ତାଲିବାନଙ୍କ ସଦ୍‌ବୁଦ୍ଧି

ତାଲିବାନ ସରକାର ଆଫଗାନିସ୍ତାନରେ ଅଫିମ ଚାଷ ଉପରେ କଟକଣା ଲଗାଇଛନ୍ତି। ଫଳରେ ଅଫିମ ଅମଳକୁ ନେଇ ସମ୍ପ୍ରତି ଆଫଗାନ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଫିମ କ୍ଷେତରେ ନିଆଁ ଲଗାଇ ନଷ୍ଟ କରିଦିଆଯିବ ଓ ଯଦି କୌଣସି ଚାଷୀ ସରକାରଙ୍କ ଆଦେଶନାମାକୁ ଅବଜ୍ଞା କରି ଅମଳ କରନ୍ତି ତେବେ ତାଙ୍କୁ ସରୀୟା ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ତାଲିବାନ ପ୍ରଶାସନର ମୁଖ୍ୟ ହୈବତୁଲାଃ ଆଖୁନଯାଦା ଘୋଷଣା କରିଛନ୍ତି।
୧୯୯୦ ଦଶକରେ ତତ୍କାଳୀନ ତାଲିବାନ ଶାସକ ଅଫିମ ଉତ୍ପାଦନ ଉପରେ ମଧ୍ୟ ଅନୁରୂପ କଟକଣା ଲଗାଇଥିଲେ ଓ ଫଳ ସ୍ବରୂପ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳରେ ଅଫିମ ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରେ ସେଠାରେ ଗହମ ଚାଷକୁ ଗୁରୁତ୍ୱ ଦିଆଯାଇଥିଲା, ମାତ୍ର ୨୦୦୧ରେ ତାଲିବାନ କ୍ଷମତାରୁ ହଟିବା ପରେ ଗହମ କ୍ଷେତ ପୁନର୍ବାର ଅଫିମ କ୍ଷେତକୁ ରୂପାନ୍ତରିତ ହୋଇଥିଲା। ଗହମ ଚାଷ ପ୍ରତି ଆଫଗାନୀ ଚାଷୀଙ୍କର ମୋହ ଭଙ୍ଗ ହେବାର ମୁଖ୍ୟ କାରଣ ଥିଲା ଗହମ ଅମଳପରେ ତାକୁ ରଖିବାର ଓ ପରିବହନ କରିବାର କୌଣସି ସୁବିଧା ନ ଥିଲା। ଏହା ବ୍ୟତୀତ ଗହମ ଓ ଅନ୍ୟାନ୍ୟ ଚାଷ ପାଇଁ ଅଧିକ ପାଣି ଆବଶ୍ୟକ। ଏହା ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ କରୁଥିଲା ଓ ସେହି ଅନୁପାତରେ ଲାଭ ମିଳୁ ନ ଥିଲା। ଭିତ୍ତିଭୂମିର ବିକାଶ ନ ହେବା ଯୋଗୁ ଆଫଗାନୀମାନେ ପୁଣି ଥରେ ଅଫିମ ଚାଷ ପ୍ରତି ମନ ବଳାଇ ଥିଲେ। ଏହି ଚାଷରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ସମ୍ପୃକ୍ତି ଅଧିକ ଥିଲା ଓ ଅଫିମ କ୍ଷେତରେ ମଜୁରି ଲାଗୁଥିବା ଶ୍ରମିକମାନେ ଏଥିରୁ ମାସିକ ୩୦୦ ଡଲାରରୁ ଅଧିକ ପାରିଶ୍ରମିକ ପାଉଥିଲେ। ଅଫିମ ଫୁଲ ସଂଗ୍ରହ ଓ ସେଥିରୁ ଅଫିମ ସଂଗ୍ରହ ସେମାନଙ୍କ ମୁଖ୍ୟ କାମ ଥିଲା। ଏହାକୁ ସେତେବେଳେ ପ୍ରୋତ୍ସାହନ ଦେଇଥିଲା କ୍ଷମତାରୁ ଦୂରେଇଯାଇଥିବା ସେଇ ତାଲିବାନ।
ଆଫଗାନିସ୍ତାନରେ ଅଫିମ ଚାଷ ବନ୍ଦ ହେବ ଓ ଏହାଦ୍ୱାରା ଅଫିମରୁ ପ୍ରସ୍ତୁତ ହେରୋଇନର ଏଣିକି ବିଶ୍ୱବ୍ୟାପୀ ଚୋରା ଚାଲାଣ କମିଯିବ । ଏଭଳି ଖବର ଧର୍ମକୁ ଆଖିଠାର ଭଳି ମନେ ହୁଏ। ଅଫିମ ଉତ୍ପାଦନରେ ସମଗ୍ର ବିଶ୍ବରେ ଆଫଗାନିସ୍ତାନର ସ୍ଥାନ ପ୍ରଥମ। ବିଗତ ପାଞ୍ଚ ବର୍ଷରେ ସେଠାରେ ବାର୍ଷିକ ୬ ହଜାର ଟନ୍‌ରୁ ଅଧିକ ଅଫିମ ଉତ୍ପାଦନ ହେଉଥିଲା; ଯେଉଁଥିରୁ କି ୩୨୦ ଟନ୍‌ ମାରାତ୍ମକ ନିଶାଦ୍ରବ୍ୟ ହେରୋଇନ ପ୍ରସ୍ତୁତ ହେଉଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଓ ଅନେକ ଅନ୍ତର୍ଜାତୀୟ ସଂଗଠନ ଅଫିମ ଏବଂ ଏଥିରୁ ଉତ୍ପନ୍ନ ହେରୋଇନ ଉତ୍ପାଦନକୁ ରୋକିବା ପାଇଁ ବାର୍ଷିକ ନିୟୁତ ନିୟୁତ ଡଲାର ଖର୍ଚ୍ଚ କରୁଥିଲେ ହେଁ କ୍ଷମତାରୁ ବିଦାୟ ନେଇଥିବା ତାଲିବାନମାନେ ଅଫିମ ଓ ହେରୋଇନ ବିଦେଶକୁ ଚୋରାରେ ପଠାଇ ବିପୁଳ ଅର୍ଥ ରୋଜଗାର କରୁଥିଲେ। ଏହି ଅର୍ଥ ସେମାନଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର କିଣିବାରେ ସହାୟକ ହେଉଥିଲା। ମଧ୍ୟ ଏସିଆ ଓ ପାକିସ୍ତାନ ବାଟ ଦେଇ ୟୁରୋପୀୟ ଦେଶକୁ ଏହା ପଠାଯାଉଥିଲା । ଆଫଗାନିସ୍ତାନକୁ ଦୀର୍ଘ ୨୦ ବର୍ଷ ଧରି ନିୟନ୍ତ୍ରଣରେ ରଖି ମଧ୍ୟ ଅଫିମ ଚାଷକୁ ସମ୍ପୂର୍ଣ୍ଣ ନିରାକରଣ କରିପାରି ନ ଥିଲା ଆମେରିକା। ତେବେ ବର୍ତ୍ତମାନ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ତାଲିବାନ ସରକାର ଅଫିମ ଚାଷ ବନ୍ଦ କରିବାକୁ ଯାଉଛନ୍ତି; ଯଦ୍ଦ୍ବାରା କି ସେଠାକାର ସଂଖ୍ୟାଧିକ ଗରିବ ଚାଷୀ ଓ ମଜୁରିଆଙ୍କ ଜୀବନ ଜୀବିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅଫିମ ବଦଳରେ ସେମାନଙ୍କୁ ଅଟା, ଚିନି, ଖାଇବା ତେଲ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳୁଥିଲା। ବର୍ତ୍ତମାନ ସେମାନଙ୍କୁ କେଉଁ ପ୍ରକାର ଥଇଥାନ କରାଯିବ ତାହା ତାଲିବାନ ପାଇଁ ମୁଖ୍ୟ ଚିନ୍ତା ହୋଇଛି। ଏବେ ଆଫଗାନିସ୍ତାନରେ ଅଫିମ ସହ ସମସ୍ତ ନିଶାଦ୍ରବ୍ୟ ଆମଦାନୀ, ରପ୍ତାନି, ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହା କେତେଦିନ ଓ କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା। କାରଣ ନିଶାଦ୍ରବ୍ୟ ଆମଦାନୀ ଓ ରପ୍ତାନିରୁ ଭଲ ରାଜସ୍ବ ମିଳିଥାଏ ସେଠାକାର ସରକାରଙ୍କୁ।
ରାଜନୈତିକ ବିଶାରଦଙ୍କ ମତରେ ତାଲିବାନର ହଠାତ ଏପରି କଟକଣା ନିଷ୍ପତ୍ତି କେବଳ ୟୁରୋପୀୟ ରାଷ୍ଟ୍ରକୁ ଖୁସି କରାଇବା ପାଇଁ ନିଆଯାଇଛି, ଯେଉଁମାନେ କି ଏପର୍ଯ୍ୟନ୍ତ ତାଲିବାନ ଶାସନକୁ ରାଜନୈତିକ ସ୍ବୀକୃତି ଦେଇନାହାନ୍ତି। ତାଲିବାନ ସରକାରଙ୍କ ମୁଖ୍ୟ ଚିନ୍ତା ହେଉଛି କିପରି ଅନ୍ତର୍ଜାତୀୟ ସମୁଦାୟରେ ତାଲିବାନ ସରକାରକୁ ସ୍ବୀକୃତି ମିଳିବ। ତେବେ ତାଲିବାନର କିଛି ନେତା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମୃଦୁ ବିରୋଧ କରିଛନ୍ତି। ୟୁରୋପୀୟ ରାଷ୍ଟ୍ର ସମୂହକୁ ଯଦି ମନେଇବାକୁ ଚାହୁଁଛ, ତେବେ ମାନବିକ ଅଧିକାର, ମହିଳାଙ୍କୁ ସ୍ବାଧୀନତା ଓ ଆତଙ୍କବାଦ ନିରୋଧ ନୀତିକୁ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରସ୍ତାବ ଦେଉଛନ୍ତି। ଗରିବ ଜନସାଧାରଣଙ୍କ ରୋଜଗାରର ମୁଖ୍ୟ ପନ୍ଥା ଥିବା ଅଫିମ ଚାଷ କଟକଣାକୁ ସେମାନେ ବିରୋଧ କରିଛନ୍ତି। ଇତିମଧ୍ୟରେ ଅଫିମ ଚାଷ କଟକଣାକୁ ନେଇ ତାଲିବାନ ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ସରକାର ତୁରନ୍ତ ଏହି କଟକଣାକୁ ଉଠାଇନେବେ ବୋଲି ସେମାନେ ବିଶ୍ବାସ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଥରେ ତାଲିବାନ ସରକାରକୁ ସ୍ବୀକୃତି ମିଳିଗଲା ପରେ ତାଲିବାନର ନିଶା କାରବାର ନୀତି କ’ଣ ରହିବ ତାହା ଭବିଷ୍ୟତ କହିବ। ଜାତିସଂଘର ଡ୍ରଗ୍ସ ଆଣ୍ଡ କ୍ରାଇମ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ କାରବାର ହେଉଥିବା ଅଫିମର ୮୦ ଭାଗ କେବଳ ଆଫଗାନିସ୍ତାନରେ ଉତ୍ପନ୍ନ ହୋଇଥାଏ। ୨୦୧୮ରେ ଆଫଗାନ ଅର୍ଥ ବ୍ୟବସ୍ଥାରେ ଅଫିମର ଶତକଡା ୧୧ ଭାଗ ଅବଦାନ ଥିଲା। ଏହିବର୍ଷ ଆଫଗାନିସ୍ତାନର ଅଫିମ ରପ୍ତାନିର ମୂଲ୍ୟ ଥିଲା ପ୍ରାୟ ଦୁଇ ବିଲିୟନ ଡଲାର।
ଯେଉଁ ତାଲିବାନ ଗୋଷ୍ଠୀ ଅଫିମ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଉଥିଲା ସେହି ଗୋଷ୍ଠୀ ଏବେ ଅଫିମ ଚାଷ ଉପରେ ପ୍ରତିବନ୍ଧ ଲଗାଇବା ପରେ ଦେଶରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ମାତ୍ର ନିଶା ଦ୍ରବ୍ୟ ଉତ୍ପାଦନକୁ ବନ୍ଦ କରିଦେଲେ ବିଦେଶୀ ସହାୟତା ଅଧିକ ମିଳିପାରିବ ବୋଲି ତାଲିବାନର ଶୀର୍ଷ ନେତାମାନେ ଆଶା ରଖିଛନ୍ତି । ତେବେ ସେ ଯାହାହେଉ ତାଲିବାନ ସରକାର ପକ୍ଷରୁ ଆଫଗାନିସ୍ତାନରେ ନିଶାଦ୍ରବ୍ୟ କାରବାର ଓ ଏହାର ଉପତ୍ାଦନ ଉପରେ ଲଗାଯାଇଥିବା କଟକଣା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତାଲିବାନଙ୍କ ମୁଣ୍ଡରେ ସଦ୍‌ବୁଦ୍ଧି ଉଦୟ ହୋଇଛି। ମାତ୍ର ଏହି ନିଷ୍ପତ୍ତି ଚିରସ୍ଥାୟୀ ହେବା ଉଚିତ। ଏହା ହୋଇପାରିଲେ ଭାରତ ସମେତ ସମଗ୍ର ବଶ୍ୱ ବିଷାକ୍ତ ନିଶା କବଳରୁ ଅନେକାଂଶରେ ମୁକ୍ତ ହୋଇପାରିବ।

– ପ୍ରକାଶ ତ୍ରିପାଠୀ
ମୋ- ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?