ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍ ଶୁକ୍ରବାର ଏହି ସୂଚନା ଦେଇଛି । ରୁଷିଆ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, ତାଲିବାନର ସଂସ୍କୃତି କମିଶନର ସଦସ୍ୟ ଇନାମୁଲ୍ଲା ସମାଂଗାନି କହିଛନ୍ତି ଦେଶର ମଧ୍ୟବର୍ତ୍ତି କାଳୀନ ସରକାରକୁ ଚିହ୍ନଟ କରିବାର ଉଦ୍‌ଘାଟନ ସମାରୋହକୁ ରଦ୍ଦ କରି ଦିଆଯାଇଛି । ସମାଂଗାନି ଟୁଇଟ୍ କରି କହିଛନ୍ତି ନୂଆ ଆଫଗାନ ସରକାରଙ୍କ ଉଦ୍‌ଘାଟନ ସମାରୋହ କିଛିଦିନ ପୂର୍ବରୁ ରଦ୍ଧ କରି ଦିଆଯାଇଥିଲା । ଲୋକଙ୍କୁ ଭ୍ରମରେ ପାକଇବାକୁ ଇସଲାମିକ ଅମିରାତ(ତାଲିବାନ) ନେତୃତ୍ୱରେ କ୍ୟାବିନଟର ଘୋଷଣା ହୋଇଥିଲା ଆଉ ପୂର୍ବରୁ ଏହା କାମ କରିବା ଆରମ୍ଭ କରି ସାରିଥିଲା । କେବଳ ସେତିକି ନୁହେଁ, ସମାଂଗାନି ଆହୁରି ମଧ୍ୟ କହିଛନ୍ତି ଶପଥ ଗ୍ରହଣ ତାରିଖ ସ୍ଥିର ହେବା ଖବର ୧୧ ସେପ୍ଟେମ୍ବର ବି ମିଛ । ସେପ୍ଟେମ୍ବର ୧୧ରେ ତାଲିବାନ ସରକାର ଶପଥ ନେବ ନାହିଁ । ସୂଚନାଯୋଗ୍ୟ, ଶୁଣିବାକୁ ମିଳିଥିଲା କି ତାଲିବାନର ନୂଆ ସରକାର ୧୧ ସେପ୍ଟେମ୍ବରରେ ଶପଥ ନେଇପାରେ । ଏହି ଦିନ ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣକୁ ୨୦ ବର୍ଷ ପୂରଣ ହେଉଛି । ଏବେ ଏହାକୁ ରଦ୍ଦ କରି ଦିଆଯାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ମାଟି କାରଖାନାରେ ବିସ୍ଫୋରଣ: ୨୩ ଶ୍ରମିକ ମୃତ; ୧୩୦ରୁ ଅଧିକ ଆହତ

ଖାର୍ତୁମ୍‌,୪।୧୨: ସୁଦାନରେ ଏକ ଚାଇନା ମାଟି କାରଖାନାରେ ବିସ୍ଫୋରଣ ଘଟି ୨୩ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଖାର୍ତୁମ ନିକଟରେ ଥିବା କାରଖାନାରେ ଏଭଳି ଘଟିଛି।...

ଉହାନ ବାୟୁମଣ୍ଡଳରେ ବଢୁଛି ସଲଫର ଡାଇଅକ୍ସାଇଡ୍‌ ମାତ୍ରା: ପ୍ରମାଣିତ କରୁଛି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର୍‌ ଅଧିକ !

ବେଜିଂ,୧୧।୨: କରୋନା ଭୁତାଣୁ ଚାଇନାରେ ମୁଣ୍ଡ ଗଡ଼ାଇ ଚାଲିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ ଛୁଇଁଛି।...

ୟୁଏଇରେ ଫସିଛନ୍ତି ୨୦୦ ଭାରତୀୟ ଶ୍ରମିକ

ଦୁବାଇ, ୧୧ା୯ (ପି.ଟି.): ପେଟ ଲାଗି ୟୁଏଇ ଯାଇ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ପ୍ରାୟ ୨୦୦ ଭାରତୀୟ ଏବେ ସେଠାରେ ଫସି ରହିଛନ୍ତି। ଦୀର୍ଘମାସ ହେବ...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...

ଶିଶୁ ମୃତ୍ୟୁ ମାମଲା: ଦୋଷୀଙ୍କୁ ୧୦୦ ବର୍ଷ କାରା ଦଣ୍ଡାଦେଶ…

ନ୍ୟୁୟର୍କ,୨୬।୩ : ଶିଶୁ ମୃତ୍ୟୁ ମାମଲାରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ କୋର୍ଟଙ୍କ ପକ୍ଷରୁ ୧୦୦ ବର୍ଷର ଜେଲ ଦଣ୍ଡାଦେଶ କରାଯାଇଛି। ୨୦୨୧ ମସିହାରେ...

ପାଚେରୀ ନିର୍ମାଣରେ ପେଣ୍ଟାଗନ ପାଣ୍ଠି ବ୍ୟବହାର କରିପାରିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୮ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଲାଗି ପେଣ୍ଟାଗନ ପାଣ୍ଠିରୁ ୨.୫ ବିଲିୟନ ଡଲାର ବ୍ୟୟ କରିପାରିବେ। ଏଥିପାଇଁ ଆମେରିକା...

କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୮।୧୦: ଆଜିକାଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ ସଙ୍କଟ ଦେଇ ଗତି କରୁଛନ୍ତି। ଟିକସ ହ୍ରାସ ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଛି। ତାଙ୍କ ଦଳର...

ପିଲା ଅପରାଧ କଲେ ମା’ବାପାଙ୍କୁ ମିଳିବ ଦଣ୍ଡ

ବେଜିଂ,୧୯ ।୧୦: ଚାଇନା ସଂସଦ ଏଭଳି ଏକ ଆଇନ ପ୍ରଣୟନ ଉପରେ ବିଚାର କରୁଛି, ଯେଉଁଥିରେ ପିଲାମାନଙ୍କର ମାତାପିତାଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିବ...

Advertisement
Archives

Model This Week