ନକଲି ଔଷଧ ନେଉଛି ଅକାଳରେ ଜୀବନ

ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ଗ୍ରାମାଞ୍ଚଳଗୁଡିକରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରି ନିରାମୟ ଯୋଜନାରେ ମାଗଣାରେ ଔଷଧ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲି ୧୨୦ ପ୍ରକାର ଔଷଧ ଯୋଗାଇ ଦେଉଛନ୍ତି।
ସବୁ ସତ୍ତ୍ୱେ ବି ବେଆଇନ ଗଳାବାଟ ଦେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପାନ୍ତ ଅଞ୍ଚଳରେ ମାଳ ମାଳ ବିନା ପଞ୍ଜୀକରଣରେ ଔଷଧ ଦୋକାନ ଖୋଲି କ୍ୱାକ୍‌ମାନେ ଚଳାଇଛନ୍ତି। ବେନାମୀ କମ୍ପାନୀଠାରୁ ଔଷଧ କିଣି ଲୋକଙ୍କୁ ଚିକିତ୍ସା କରାଉଛନ୍ତି। ଡାକ୍ତରୀ ପାଠ ନ ପଢ଼ି ରୋଗୀଙ୍କୁ ସାଲାଇନ ଲଗାଇବା, ଇଞ୍ଜେକଶନ ସହ ବଟିକା ଦେବା, ସର୍ଜରି କରିବା ଓ ଗର୍ଭନଷ୍ଟ କରିବା ଆଦି ବହୁ ଅଭିଯୋଗ ଦୀର୍ଘଦିନ ଧରି ହୋଇଆସୁଛି। ସ୍ବାସ୍ଥ୍ୟ ବିଭାଗର ଡ୍ରଗ ସ୍କ୍ବାଡ୍‌ ଚୁପ୍‌ ରହୁଛି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ବ୍ଲକର ୩ବର୍ଷ ପୂର୍ବେ ଜମ୍ବୁ ଅଞ୍ଚଳର ନକଲି କ୍ୱାକ୍‌ଙ୍କ ଇଞ୍ଜେକଶନ ଦେବାର ଅଧ ଘଣ୍ଟା ମଧ୍ୟରେ ଭାଟେଣିର ଜଣେ ମହିଳାଙ୍କ ଜୀବନ ଯାଇଥିଲା। ଏ ନେଇ ଜିଲାରେ ତୁମ୍ବିତୋଫାନ ହୋଇଥିଲା। ସେହିପରି ପିତାପାଟ ଗ୍ରାମର ମହିଳା ଶ୍ରମିକ ସେହି ଗ୍ରାମର କ୍ୱାକ୍‌ଙ୍କଠାରୁ ଔଷଧ ଖାଇ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ କେବି ଦାଣ୍ଡୁଆ ପଞ୍ଚାୟତର ପଙ୍କପାଳ ଗ୍ରାମର ୨ ବର୍ଷ ପୂର୍ବେ ରୋଗୀଙ୍କ ବେଣାକନ୍ଧା ଅଞ୍ଚଳର କ୍ୱାକ୍‌ଙ୍କ ଔଷଧରେ ଜୀବନ ଯାଇଥିଲା ବୋଲି କୁହାଯାଇଛି। ହେଲେ କ୍ୱାକ୍‌ଙ୍କ ଦିନକୁଦିନ ପ୍ରାଦୁର୍ଭାବ ବଢ଼ିଚାଲିଛି। ଉପାନ୍ତ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ମୋଟା ଅଙ୍କର ଅର୍ଥ ନେଇ କ୍ୱାକ୍‌ମାନେ କୁମାରୀମାନଙ୍କର ଗର୍ଭପାତ କରୁଥିବା କୁହାଯାଇଛି। ଏହାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକର ବତିଘର ଅଞ୍ଚଳର ଉତ୍ତର ଖୋଳା ଗଁାର ବେନୁ ଭୂୟଁା (୭୩)ଙ୍କ ଶରୀର ଅସୁସ୍ଥ ହେବାରୁ ବତିଘର ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ବେନାମୀ ଔଷଧ ଦୋକାନୀ ବା କ୍ୱାକ୍‌ଙ୍କଠାରୁ ଔଷଧ ଖାଇଥିଲେ। ରବିବାର ବିଳମ୍ବିତ ରାତିରେ ବେନୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଚେତା ହରାଇ ଥିଲେ। ପରିବାର ଲୋକେ ବିଳମ୍ବିତ ରାତିରେ ଏକ ବୋଟ ଯୋଗେ ଟୁବି ଘାଟ ପାର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୋମବାର ବେନୁଙ୍କ ପୁଅ ଗୁରୁପଦ ଭୂୟଁା ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୋ ବାପାଙ୍କ ଶରୀର ଅସୁସ୍ଥ ହେବାରୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲୁ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା (୧୨/୨୫) ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଜମ୍ବୁ ସାମୁଦ୍ରିକ ଥାନା ସବ୍‌ଇନ୍ସପେକ୍ଟର ଦୀନବନ୍ଧୁ ପ୍ରଧାନଙ୍କୁ ପଚାରିବାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ମୃତଦେହ ବ୍ୟବଚ୍ଛେଦ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଡ୍ରଗ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ଜମ୍ବୁ, ବେଣାକନ୍ଧା, ବାବର, ତନ୍ତିଆପାଳ ଆଦି ଅଞ୍ଚଳରେ ତଦାରଖ କରାଯାଇଛି। ଖୁବ୍‌ଶୀଘ୍ର ଅଭିଯୋଗ ହୋଇଥିବା ଅଞ୍ଚଳରେ ତଦାରଖ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri