ତାଲିବାନ ପାଖରେ ଚାଇନା ତିଆରି ଆଧୁନିକ ଅସ୍ତ୍ରଶସ୍ତ୍ର…

ଇସଲାମାବାଦ/ଓ୍ବାଶିଂଟନ,୨୩।୧ : ତାଲିବାନକୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଜାମେଷ୍ଟାଉନ ଫାଉଣ୍ଡେଶନ ଦ୍ୱାରା ପ୍ରକାଶିତ ଲେଖକ ଜାଫର ଇକବାଲ ୟୁସୁଫଜାଇଙ୍କ ପୁସ୍ତକ ‘ଦ ଟ୍ରବୁଲ ଟ୍ରାଙ୍ଗେଲ:ୟୁଏସ୍‌-ପାକିସ୍ତାନ ରିଲେଶନ ଅଣ୍ଡର ଦ ତାଲିବାନ ଶ୍ୟାଡୋ’ରେ ଉଲ୍ଲେଖ କରାଯାଇଛି। ୟୁସୁଫଜାଇଙ୍କ ଅନୁଯାୟୀ ଚାଇନା ଏହି ପଦକ୍ଷେପ ନେଇଛି କାରଣ ଏକ ଅସ୍ଥିର ଆଫଗାନିସ୍ତାନ ଚାଇନାର ସ୍ବାର୍ଥ ଏବଂ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ର ସଫଳତାରେ ବାଧା ସୃଷ୍ଟି କରିପାରେ। ରିପୋର୍ଟ ଅନୁଯାୟୀ, ଅନିଶ୍ଚିତତା ଏବଂ ଅଶାନ୍ତି ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଗଡ଼ରେ ପରିଣତ କରିପାରେ। ଏହା ଚାଇନାର ଜିନଝିଆଙ୍ଗ ଏବଂ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପକୁ ଟାର୍ଗେଟ କରିପାରିବ। କିନ୍ତୁ ତାଲିବାନ ସଶକ୍ତ ହେଲେ ଚାଇନାର ଲାଭ ହେବ।

ସୂଚନାଯୋଗ୍ୟ, ଡିସେମ୍ବର ୧୨ରେ, ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନର ସଦସ୍ୟମାନେ କାବୁଲର ଏକ ହୋଟେଲ ଉପରେ ଆକ୍ରମଣ କରିଥିଲେ ଯେଉଁଠାରେ ଅନେକ ଚାଇନା ନାଗରିକ ରହୁଥିଲେ। ଏହି ଆକ୍ରମଣରେ ୫ ଜଣ ଚାଇନା ନାଗରିକଙ୍କ ସମେତ ୧୮ ଜଣ ଆହତ ହୋଇଥିବାବେଳେ ତିନିଜଣ ଆକ୍ରମଣକାରୀ ସୁରକ୍ଷା ବାହିନୀଙ୍କ ଗୁଳିରେ ନିହତ ହୋଇଥିଲେ। ଆଫଗାନିସ୍ତାନରେ ସମସ୍ତ ପ୍ରକାର ଆତଙ୍କବାଦ ଏବଂ ଉଗ୍ରବାଦକୁ ମୁକାବିଲା କରିବା ପାଇଁ ଚାଇନା ତାଲିବାନକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛି ବୋଲି ୟୁସୁଫଜାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ୟୁ-ଟର୍ନ ନେଲା ଆନ୍ଦୋଳନ: ସରକାରଙ୍କ ଆଗରେ ପୁଣି ବଡ଼ ସର୍ତ୍ତ ରଖିଲା CJP, ବଢିଲା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri