Posted inଫୁରସତ

ଭିଟାମିନ୍‌ ସପ୍ଲିମେଣ୍ଟ ଖାଉଥିଲେ…

ଶରୀର ପାଇଁ ଭିଟାମିନ୍‌, ମିନେରାଲ ଏବଂ ଅନ୍ୟ ପୋଷକତତ୍ତ୍ୱ ନିହାତି ଆବଶ୍ୟକ। ଏଗୁଡ଼ିକ ପୁଷ୍ଟିକର ଖାଦ୍ୟରୁ ମିଳିଥାଏ। ବେଳେବେଳେ ଖାଦ୍ୟରୁ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ଠିକ୍‌ ଭାବରେ ନ ପହଞ୍ଚତ୍ଲେ ଭିଟାମିନ୍‌ ସପ୍ଲିମେଣ୍ଟ ନିଆଯାଏ। କିନ୍ତୁ ଦୀର୍ଘଦିନ ଧରି କିମ୍ବା ବିନା ଡାକ୍ତରଙ୍କ ପରାମର୍ଶରେ ଭିଟାମିନ୍‌ ସପ୍ଲିମେଣ୍ଟ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ…
ହେଲ୍‌ଦ ଅର୍ଗାନାଇଜେଶନ (ହୁ) ଅନୁଯାୟୀ ଅଧିକ ଭିଟାମିନ୍‌ ସପ୍ଲିମେଣ୍ଟ ଗ୍ରହଣ କରିବା ଦ୍ୱାରା ହୃଦ୍‌ରୋଗ, ହୃଦ୍‌ଘାତ ଏବଂ ପ୍ରି ମ୍ୟାଚୁର ଡେଥ୍‌ ପରି ସମସ୍ୟା ଦେଖାଯାଇଥାଏ।
କେବେ ବି ପୁଷ୍ଟିକର ଖାଦ୍ୟରୁ ମିଳୁଥିବା ପୋଷକତତ୍ତ୍ୱ ସହ ସମାନ ନୁହେଁ। ଖାଦ୍ୟ ଯେତିକି ପରିମାଣରେ ପୋଷକତତ୍ତ୍ୱ ଯୋଗାଇଥାଏ, ଏହି ଟ୍ୟାବଲେଟ୍‌ ସେତିକି ଯୋଗାଇପାରେ ନାହିଁ। ଯାହା ଖାଇବା ଦ୍ୱାରା ଶରୀର ପାଇଁ ହାନିକାରକ ହୋଇଥାଏ।
ଗବେଷଣା ରିପୋର୍ଟ ମୁତାବକ ଆମେରିକାର ସମୁଦାୟ ଅଧିବାସୀଙ୍କ ମଧ୍ୟରୁ ୫୨% ସପ୍ଲିମେଣ୍ଟ, ୩୧% ମଲ୍ଟି ଭିଟାମିନ୍‌, ୧୯% ଭିଟାମିନ୍‌ ଡି, ୧୪% କ୍ୟାଲ୍‌ସିୟମ ଓ ୧୨% ଭିଟାମିନ୍‌ ସି ଟ୍ୟାବଲେଟ୍‌ ନିଅନ୍ତି।
ପରାମର୍ଶ ଅନୁସାରେ କେଉଁ ସପ୍ଲିମେଣ୍ଟ ନିହାତି ଜରୁରୀ ତାହାକୁ ସେବନ କରନ୍ତୁ। କାହାକୁ ପଚାରି କିମ୍ବା କୌଣସି ବିଜ୍ଞାପନ ଦେଖି ଅଯଥା ଭିଟାମିନ୍‌ ସପ୍ଲିମେଣ୍ଟ ଗ୍ରହଣ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ।
କୌଣସି ରୋଗ ପାଇଁ ଔଷଧ ସେବନ କରୁଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ଲିମେଣ୍ଟ ଗ୍ରହଣ କରନ୍ତୁ। କାରଣ କେତେକ ଭିଟାମିନ୍‌ ସପ୍ଲିମେଣ୍ଟ ଅନ୍ୟ ଔଷଧ ସହ ମିଶି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି।
ମଲ୍ଟି ଭିଟାମିନ୍‌ ଔଷଧ ସେବନ କରି ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇ ନ ଥାଆନ୍ତି। ହେଲେ ଏହାଦ୍ୱାରା ଶରୀରକୁ ଆବଶ୍ୟକ ମାତ୍ରାରେ ପୋଷକତତ୍ତ୍ୱ ମିଳି ପାରି ନ ଥାଏ। ଫଳସ୍ବରୂପ ଭିଟାମିନ୍‌ ଡେଫିସିଏନ୍ସି ବା ଭିଟାମିନ୍‌ ଅଭାବ ଜନିତ ରୋଗ ଦେଖାଦେବାର ଆଶଙ୍କା ବଢ଼ିଯାଏ। ତେଣୁ ହେଲ୍‌ଦି ଫୁଡ୍‌ ଖାଇବା ସହ ଫିଟ୍‌ ରହିବା ପାଇଁ ହେଲ୍‌ଦି ଡାଏଟ୍‌ ପ୍ଲାନ ମଧ୍ୟ ଗ୍ରହଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri