ନିଶା ବଟିକା ନେଉଛି ନିରୀହ ଜୀବନ: ପୋଲିସ ଅବକାରୀ ବିଭାଗର ବ୍ୟବସାୟୀଙ୍କ ସହ ସଲାସୁତୁରା

ଧର୍ମଶାଳା,୨୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ନିଶା ବ୍ୟବସାୟ ଓ କାରବାର ରୋକିବାରେ ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହା ଫଳରେ ନିରୀହ ଜୀବନ ଯାଉଥିବାବେଳେ ଅନେକ ପରିବାର ଅବସ୍ଥା ଭାଙ୍ଗିରୁଜି ଖଣ୍ଡ ବିଖଣ୍ଡିତ ହୋଇଯାଉଛି। ବିଶେଷ କରି ଅବକାରୀ ବିଭାଗ କର୍ମଚାରୀଙ୍କ ଅପାରଗତା କିମ୍ବା ପ୍ରଶାସନର ନିୟମ ପାଇଁ ନିଶା ବ୍ୟବସାୟୀଙ୍କ ପାଦୃଭାବ ବଢୁଥିବା ଆଲୋଚନା ହେଉଛି। ଏମିତି ଏକ ଅଭାବନୀୟ ଘଟଣା କାଏମା ଅଞ୍ଚଳରୁ ସାମ୍ନାକୁ ଆସିଛି। କୌଣସି ପରିସ୍ଥିତି ପାଇଁ ଯୁବକ ଜଣଙ୍କ ନାମ ଗୋପନ ରହିବାକୁ ପଡ଼ୁଛି। କିନ୍ତୁ ବାସ୍ତବତା କଥା ଶୁଣିଲେ ଉକ୍ତ ପରିବାର ପ୍ରତି ମନରେ ଯେତିକି କୋହ ଆସିବ ତାହାଠାରୁ ଅଧିକ ନିଶା ବ୍ୟବସାୟଙ୍କ ଉପରେ କ୍ରୋଧ ବଢିବ।

କାଏମା ଅଞ୍ଚଳର ଜଣେ ୩୦ବର୍ଷୀୟ ଯୁବକ ରାଜମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ ଭାବେ ବେଶ ପରିଚିତ ହୋଇଥିଲେ। ଘର ହସ ଖୁସିରେ ଚାଲିଥିଲା ବିବାହ ମଧ୍ୟ କରିଲେ ସମୟ କ୍ରମେ ଦୁଇଟି ସନ୍ତାନର ବାପା ମଧ୍ୟ ହୋଇପାରିଲେ। ସେଥିମଧ୍ୟରୁ ଗୋଟିଏ ଝିଅ ୬ବର୍ଷ ହୋଇଥିବାବେଳେ ୬ ମାସର ପୁଅଟିଏ ରହିଥିବା ସୂଚନା ମିଳିଛି। ତେବେ ଏହି ନିଶାର ଦୁନିଆ ଭିତରେ ପଶିଯିବା ଫଳରେ କିଛି ଦିନ ତଳେ ଯୁବକ ଜଣଙ୍କର ମୃତୁହୋଇଛି। ସବୁଠାରୁ ବଡ଼କଥା ଯୁବକ ଜଣଙ୍କ ଜୀବିତ ଥିବା ସମୟରେ ସେ ନିକଟସ୍ଥ କାଏମା ଓ ନରସିଂହପୁର ଅଞ୍ଚଳରୁ ନିଶା ସେବନ ଏବଂ ନିଶା ବଟିକା ଖାଉଥିବା କହିଥିଲା। ଏବଂ ନିଶା ଖାଇବା ସମୟ ଆସିଗଲେ ସେ ନ ଚାହିଁଲେ ସୁଦ୍ଧା ଖାଇବା ପାଇଁ ପାଗଳ ହୋଇ ଯାଉଥିଲା। ଏହାକୁ ସେଠାରୁ ବନ୍ଦ କରିବା ପାଇଁ ମଧ୍ୟ ବାରମ୍ବାର ନିବେଦନ କରିଥିଲା। କିନ୍ତୁ ଆଜି ଆଉ ସେହି ଯୁବକ ଜଣଙ୍କ ଜୀବିତ ନାହିଁ। ତା ପରିବାର ରେ ବୃଦ୍ଧ ବାପା ମାଆଙ୍କ ସମେତ ସ୍ତ୍ରୀ ଓ କୁନି କୁନି ପିଲା ଦୁଇଟି ଅନାଥ ହୋଇ ପଡିଛନ୍ତି। ତେବେ ଦୋଷ କାହାର ଏବେ ଏହି ପ୍ରଶ୍ନ ମନରେ ଉଙ୍କି ମାରୁଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ନିଶା ବ୍ୟବସାୟୀ ଏବଂ ଅବକାରୀ ବିଭାଗର କାର୍ଯ୍ୟକୁ ବେଶ ନିନ୍ଦା କରାଯାଇଛି। ଏହି ଅଞ୍ଚଳରେ ଚୋରା ଭାବେ ବିକ୍ରି କରାଯାଉଥିବା ନିଶା ବ୍ୟବସାୟକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଦାବି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri