳିତ ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ଘଟଣାରେ ଗତ ୩ ଦିନରେ ୬୫ ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କାନ୍ଧାହାର ପ୍ରଦେଶର ଜେହେରାଇ, ଅରଘଣ୍ଡାବ,ପଞ୍ଜାଓ୍ବାଇ ଏବଂ ଶାହା ଓ୍ବାଲି କୋଟ ଜିଲାରେ ହୋଇଥିବା ସର୍ଚ୍ଚ ଅପରେଶନ ସମୟରେ ଏଭଳି ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପଦରୁ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ଗତ କିଛି ଦିନରୁ ସିଞ୍ଜୋ ଆବେଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। ସ୍ବାସ୍ଥ୍ୟଗତ କାରଣରୁ...

ଆରମ୍ଭ ହେଲା ‘ହାଓଡି ମୋଦି’ କାର୍ଯ୍ୟକ୍ରମ: କିଛି ସମୟ ପରେ ଯୋଗଦେବେ ମୋଦି-ଟ୍ରମ୍ପ୍‌

ହ୍ୟୁଷ୍ଟନ୍‌,୨୨।୯: ଆମେରିକାର ହ୍ୟୁଷ୍ଟନରେ ବହୁ ପ୍ରତୀକ୍ଷିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମ କମ୍ପୁଛି। ଶିଖ୍‌ଙ୍କ ପବିତ୍ର...

ସଫୁରା ଜରଗରଙ୍କୁ କ୍ଷତିପୂରଣ ଦିଅ

ଜାତିସଂଘ,୧୭।୩: ୨୦୨୦ ଫେବୃୟାରୀରେ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ବ୍ୟାପକ ହିଂସା ହୋଇଥିଲା। ସାମ୍ପ୍ରଦାୟିକ ଦଙ୍ଗାରେ ୫୩ ଜଣଙ୍କ...

କିଶିଦା ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ, ୫ା୧୦: ଜାପାନ ପାର୍ଲାମେଣ୍ଟରେ ଫୁମିଓ କିଶିଦା ସୋମବାର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ବର୍ଷେ କ୍ଷମତାରେ ରହିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା...

ବନ୍ଦ ହେଲା ଏଫିଲ ଟାଓ୍ବାର

ପ୍ୟାରିସ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ଏଥିରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ...

ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍‌ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର...

ରୁଷ ସେନାର କ୍ୟାଡେଟ ଗାଇଲେ ‘ଏ ଓ୍ବତନ.. ତେରୀ କସମ୍‌’

ମସ୍କୋ,୩୦।୧୧: ଭାରତର ଦେଶଭକ୍ତି ଗୀତକୁ ଗାଇ ଝୁମିଲେ ରୁଷ ସେନା। ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ସେନାର କ୍ୟାଡେଟମାନେ ଭାରତର ଦେଶଭକ୍ତି ସଙ୍ଗୀତ ‘ଏ...

ଆମେରିକା ନିର୍ବାଚନ ପ୍ରଭାବିତ କରିବାକୁ ଚାଇନା, ରୁଷିଆ, ଇରାନର ଉଦ୍ୟମ

ଓ୍ବାଶିଂଟନ, ୯।୮(ଆଇଏଏନ୍‌ଏସ୍‌): ଆମେରିକାରେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଚାଇନା, ରୁଷିଆ ଓ ଇରାନ ଉଦ୍ୟମ ଚଳାଇଥିବା...

Advertisement


Archives

Model This Week