Posted inଫୁରସତ

ଭିଟାମିନ୍‌ ସପ୍ଲିମେଣ୍ଟ ଖାଉଥିଲେ…

ଶରୀର ପାଇଁ ଭିଟାମିନ୍‌, ମିନେରାଲ ଏବଂ ଅନ୍ୟ ପୋଷକତତ୍ତ୍ୱ ନିହାତି ଆବଶ୍ୟକ। ଏଗୁଡ଼ିକ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ବେଳେବେଳେ ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ଠିକ୍‌ ଭାବରେ ନ ପହଞ୍ଚତ୍ଲେ ଭିଟାମିନ୍‌ ସପ୍ଲିମେଣ୍ଟ ନିଆଯାଏ। କିନ୍ତୁ ଦୀର୍ଘଦିନ ଧରି କିମ୍ବା ବିନା ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍‌ ସପ୍ଲିମେଣ୍ଟ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ…
ହେଲ୍‌ଦ ଅର୍ଗାନାଇଜେଶନ (ହୁ) ଅନୁଯାୟୀ ଅଧିକ ଭିଟାମିନ୍‌ ସପ୍ଲିମେଣ୍ଟ ଗ୍ରହଣ କରିବା ଦ୍ୱାରା ହୃଦ୍‌ରୋଗ, ହୃଦ୍‌ଘାତ ଏବଂ ପ୍ରି ମ୍ୟାଚୁର ଡେଥ୍‌ ପରି ସମସ୍ୟା ଦେଖାଯାଇଥାଏ।
କେବେ ବି ପୁଷ୍ଟିକର ଖାଦ୍ୟରୁ ମିଳୁଥିବା ପୋଷକତତ୍ତ୍ୱ ସହ ସମାନ ନୁହେଁ। ଖାଦ୍ୟ ଯେତିକି ପରିମାଣରେ ପୋଷକତତ୍ତ୍ୱ ଯୋଗାଇଥାଏ, ଏହି ଟ୍ୟାବଲେଟ୍‌ ସେତିକି ଯୋଗାଇପାରେ ନାହିଁ। ଯାହା ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ।
ଗବେଷଣା ରିପୋର୍ଟ ମୁତାବକ ଆମେରିକାର ସମୁଦାୟ ଅଧିବାସୀଙ୍କ ମଧ୍ୟରୁ ୫୨% ସପ୍ଲିମେଣ୍ଟ, ୩୧% ମଲ୍ଟି ଭିଟାମିନ୍‌, ୧୯% ଭିଟାମିନ୍‌ ଡି, ୧୪% କ୍ୟାଲ୍‌ସିୟମ ଓ ୧୨% ଭିଟାମିନ୍‌ ସି ଟ୍ୟାବଲେଟ୍‌ ନିଅନ୍ତି।
ପରାମର୍ଶ ଅନୁସାରେ କେଉଁ ସପ୍ଲିମେଣ୍ଟ ନିହାତି ଜରୁରୀ ତାହାକୁ ସେବନ କରନ୍ତୁ। କାହାକୁ ପଚାରି କିମ୍ବା କୌଣସି ବିଜ୍ଞାପନ ଦେଖି ଅଯଥା ଭିଟାମିନ୍‌ ସପ୍ଲିମେଣ୍ଟ ଗ୍ରହଣ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ।
କୌଣସି ରୋଗ ପାଇଁ ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ଲିମେଣ୍ଟ ଗ୍ରହଣ କରନ୍ତୁ। କାରଣ କେତେକ ଭିଟାମିନ୍‌ ସପ୍ଲିମେଣ୍ଟ ଅନ୍ୟ ଔଷଧ ସହ ମିଶି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି।
ମଲ୍ଟି ଭିଟାମିନ୍‌ ଔଷଧ ସେବନ କରି ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। ହେଲେ ଏହାଦ୍ୱାରା ଶରୀରକୁ ଆବଶ୍ୟକ ମାତ୍ରାରେ ପୋଷକତତ୍ତ୍ୱ ମିଳି ପାରି ନ ଥାଏ। ଫଳସ୍ବରୂପ ଭିଟାମିନ୍‌ ଡେଫିସିଏନ୍ସି ବା ଭିଟାମିନ୍‌ ଅଭାବ ଜନିତ ରୋଗ ଦେଖାଦେବାର ଆଶଙ୍କା ବଢ଼ିଯାଏ। ତେଣୁ ହେଲ୍‌ଦି ଫୁଡ୍‌ ଖାଇବା ସହ ଫିଟ୍‌ ରହିବା ପାଇଁ ହେଲ୍‌ଦି ଡାଏଟ୍‌ ପ୍ଲାନ ମଧ୍ୟ ଗ୍ରହଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri