ତାଲିବାନ ଆସିବା ପରେ ବଢିପାରେ ୯/୧୧ ଭଳି ଆତଙ୍କବାଦୀ ଘଟଣା: ୟୁକେ

ଲଣ୍ଡନ,୧୧ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାରା ବିଶ୍ୱରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିବାର ଭୟ ଦେଖାଦେଇଛି । କୁହାଯାଉଛି କି ପୁଣିଥରେ ୨୦ ବର୍ଷ ପରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ହେବାକୁ ଯାଉଛି । ଏହାକୁ ନେଇ ୟୁନାଇଟେଡ କିଙ୍ଗଡମ(ୟୁକେ) ଗୁଇନ୍ଦା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ମତରେ ପଶ୍ଚିମ ଦେଶରେ ତାଲିବାନ ଆସିବା ପରେ ଅଲକାଏଦା ଭଳି ଆତଙ୍କବାଦୀ ଆକ୍ରମଣ ଅର୍ଥାତ୍ ୯/୧୧ ଭଳି ଘଟଣା ବଢିପାରେ । ଏମ୍‌୧୫ର ଡାଇରେକ୍ଟର ଜେନରାଲ କୈନ ମ୍ୟାକଲନ କହିଛନ୍ତି ତାଲିବାନ ଆସିବା ପରେ ୟୁକେ ପ୍ରତି ଅଧିକ ବିପଦ ରହିଛି । କାରଣ ଏବେ ନାଟୋର ସେନା ବି ଆଫଗାନିସ୍ତାନରୁ ଯାଇ ସାରିଛନ୍ତି ଓ ସେଠାରେ ବର୍ତ୍ତମାନ କୌଣସି ଲୋକତାନ୍ତ୍ରିକ ସରକାର ନହିଁ । ସେ ଯୋର ଦେଇ କହିଛନ୍ତି ଯେ ଆତଙ୍କବାଦୀ ଭୟ ରାତାରାତି କେବେ ବଦଳି ନ ଥାଏ । ଟ୍ରେନିଂ କ୍ୟାମ୍ପ ଓ ଏହାପାଇଁ ଇନଫ୍ରାଷ୍ଟ୍ରକ୍‌ଚର ଏକାଠି କରିବାକୁ ସମୟ ଲାଗିଥାଏ । କୈନ ମ୍ୟାକଲନଙ୍କ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ କେତେଗୁଡିଏ ସମୟରେ ୟୁକେରେ ଏମିତି ଆତଙ୍କବାଦୀ ଆକ୍ରମଣ ହୋଇଥିବା ଦେଖାଯାଇଛି । ଯେଉଁଠାରେ ଆତଙ୍କବାଦି କୌଣସି ନା କୌଣସି ବିଚାରଧାରା ଦ୍ୱାରା ପ୍ରେରଣା ପାଇଥାଏ । ସୂଚନାଯୋଗ୍ୟ, ୨୦୦୫ରେ ବ୍ରିଟେନରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେତେବେଳେ ଟ୍ରେନ୍ ଓ ବସରେ ପାଖାପାଖି ୫୨ ଜଣ ଲୋକଙ୍କୁ ଆତ୍ମଘାତି ବିସ୍ଫୋରଣ ଦ୍ୱାରା ମାରି ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ...

ବରଯାତ୍ରୀଙ୍କ ଉପରେ ଆକାଶରୁ ଟଙ୍କା ବର୍ଷା

କରାଚୀ,୧୬।୩ : ବରଯାତ୍ରୀଙ୍କ ଉପରେ ଫୁଲ ବର୍ଷା ହେବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆକାଶରୁ ଟଙ୍କା...

ଚାଇନା ଚିନ୍ତା ବଢ଼ାଇଛି ଡେଲ୍ଟା

ବେଜିଂ, ୧୬ା୧୧: କରୋନାର ସବୁଠୁ ମାରାତ୍ମକ ଡେଲ୍ଟା ଭାରିଆଣ୍ଟ ଚାଇନାର ଚିନ୍ତା ବଢ଼ାଇଛି। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୧୩୦୮ ମାମଲା ଚିହ୍ନଟ କରାଯାଇଛି।...

ବ୍ରିଟେନରେ ବଢୁଛି ତାପମାତ୍ରା, ଅତ୍ୟଧିକ ଗରମ ଚେତାବନୀ

ଲଣ୍ଡନ,୧୨ା୭: ଇଂଲଣ୍ଡ ଏବଂ ଓ୍ବେଲ୍ସରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେବ ବୋଲି ବ୍ରିଟେନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା

ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି...

ନାଇଜର ସୀମାରେ ଆକ୍ରମଣ, ୪୦ ମୃତ

ନିଆମେ, ୨୩ା୩: ନାଇଜରର ତାହୋଆ ଅଞ୍ଚଳରେ ଏକ ସଶସ୍ତ୍ର ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେନା ଓ ଆକ୍ରମଣକାରୀ ମୁହାଁମୁହିଁ ହୋଇଥିଲେ।...

ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…

ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ...

ଘରେ ସୁରକ୍ଷିତ ରହୁଥିଲେ ବି ହେବ କରୋନା! ଜାଣନ୍ତୁ କେମିତି

ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ...

Advertisement
Archives

Model This Week