ଆଫଗାନିସ୍ତାନ ଭୂକମ୍ପ: ଭାରତ ପଠାଇଲା ମାନବୀୟ ସହାୟତା

କାବୁଲ,୨୫ ।୬: ଆଫଗାନିସ୍ତାନର ପୂର୍ବ ପାକ୍ତିକା ଅଞ୍ଚଳରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ହଜର ହଜାର ଲୋକ ଆହତ ବି ହୋଇଥିଲେ । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନକୁ ସହାୟତା ଯୋଗାଇଛି ଭାରତ । ଭାରତୀୟ ବାୟୁସେନା ବିମାନ ଆଫଗାନିସ୍ତାନରେ ରିଲିଫ ସାମଗ୍ରୀ ପଠାଇଛି । ଗୁରୁବାର ଏହା କାବୁଲରେ ପହଞ୍ଚିବା ପରେ ଶୁକ୍ରବାର ସକାଳେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏହାକୁ ପହଞ୍ଚାଯାଇଛି ।
ତାଲିବାନ ଅଧିକାରୀଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂ ଆଫଗାନିସ୍ତାନକୁ ଭାରତର ପ୍ରଥମ ମାନବୀୟ ସହାୟତା ପ୍ରଦାନ କରିଛନ୍ତି । ଭୂକମ୍ପ ପୀଡିତଙ୍କ ପାଇଁ ଭାରତ ପକ୍ଷରୁ ପ୍ରଥମ ସାମଗ୍ରୀରେ ରିଜ ଟେଣ୍ଟ, ସ୍ଲିପିଙ୍ଗ ବ୍ୟାଗ, କମ୍ବଳ, ସ୍ଲିପିଙ୍ଗ ମ୍ୟାଟ ସହ ଅନ୍ୟ କିଛି ଆବଶ୍ୟକ ସାମଗ୍ରୀ ପଠାଯାଇଛି ।
ସୂଚନାଯୋଗ୍ୟ, ବୁଧବାର ସକାଳେ ପକ୍ତିକା ଅଞ୍ଚଳରେ ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି କି ଏବେ ପର୍ଯ୍ୟନ୍ତ ପକ୍ତିକା ଅଞ୍ଚଳର ବରମଲ ଓ ଗିୟାନ ଜିଲା ଏବଂ ଖୋସ୍ତ ଅଞ୍ଚଳରେ ଥିବା ସ୍ପେରା ଜିଲାରେ ପାଖାପାଖି ୧୦୦୦ଲୋକଙ୍କର ମୃତ୍ୟୁ ହୋଇଛି ଓ ୧୪୫୫ରୁ ଅଧିକ ଆହତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri